ରାଜ୍ୟ ସ୍ପେଶାଲ ରିପୋର୍ଟ

ମନ୍ତ୍ରୀଙ୍କ ହତ୍ୟା ରହସ୍ୟ ଫିଟିନି, ୩୬ ଘଣ୍ଟା ପରେ ବି ଅନ୍ଧାରରେ ପୂରା ରାଜ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଝାରସୁଗୁ଼ଡା/ଭୁବନେଶ୍ବର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କର୍ତ୍ତବ୍ୟରତ ପୁଲିସ ଅଧିକାରୀ ଗୋପାଳ ଦାସ ଗୁଳି ମାରିଥିବା କ୍ରାଇମବ୍ରାଞ୍ଚ ଜେରା ବେଳେ ସ୍ବୀକାର କରିଛନ୍ତି। ହେଲେ କାହିଁକି ଗୋପାଳ ଗୁଳିମାରିଲେ? ଏମିତି କି ଚାପ ଥିଲା ଯେ ମନ୍ତ୍ରୀଙ୍କୁ ହତ୍ୟା କରିବା ଭଳି ଭୟାନକ ପଦକ୍ଷେପ ନେଲେ? ଏହା ପଛରେ କାହାର ଷଡ଼୍‌ଯନ୍ତ୍ର ? ପୁଲିସକୁ ବ୍ୟବହାର କରି ଆଉ କିଏ ମନ୍ତ୍ରୀଙ୍କୁ ହତ୍ୟା କରିଛନ୍ତି କି? ସାଧାରଣରେ ଉଠୁଥିବା ଏଭଳି ଅନେକ ପ୍ରଶ୍ନର ଉତ୍ତର ଏଯାଏ ମିଳିନାହିଁ। ନବ ଦାସଙ୍କୁ ଗୁଳିମାଡ଼ ଘଟଣାର ୩୬ ଘଣ୍ଟା ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସଂପର୍କରେ ମୁହଁ ଖୋଲୁନଥିବାରୁ ରାଜ୍ୟବାସୀଙ୍କ ସନ୍ଦେହ ବଢ଼ିବାରେ ଲାଗିଛି। ଏଥିସହିତ ସରକାରଙ୍କର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦିପହରେ ଗୁଳି କରି ହତ୍ୟା କରାଯିବା ରହସ୍ୟ ଉନ୍ମୋଚନରେ ବିଳମ୍ବ ହେବା, ଏହି ଘଟଣାରେ କୌଣସି ଅଧିକାରୀଙ୍କୁ ଦାୟୀ କରି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆଦି ପ୍ରସଙ୍ଗକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ଶୀର୍ଷସ୍ତର ଓ ବଡ଼ବଡ଼ିଆଙ୍କ ଷଡ଼୍‌ଯନ୍ତ୍ର କଥା ଉଠିଲା
ପରିବାର, ବିରୋଧୀ ଆଣିଲେ ସଙ୍ଗିନ୍ ଅଭିଯୋଗ
ଦିନକ ପୂର୍ବରୁ ଦିଆଯାଇଥିଲା ରିଭଲଭର୍
ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଗୋପାଳ
ଚାକିରିରୁ ବହିଷ୍କାର ସହ କୋର୍ଟ ଚାଲାଣ

ଅନ୍ୟପକ୍ଷରେ ନବଙ୍କ ସଂପର୍କୀୟ, ପରିବାର ଏବଂ ବିରୋଧୀ ରାଜନୈତିକ ଦଳ ପୁଲିସର ଗୁଳିମାଡ଼କୁ ସୁଚିନ୍ତିତ ଏବଂ ଶୀର୍ଷସ୍ତରର ଷଡ଼୍‌ଯନ୍ତ୍ର ବୋଲି ବୟାନ ଦେବା ପରେ ଘଟଣାଟି ନାଟକୀୟ ମୋଡ଼ ନେଇଛି। କାହାକୁ ପରିବାର ଲୋକ ଇଙ୍ଗିତ କରୁଛନ୍ତି, ସର୍ବୋପରି ରାଜନୈତିକ ନେତାମାନଙ୍କ ନଜରରେ ଷଡ଼୍‌ଯନ୍ତ୍ରକାରୀ ବା ଏ ବଡ଼ବଡ଼ିଆମାନେ କିଏ, ତାକୁ ନେଇ ବିଭିନ୍ନ ମହଲରେ ଘଣ୍ଟାଚକଟା ଆରମ୍ଭ ହୋଇଛି। କାହା ପାଇଁ ସେ ବ୍ୟବସାୟ ହେଉ କିମ୍ବା ରାଜନୀତି, ମନ୍ତ୍ରୀ ନବ ଦାସ କେଉଁମାନଙ୍କ ପାଇଁ ଅଡ଼ୁଆ ଥିଲେ, ସେ ସଂପର୍କରେ ତର୍ଜମା ଆରମ୍ଭ ହୋଇଗଲାଣି।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ର ଶଙ୍କରାସ୍ଥିତ ପୁଲିସ ବାରାକରେ ପାଖାପାଖି ତିନି ଘଣ୍ଟା ଧରି ପଚରାଉଚରା କରିଥିଲେ। ପରେ ଅଭିଯୁକ୍ତ ଗୋପାଳଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି। ହେଲେ ଜେରା ବେଳେ କି କି ତଥ୍ୟ ମିଳିଲା, ସେ ସଂପର୍କରେ ଶ୍ରୀ ବୋଥ୍ରା ଗଣମାଧ୍ୟମକୁ କିଛି କହିନାହାନ୍ତି। ଆଜି ଗୋପାଳଙ୍କୁ ଗିରଫ ଦର୍ଶାଯାଇ କୋର୍ଟଚାଲାଣ କରାଯାଇଛି। ଅଧିକ ତଦନ୍ତ ପାଇଁ ୭ଦିନିଆ ରିମାଣ୍ଡ ଆବେଦନ କରାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମନ୍ତ୍ରୀଙ୍କୁ କିଭଳି ଗୁଳି କରାଗଲା, ସେ ସମୟରେ କେମିତ
ଚିତ୍ର ଥିଲା ‌ତାକୁ ଅନୁମାନ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ରାଇମ ସିନ୍ ରିକ୍ରିଏସନ ମଧ୍ୟ କରାଯିବ।

ଏହି ମାମଲାରେ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗର ଭୂମିକା ପ୍ରତି ମଧ୍ୟ ପ୍ରଶ୍ନ ଉଠିଲାଣି। ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ଅଥଚ ଗୁଇନ୍ଦା କିଭଳି ସାମାନ୍ୟତମ ସୂଚନା ପାଇଲା ନାହିଁ, ତାହା ବିତର୍କକୁ ବଳ ଦେଉଛି। ତେବେ ଆଜି କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗୁଇନ୍ଦା ମୁଖ୍ୟ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ନେଇ ଘନ ଘନ ବୈଠକ କରିଛନ୍ତି। ସୋମବାର ସକାଳେ ସ୍ଥାନୀୟ ଏସ୍‌ପି ଅଫିସ୍‌ରେ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଏସ୍‌ପି ରାହୁଲ ଜୈନ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବୈଠକର ନିଷ୍କର୍ଷ ସଂପର୍କରେ କୌଣସି ଠୋସ୍ ତଥ୍ୟ ଦିଆଯାଇନଥିଲେ ହେଁ ଏସ୍‌ପି ଶ୍ରୀ ଜୈନ କହିଛନ୍ତି ଯେ ଏଏସ୍‌ଆଇ ଗୋପାଳଙ୍କୁ ସରକାରୀ ଚାକିରି ବହିଷ୍କାର କରାଯାଇଛି।

ଏପଟେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମନ୍ତ୍ରୀଙ୍କୁ ଦିନ ଦି’ ପହରରେ ଗୁଳି କରି ହତ୍ୟା କରାଯିବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ଆଜି ବି ପୂରା ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଜାରି ରହିଛି। ଧୀରେ ଧୀରେ ଗୁଳିକାଣ୍ଡ ପଛରେ ରାଜନୈତିକ ଷଡ଼୍‌ଯନ୍ତ୍ର ରହିଥିବା ସଂପର୍କରେ ଚର୍ଚ୍ଚା ଜୋର ଧରୁଛି।

ତଦନ୍ତ ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ ସରକାର

ଭୁବନେଶ୍ବର : ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ଜାରି ରହିଛି। ଏହି ତଦନ୍ତ ପ୍ରକ୍ରିୟାର ତଦାରଖ ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ହାଇକୋର୍ଟ ରେଜିଷ୍ଟ୍ରାର୍‌ଙ୍କୁ ଅନୁରୋଧ କରାଯାଇଛି ଯେ ତଦନ୍ତର ତଦାରଖ ଦାୟିତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ଜଣେ ଜିଲ୍ଲା ଜଜ୍‌ଙ୍କୁ ପ୍ରଦାନ କରାଯାଉ। ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା। ଏଥି‌ରେ ଜଣେ ପୁଲିସଙ୍କ ସଂପୃକ୍ତି ରହିଛି। ଏଣୁ ତଦନ୍ତରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ ବୋଲି ସରକାର କୋର୍ଟଙ୍କୁ ଜଣାଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।