ରାଜ୍ୟ ସ୍ପେଶାଲ ରିପୋର୍ଟ

ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଟୋକେଇରେ ବୁହାହେଲେ, ରାସ୍ତାରେ ପ୍ରସବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚିତ୍ରକୋଣ୍ଡା: ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ମିଳିଲାନି। ଫଳରେ, ପରିବାର ଲୋକେ ତାଙ୍କୁ ଏକ ଟୋକେଇରେ ବସାଇ ୮କିମି ବୋହିଛନ୍ତି। ଖାଲି ସେତିକି ନୁହେଁ, ସେ ରାସ୍ତାରେ ପ୍ରସବ କରିଥିବା ବେଳେ ଉଭୟ ମା’ ନବଜାତ ଶିଶୁଙ୍କୁ ସେହି ଟୋକେଇରେ ବସାଇ ଡାକ୍ତରଖାନା ନେଇଛନ୍ତି। ସ୍ବାସ୍ଥ୍ୟସେବାର ଏମିତି ବିକଳ ଚିତ୍ର ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ନାଏଡ଼ାଗୁଡାରେ ଦଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଜି ସକାଳେ ଉପରୋକ୍ତ ଗାଁର ରାମଚନ୍ଦ୍ର ଶିଶାଙ୍କ ପତ୍ନୀ ଭାନୁ ଶିଶାଙ୍କ ପ୍ରସବଜନିତ ବେଦନା ଆରମ୍ଭ ହୋଇଥିଲା। ଖବର ପାଇ ଆଶାକର୍ମୀ ନୀଳିମା ଖିଲ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ, ଆମ୍ବୁଲାନ୍ସ ଆସିବାକୁ ମନା କରିଦେବାରୁ ବାଧ୍ୟହୋଇ ପରିବାର ଲୋକ ଭାନୁଙ୍କୁ ଗୋଟିଏ ଟୋକେଇରେ ବସାଇ ଭାର କରି ୮କିଲୋମିଟର ଦୂର ପାପୁଲୁର ସ୍ବାସ୍ଥ୍ୟ‌କେନ୍ଦ୍ରକୁ ନେଉଥିଲେ। ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଭାନୁ ରାସ୍ତାରେ ହିଁ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ପରିବାର ଲୋକ କହିଛନ୍ତି। ପ୍ରସବ ପରେ ଚିକିତ୍ସା ନିମନ୍ତେ ଭାନୁ ଓ ନବଜାତ ଶିଶୁକୁ ପୁଣି ଟୋକେଇରେ ବୋହି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ, ପାପୁଲୁର ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ନର୍ସ କିମ୍ବା ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ପରିବାର ‌ଲୋକ ପୁଣି ଚିନ୍ତାରେ ପଡ଼ିଥିଲେ। ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ନେବାପାଇଁ ରାସ୍ତାରେ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହିସମୟରେ ‌ରୋଗୀ ଛାଡ଼ି ଫେରୁଥିବା ଅନ୍ୟ ଗୋଟିଏ ଆମ୍ବୁଲାନ୍ସରେ ଭାନୁଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସା ପରେ ପ୍ରସୂତି ଓ ନବଜାତ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।

ପ୍ରସୂତିଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି ଯେ, ରୋଗୀ ସେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ସୁଦ୍ଧା ଜରୁରୀ ସମୟରେ ଆମ୍ବୁଲାନ୍ସ ନମିଳିବା ପରିତାପର ବିଷୟ। ଆମ୍ବୁଲାନ୍ସ ଡ୍ରାଇଭର ଟଙ୍କା ମାଗିଥିଲେ ବୋଲି କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଆଶାକର୍ମୀ ନୀଳିମା ଖିଲଙ୍କ କହିବା ଅନୁଯାୟୀ, ଭାନୁ ନିଜ ଘରେ ପ୍ରସବ କରିବା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ଜୀବନ ପ୍ରତି ବିପଦ ରହିଥିବାରୁ ଟୋକେଇରେ ବୋହି ପାପୁଲୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।