ରାଜ୍ୟ ସ୍ପେଶାଲ ରିପୋର୍ଟ

ନବଙ୍କୁ କାହିଁକି ହତ୍ୟା କଲା ଗୋପାଳ? ହତ୍ୟା ପଛରେ ସୁପାରି ନା ଶତ୍ରୁତା?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଝାରସୁଗୁ଼ଡା : ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଘନଘନ ବୈଠକ କରୁଥିବା ବେଳେ ଝାରସୁଗୁଡ଼ା ଏସ୍‌ପି ଓ ଜିଲ୍ଲାର ବିଭିନ୍ନ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରୁଛନ୍ତି। ସୋମବାର ସକାଳେ ଏସ୍‌ପି ଅଫିସ୍‌ରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ପ୍ରମୁଖ ଝାରସୁଗୁଡ଼ା ଏସ୍‌ପି ରାହୁଲ ଜୈନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଗୋପାଳ କାହିଁକି ଗୁଳି କଲା। ନବ ଦାସଙ୍କ ସହିତ ତାର କୌଣସି ବ୍ୟକ୍ତିଗତ ଶତ୍ରୁତା ଥିଲା ନା ତାଙ୍କୁ ହତ୍ୟା ପାଇଁ କେହି ସୁପାରି ଦେଇଥିଲା। ସେ ଦିଗକୁ ନେଇ କ୍ରାଇମ ବ୍ରଞ୍ଚ ଟିକିନିଖି ତଥ୍ୟ ରଖୁଥିବା ଜଣାଯାଇଛି। ଅଭିଯୁକ୍ତ ଗୋପାଳଙ୍କୁ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରିବା ପାଇଁ ଅଣାଯାଉଥିବା ଜଣାଯାଇଛି।

ରାଜ୍ୟ କ୍ୟାବି‌ନେଟର ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହିତ ଏପରି କଣ ଶତ୍ରୁତା ଥିଲା ଜଣେ ଏଏସ୍ଆଇର ଯେ ସର୍ବସାଧାରଣରେ ସେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହି ପ୍ରଶ୍ନ ଏବେ ସାରା ରାଜ୍ୟର ଜନସାଧାଣଙ୍କ ମନରେ ବାରମ୍ବାର ଉଙ୍କି ମାରୁଛି ଓ ମାରିବା ସ୍ବାଭାବିକ। ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧୀଛକ ଫାଣ୍ଡିରେ ଏଏସ୍‌ଆଇ ଭାବରେ କାର୍ଯ୍ୟ କରୁଥିବା ଏହି ପୁଲିସ ଅଧିକାରୀ ତାଙ୍କ ସର୍ଭିସ ରିଭଲଭରରୁ ୪ ରାଉଣ୍ଡ ଗୁଳି କରିଥିଲେ। ବ୍ଲାଙ୍କ ପ‌ଏଣ୍ଟରୁ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ସେ ଗୁଳି ଚଳାଇବା ଘଟଣା କେବେ ମଧ୍ୟ ଜଣେ ମାନସିକ ରୋଗଗ୍ରସ୍ତ ବ୍ୟକ୍ତିର ନୁହେଁ। ଏହା ଅବଶ୍ୟ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଭଲ ଭାବରେ ଅବଗତ ଥିବେ। ଗୋପାଳ ମାନସିକ ଭାବରେ ଅସୁସ୍ଥ ଥିବା କଥା ପ୍ରଚାର ହେଉଥିବା ବେଳେ ଏଠାରେ କିନ୍ତୁ ତାର କେହି ସହକର୍ମୀ ଏବାବଦରେ ଜାଣି ପାରିନଥିଲେ।

ପରନ୍ତୁ ପୁଲିସ କର୍ମଚାରୀମାନେ ଗୋପାଳଙ୍କ ବ୍ୟବହାର ସ୍ବଭାବିକ ଥିଲା ବୋଲି କହୁଛନ୍ତି। ଗୋପାଳ ଜଣେ ମିଳାମିଶା ସ୍ବଭାବର ବ୍ୟକ୍ତି ଥିବା ବେଳେ ଗାନ୍ଧୀଛକ ଫାଣ୍ଡି ଅଞ୍ଚଳରେ ସେ ବିଭିନ୍ନ ଶ୍ରେଣୀର ଲୋକଙ୍କ ସହିତ ମଧୁର ସଂପର୍କ ଥିବା କୁହାଯାଉଛି। ପ୍ରତିଦିନ ସେ ଓପିଏମ୍‌ ପଡ଼ିଆରେ ଫୁଟ୍‌ବଲ୍‌ ଖେଳିବାକୁ ଯାଉଥିବା ବେଳେ ସେଠାରେ ମଧ୍ୟ କିଛି ଲୋକଙ୍କ ସହିତ ସେ ଉଠାବସା କରୁଥିବା ଜଣାଯାଇଛି। ନବ ଦାସଙ୍କ ସହିତ ତାର କଣ ଶତ୍ରୁତା ଥାଇପାରେ ତାକୁ ନେଇ ସମସ୍ତେ ଅବା‌କ ହୋଇ ପଡ଼ିଛନ୍ତି। ନବ ଦାସଙ୍କ ସହିତ ସବୁବେଳେ ରହୁଥିବା ତାଙ୍କ କର୍ମଚାରୀ ଓ ସମର୍ଥକ ମାନେ ମଧ୍ୟ କହିଛନ୍ତି ଯେ, ଅଭିଯୁକ୍ତ ଗୋପାଳକୁ ସେମାନେ ନବ ଦାସଙ୍କ ସହିତ କଥା ହେବା ତାଙ୍କ ପାଖକୁ ଆସିବା ସେମାନେ କେବେ‌ ଦେଖି ନାହାନ୍ତି। ତେବେ ସେ ହତ୍ୟା କଲା କାହିଁକି? ଏହି ହତ୍ୟାକାଣ୍ଡ ସହିତ ଏକ ଅଦୃଶ୍ୟ ହାତ ନାହିଁ ତ ?

ଅଭିଯୁକ୍ତ ଗୋପାଳର ଘର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାଖରେ ହୋଇଥିବା ବେଳେ ତାଙ୍କ ପୁଲିସ ଚାକିରି ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲା ପୁଲିସ ଗୁଳିକାଣ୍ଡ ଘଟଣା ସହିତ ଅଧିକ ମାତ୍ରାରେ ସଂପର୍କରେ ଥିବା ଜଣାଯାଏ। କାରଣ ଏହି ଜିଲ୍ଲାର ବିଭିନ୍ନ ଥାନାରେ ଗୁଳିକାଣ୍ଡ ଘଟଣା ଅଧିକ ସଂଖ୍ୟାରେ ହୋଇଥ‌ାଏ। ତେଣୁ ଗୋପାଳ ସେହି ଜିଲ୍ଲାର ଲୋକ ହୋଇଥିବା ବେଳେ ସେଠାରେ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବାରୁ ଗୁଳିକାଣ୍ଡ ଅପରାଧ ସଂପର୍କରେ ମଧ୍ୟ ଭଲ ଅଭିଜ୍ଞତା ଥିବା ନିଶ୍ଚିତ। ଜଣେ ହାଇ ପ୍ରୋଫାଇଲ ମନ୍ତ୍ରୀଙ୍କୁ ହଠାତ୍‌ ଏପରି ଗୁଳି ମାରି ହତ୍ୟା କରିବା କେବେ ମଧ୍ୟ ସମ୍ଭବ ନୁହେଁ। ଏଥିପାଇଁ ଅଭିଯୁକ୍ତ ନିଶ୍ଚିତ ଭାବରେ ବହୁ ପୂର୍ବରୁ ଯୋଜନା କରିଥିବା ଅନୁମାନ କରାଯାଉଛି। ଏହି ହତ୍ୟାକାଣ୍ଡ ସହିତ କେବଳ ଗୋପାଳ ସଂପୃକ୍ତ ନା ଆହୁରି ଅଧିକ ବ୍ୟକ୍ତି ସଂପୃକ୍ତ ତାହା ଉନ୍ ମୋଚନ କରିବା କ୍ରାଇମବ୍ରାଞ୍ଚର ପ୍ରଥମ କର୍ତ୍ତବ୍ୟ।

ଗୋପାଳର ହତ୍ୟାକାଣ୍ଡ ଷ୍ଟାଇଲରୁ ଯାହା ଅନୁମାନ କରାଯାଉଛି ଯେ, ସେହିଁ କେବଳ ମନ୍ତ୍ରୀ ନବଙ୍କୁ ହତ୍ୟା କରିଛି ଏଭଳି ଆଦୌ ବିଶ୍ବାସ ହେଉନି। ଏହି ହତ୍ୟାକାଣ୍ଡ ସହିତ ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ନିଶ୍ଚିତ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଗୋପାଳ ସହିତ କେହି ଅପରାଧିକ ଗୋଷ୍ଠୀ ସାମିଲ ଅଛନ୍ତି ନା ପୁଲିସ ବିଭାଗର ଆଉ କେହି ଅଧିକାରୀ ସାମିଲ ଅଛନ୍ତି ତାକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜାଣିବାକୁ ଉଦ୍ୟମ କରିବ। ଯଦି ହତ୍ୟା ପଛରେ ସୁପାରି କଥା ଉଠୁଛି ତେବେ ଅପରାଧି ସୁପାରି ପାଇଁ ଏହି ପୁଲିସ ଅଧିକାରୀକୁ କିଭଳି ଚୟନ କଲା। ମନ୍ତ୍ରୀ ସହିତ ଗୋପାଳର ଏଭଳି କଣ ଶତ୍ରୁତା ଥିଲା ଯେ ସେ ତାଙ୍କୁ ଜୀବନରେ ମାରି ଦେବାକୁ ନିଷ୍ପତ୍ତି ନେଲା ଏହାକୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍ସୁକତା ସୃଷ୍ଟି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।