ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରଗଡ଼ି : କୋରେଇ ବ୍ଲକ ତଳଗଡ଼ ପଞ୍ଚାୟତରେ ସରକାରୀ ଆବାସ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ତଳଗଡ଼ ଓ ଆଖପାଖ ପଞ୍ଚାୟତରେ ବହୁ ସ୍ୱଚ୍ଛଳ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳୁଥିବାବେଳେ ବହୁ ଗରିବ ଅସହାୟ ଲୋକ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ତଳଗଡ଼ ପଞ୍ଚାୟତର ଝୁମ୍ପାଣ ଗ୍ରାମରେ ପରମେଶ୍ବର ମଳିକ, ଆଧାର ନମ୍ବର ୩୨୧୯୬୫୦୭୮୭୪୪ ଙ୍କ ପରିବାର ଏପରି ଅଭିଯୋଗ କରିଛନ୍ତି।
ପରମେଶ୍ଵର ତିନିବର୍ଷ ହେଲା ଘର ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ ସୁଫଳ ମିଳିନାହିଁ। ତାଙ୍କ ପରିବାର ପଲିଥିନ ଢଙ୍କା ଭଙ୍ଗା ଚାଳଘରେ ରହୁଛନ୍ତି। ପରମେଶ୍ବର ତାଙ୍କ ପତ୍ନୀ ଓ ଏକମାତ୍ର ଅବିବାହିତ ପୁଅ ଏହି ଘରେରହୁଛନ୍ତ। ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରୁ ନିରାଶ ହେବାପରେ ଗତବର୍ଷ ପରମେଶ୍ବର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଗୁହାରି କରିଥିଲେ। ଏନେଇ ତଳଗଡ଼ ପିଇଓ ସତ୍ୟବ୍ରତ ଜେନାଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଯେ ଆସନ୍ତାକାଲି ପଞ୍ଚାୟତ ବୈଠକରେ ନିଷ୍ପତ୍ତି ହେବ। ନୂଆ ତାଲିକାରେ ୧୧୮ ଟି ଆବାସ ଆସିଛି। ବହୁ ଲୋକଙ୍କୁ ସାମିଲ କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l