ଅପରାଧ ରାଜ୍ୟ

ଗୁଳିମାଡ଼ ଘଟଣା: ଜଗବନ୍ଧୁଙ୍କଠାରୁ ନବଙ୍କ ଯାଏ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ବେଶ୍‌ ଖ୍ୟାତି ରହିଛି। ବିଶେଷ କରି ରାଜନୈତିକ କ୍ଷେତ୍ରରେ ହିଂସାକାଣ୍ଡର ଉଦାହରଣ କମ୍। ୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର ହୋଇଥିବାର ନଜିର ରହିଛି। ଏହି ଘଟଣାଗୁଡ଼ିକ ସେହି ସମୟରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୧୧ ମସିହାରେ ତତ୍‌କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା। ଉଭୟ ଘଟଣାର କାରଣ ଓ ତରିକା ଭିନ୍ନ ଭିନ୍ନ ହୋଇଥିଲେ ବି ଶାନ୍ତିପ୍ରିୟ ରାଜ୍ୟରେ ଏପରି ଅପରାଧକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

୨୦୧୧ ମସିହାରେ ଉମରକୋଟର ତତ୍‌କାଳୀନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍‌ରେ ଜମି ପଟ୍ଟା ବାଣ୍ଟୁଥିଲା ବେଳେ ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦୁଇ ଜଣ ଆତତାୟୀ ଗୁଳି କରିଥିଲେ। ଏଥିରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ମାମଲାରେ ପୁଲିସ ମେନପୁର ଡିଭିଜନ୍‌ର କମାଣ୍ଡର୍‌ ଜାନି ସାଲେମ୍‌ଙ୍କୁ ତେଲେଙ୍ଗାନାରେ ଗିରଫ କରିଥିଲା। କ୍ରାଇମ୍‌ବ୍ରାଞ୍ଚ୍‌ ମଧ୍ୟ ଏହି ମାମଲାର ତଦନ୍ତ କରିଥିଲା। ଓଡ଼ିଶା ରାଜନୈତିକ ଇତିହାସରେ ଜଣେ ବିଧାୟକଙ୍କୁ ହତ୍ୟା କରାଯିବା ସମ୍ଭବତଃ ଏହା ଥିଲା ପ୍ରଥମ ଘଟଣା। ସାରା ରାଜ୍ୟରେ ଏହି ଘଟଣା ହଇଚଇ ସୃଷ୍ଟି କରିଥିଲା।

ମନ୍ତ୍ରୀ ଥିବା ସମୟରେ ଆକ୍ରମଣର ଶିକାର ‌ହେବା ପ୍ରଥମ ଥର ଘଟିଥିଲା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ କ୍ଷେତ୍ରରେ। ୨୦୧୪ ମସିହା ଫେବ୍ରୁଆରି ମାସରେ ତତ୍‌କାଳୀନ ଆଇନ ମନ୍ତ୍ରୀ ମହେଶ୍ବରଙ୍କୁ ତାଙ୍କ ପୁରୀସ୍ଥିତ ଘର ନିକଟରେ ଆତତାୟୀମାନେ ଗୁଳି ମାରିଥିଲେ। ଏକ କାର୍ଯ୍ୟକ୍ରମ ସାରି ନିଜେ ସ୍କୁଟି ଚଳାଇ ଘରକୁ ଫେରୁଥିଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ସେ ଗାଡ଼ିରୁ ଟଳିପଡ଼ିଥିଲେ। ଏହାପରେ ତାଙ୍କୁ ପୁରୀ ମୁଖ୍ୟାଳୟ ହସ୍ପିଟାଲ୍‌ ଓ ପରେ କଳିଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ଶ୍ରୀ ମହାନ୍ତି ସୁସ୍ଥ ହୋଇଥିଲେ। ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ ମହେଶ୍ବରଙ୍କୁ ଏହି ଗୁଳି କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ଥରେ ଶ୍ରୀ ମହାନ୍ତିଙ୍କ ଉପରେ ଶାବଳ ମାଡ଼ ହୋଇଥିଲା।

୨୦୦୯ ମସିହା ଅକ୍ଟୋବର ମାସରେ ତତ୍‌କାଳୀନ ଜେଏମ୍‌ଏମ୍‌ ସାଂସଦ ସୁଦାମ ମାର୍ଣ୍ଡିଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବୋଠାରେ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ଯାଇଥିବା ସମୟରେ ସୁଦାମଙ୍କ ଉପରକୁ ଗୁଳି ହୋଇଥିଲା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ଏଏସ୍‌ଆଇ, ଜଣେ ‌କନେଷ୍ଟବଳ ଓ ତାଙ୍କର ପିଏସ୍‌ଓଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୭ ମସିହାରେ ଚମ୍ପୁଆର ତତ୍‌କାଳୀନ କଂଗ୍ରେସ ବିଧାୟକ ଧୁନର୍ଜୟ ସିଦ୍ଧୁଙ୍କୁ ବଡ଼ବିଲ୍‌ରେ ଗୁଳି କରାଯାଇଥିଲା। ତେବେ ଶ୍ରୀ ସିଦ୍ଧୁ ବର୍ତ୍ତିଯାଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।