ରାଜ୍ୟ ସ୍ପେଶାଲ ରିପୋର୍ଟ

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରି ଦିଗାଲ ,ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର,ସମିତି ସଭ୍ୟା ମୌସୁମୀ ପ୍ରଧାନ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ପୋଲିସ ଓ ଜନ ସାଧାରଣ ଙ୍କ ମଧ୍ୟରେ ଶୁ ସମ୍ପର୍କ ସ୍ଥାପନ ଏହାର ମୂଳ ଲକ୍ଷ୍ୟ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟ ପଟେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ବ୍ୟକ୍ତି , ସମାଜ ସେବୀ ବଣିକ ସଂଘ ର ସଦସ୍ୟ ତଥା ରାଜ ନେତା ଓ ଜନସାଧାରଣ ଯୋଗ ଦେଇଥିଲେ l ଫିରିଙ୍ଗିଆ ଥାନା ଅଞ୍ଚଳର ବିଭିନ୍ନ ସମସ୍ୟା ଟ୍ରାଫିକ , ହାଟ ବଜାର ସମସ୍ୟା ସ୍ବଚ୍ଛତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ସାମୁହିକ ଭାବରେ ଆଲୋଚନା କରିବା ସହ କିପରି ଭାବରେ ସମାଧାନ ହୋଇ ପାରିବ ସେ ନେଇ ଆଲୋଚନା ହୋଇଥିଲା l ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରିବା ସହ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରା ଜିଁବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ଚନ୍ଦ୍ର ମୋହନ ନାୟକ , ବିଜେପି ନେତା ସଞ୍ଜୟ ଦିଗାଲ , କଳା କାର ସଂଘ ସଭାପତି ଅକ୍ଷୟ କର୍ଣ୍ଣ, ବିଜେପି ନେତା କଂଶଦେବ ସାହୁ ,ନାଏବ ସର ପଞ୍ଚ କେତକୀ ବିଶୋଇ ଯୋଗ ଦେଇଥିଲେ lକନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।