ରାଜ୍ୟ ସ୍ପେଶାଲ ରିପୋର୍ଟ

ନବ ଦାସଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ସହଯୋଗ କରିବି: ପତ୍ନୀ ଜୟନ୍ତୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରିଥିବା ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କ ପରିବାରବର୍ଗ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। କାହିଁକି ଓ କିଭଳି ପରିସ୍ଥିତିରେ ସେ ଏଭଳି କାଣ୍ଡ ଘଟାଇଲେ, ସେଥିନେଇ ପରିବାରବର୍ଗ କିଛି ଜାଣିପାରୁ ନାହାନ୍ତି। ତେବେ, ତଦନ୍ତରେ ସମ୍ପୂର୍ଣ୍ଣ ଭାବେ କ୍ରାଇମବ୍ରାଞ୍ଚକୁ ସହଯୋଗ କରିବେ ବୋଲି ଅଭିଯୁକ୍ତ ଗୋପାଳଙ୍କ ପତ୍ନୀ ଜୟନ୍ତୀ କହିଛନ୍ତି।

ଏଏସ୍‌ଆଇ ଗୋପାଳଙ୍କ ପତ୍ନୀ, ପୁଅ ଓ ଝିଅ ବ୍ରହ୍ମପୁର ଶିଳ୍ପାଞ୍ଚଳ ପଞ୍ଚଶୀଳମାର୍ଗରେ ରହୁଥିଲେ। ଘଟଣାପରେ ସେମାନେ ତାଙ୍କ ଶ୍ବଶୁର ଘର ଜଳେଶ୍ବରଖଣ୍ଡିକୁ ଚାଲି ଯାଇଛନ୍ତି। ସେଠାରେ ତାଙ୍କର ଅନ୍ୟ ପରିବାର ସଦସ୍ୟ ଅଛନ୍ତି। ଘଟଣା ପରେ ଗୋପାଳଙ୍କ ପରିବାର ଲୋକେ କେଉଁଆଡ଼େ ଚାଲି ଯାଇଥିବା ନେଇ ପ୍ରଚାର ହୋଇଥିଲା। ‌ତେବେ, ଏହିଭଳି ପ୍ରଚାରକୁ ଖଣ୍ଡନ କରିଛନ୍ତି ଜୟନ୍ତୀ। ସେ କହିଛନ୍ତି, ମୁଁ ମୋର ସ୍ବାମୀଙ୍କ ପୈତୃକ ଘରକୁ ଆସିଛି। ପରିବାରର ସମସ୍ତ ସଦସ୍ୟ ଏହି ଘଟଣାକୁ ନେଇ ସ୍ତବ୍ଧ। ‌କିଭଳି ଏତେ ବଡ଼ ଘଟଣା ଘଟିଲା କିଛି ଜଣାପଡ଼ୁ ନାହିଁ। ଯଦି ଏହି ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ କରିବାକୁ ବ୍ରହ୍ମପୁର ଆସିବେ, ତେବେ ମୁଁ ନିଶ୍ଚିତ ଭାବେ ସହଯୋଗ କରିବି ବୋଲି ଜୟନ୍ତୀ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।