ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଶାସନ ଛତ୍ରଛାୟାରେ ମାଳ ମାଳ ‌ପୋଡ଼ା ଇଟାଭାଟି!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚିକିଟି : ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍‌ଙ୍କ କଡ଼ା ନିର୍ଦ୍ଦେଶନାମା ସତ୍ତ୍ବେ ଗଞ୍ଜାମ ଜିଲ୍ଲାର ଚିକିଟି ତହସିଲ ଓ ନୂଆପଡ଼ା ଆରଆଇ ସର୍କଲ୍ ଅଧୀନ ବିଭିନ୍ନ ଗ୍ରାମରେ ମାଳମାଳ ବେଆଇନ ପୋଡ଼ା ଇଟାଭାଟି ଚାଲିଛି। ତହସିଲ ପ୍ରଶାସନର ଜାଣତରେ ହିଁ ନୂଆପଡ଼ା, ଚାନ୍ଦପୁର, ପହଁରାବାଡ଼ି, କେଲାଝୁରି, ଡଭାର ଓ ଦେଉଳିଆପଡ଼ା ଗ୍ରାମ ଆଦି ଅଞ୍ଚଳରେ ୩୦ରୁ ଅଧିକ ବେଆଇନ ପୋଡ଼ା ଇଟାଭାଟି ଗଢ଼ି ଉଠିଛି। ଫଳରେ କାହା ଛତ୍ରଛାୟା ତଳେ ଏହି ଭାଟି ପରିଚାଳିତ ହେଉଛି ଓ ପ୍ରଶାସନ ଜାଣି ବି କାହିଁକି ନିରବଦ୍ରଷ୍ଟା ସାଜିଛି ବୋଲି ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ମାଫିଆମାନଙ୍କୁ ପ୍ରଶାସନ ପରୋକ୍ଷ‌ରେ ‌ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି। ପୂରା ବେଆଇନ ଇଟାଭାଟିର ସାମ୍ରାଜ୍ୟ ବୃଦ୍ଧି ପଛରେ ଗତ ୧୦ ବର୍ଷ ଧରି ଜଣେ ହୋମଗାର୍ଡ଼ ପ୍ରତ୍ୟକ୍ଷ ଭାବେ ଭୂମିକା ଗ୍ରହଣ କରିଆସୁଛନ୍ତି।

ଅଭି‌ଯୋଗ ହେଲେ ଲୋକ ଦେଖାଣିଆ ଚଢ଼ଉ
ମାଫିଆଙ୍କ ଢାଲ ସାଜିଛନ୍ତି ହୋମଗାର୍ଡ଼

ଗତ କୋଭିଡ୍ କଟକଣାକୁ ନ ମାନି ହୋମଗାର୍ଡ଼ଜଣକ ଇଟାଭାଟିରୁ ନିଜ ଟ୍ରାକ୍ଟର୍‌ରେ ଇଟା ବୋହି ନେଉଥିବା ବେଳେ ‌ପ୍ରାକ୍ତନ ଅତିରିକ୍ତ ତହସିଲଦାରଙ୍କ ହାତରେ ଧରାପଡ଼ିଥିଲେ। କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ସଂପୃକ୍ତ ହୋମଗାର୍ଡ଼ଙ୍କୁ ୫ ଦିନ ପାଇଁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା। ଆଉ ଏବେବି ଉକ୍ତ ହୋମଗାର୍ଡ଼ଜଣକ ଅନ୍ୟଜଣେ ବ୍ୟକ୍ତିଙ୍କ ନାମରେ ଇଟା ବେପାର ଚଳାଇଥିବା ବେଳେ ମାଫିଆ ଓ ଅନ୍ୟ ବ୍ୟବସାୟୀଙ୍କ ପାଇଁ ସୁରକ୍ଷାକବଚ ପାଲଟିଛନ୍ତି। କିନ୍ତୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାହସ ଜୁଟାଇପାରୁନି। ତହସିଲଦାର କହିଛନ୍ତି, ପୋଡ଼ା ଇଟାଭାଟି ସଂକ୍ରାନ୍ତରେ ସୂଚନା ଏବଂ ଅଭିଯୋଗ ହସ୍ତଗତ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ତେବେ ପ୍ରତିବର୍ଷ ମାର୍ଚ୍ଚ ମାସରେ କେବଳ ଟାର୍ଗେଟ୍ ପୂରଣ ପାଇଁ ପ୍ରଶାସନ ଇଟାଭାଟି ମାଲିଙ୍କଠୁ ବିଭିନ୍ନ ଆଳ ଦେଖାଇ ବହୁ ନୋଟିସ୍ ଦେବା ସହ ଜରିମାନା ଆଦାୟ କରୁଛି। କିନ୍ତୁ ପରେ ସ୍ଥିତି ଯେମିତିକୁ ସେମିତି। ନୂଆପଡ଼ା ରାଜସ୍ବ ସର୍କଲ୍‌ରେ ୨୦ରୁ ଅଧିକ ବେଆଇନ ‌ଇଟାଭାଟିକୁ ସିଜ୍ କରାଯାଇଥିଲା। ତେବେ ଫଳ କିଛି ମିଳି ନଥିଲା। ପ୍ରଶାସନର ପରୋକ୍ଷ ପ୍ରୋତ୍ସାହନରେ ସମସ୍ତ ଇଟାକୁ ଗଳାବାଟରେ ଚୋରାରେ ବିକ୍ରି କରାଯାଇଥିଲା।
ଏବେ ପୁଣି ଇଟାପୋଡ଼ା ଋତୁ ଆରମ୍ଭ ହୋଇସାରିଛି।

ଭାଟିର ଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ପ୍ରଶାସନ ଓ ଇଟାମାଫିଆଙ୍କ ମଧୁଚନ୍ଦ୍ରିକା ସାଧାରଣ ଲୋକଙ୍କ ପାଇଁ କାଳ ପାଲଟିଛି। ତେ‌ବେ ଇଟାଭାଟି ଉପରେ କେବେ ଡ୍ରୋଜର୍ ବୁଲିବ ଏବଂ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ପୋଡ଼ା ଇଟାଭାଟି ପାଇଁ ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି l ଆଉ ଗତାନୁଗତିକ ଧାରାରେ ମାର୍ଚ୍ଚ ମାସ ଆସିଗଲେ ପୁଣି ତହସିଲ ପ୍ରଶାସନ ଚେଇଁ ଉଠିବା ସହ ଉପରଠାଉରିଆ ଚଢ଼ଉ ଆରମ୍ଭ କରିବ। କିନ୍ତୁ ପରୋକ୍ଷରେ ଇଟାଭାଟି ମାଲିକମାନଙ୍କୁ ଇଟା ବିକ୍ରି ପାଇଁ ପରୋକ୍ଷରେ ପ୍ରୋତ୍ସାହନ ଯୋଗାଇଦିଆଯିବ। ନୂଆ ଇଟାଭାଟି ଖୋଲିବା ବେଳକୁ ତହସିଲ କର୍ମଚାରୀଙ୍କ ବଦଳି ହୋଇଯାଇଥାଏ। ସେମାନେ ବି କେବଳ ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ଯାହାଫଳରେ ନୂଆପଡ଼ା, ଚାନ୍ଦପୁର ଓ ଲାଲମେଣ୍ଟା ପଞ୍ଚାୟତର ୧୫ଟି ଗ୍ରାମରେ ଥିବା ୩୦ରୁ ଅଧିକ ପୋଡ଼ା ଇଟାଭାଟି ଉଚ୍ଛେଦ ହୋଇପାରୁନି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।