ରାଜ୍ୟ ସ୍ପେଶାଲ ରିପୋର୍ଟ

ଯାଜପୁର ଜିଲ୍ଲାରେ ହ୍ରାସ ପାଉଛି ଝିଅଙ୍କ ସଂଖ୍ୟା; ପ୍ରତି ହଜାରେ ପୁଅରେ ୮୯୮ ଝିଅ, ଆଗକୁ ସ୍ଥିତି ଜଟିଳ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁରସଦର : ଯାଜପୁର ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଧରି ଯେଉଁ ହାରରେ ଝିଅ ସଂଖ୍ୟା ହ୍ରାସ ପାଉଛି, ତାହା ଆଗକୁ ଜଟିଳ ଆକାର ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଏବେ ପ୍ରତି ହଜାରେ ପୁଅରେ ମାତ୍ର ୮୯୮ ଝିଅ ଅଛନ୍ତି। ଏହି ଉଦବେଗଜନକ ସ୍ଥିତିକୁ ନେଇ ଏବେ ବିଶେଷଜ୍ଞ ମହଲ ଚିନ୍ତା ପ୍ରକଟ କଲାଣି। ଆଗକୁ ଆଉ ବିବାହ ପାଇଁ ଝିଅ ମିଳିବେ ନାହିଁ ବୋଲି ଅନେକ ପୁରୁଖା ବ୍ୟକ୍ତି ପ୍ରକାଶ କରିଛନ୍ତି।

୨୦୧୯ ରୁ ୨୦୨୧ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟ ଅନୁସାରେ ଝିଅ ଜନ୍ମ ଅନୁପାତ କମ୍‌ ରହିଛି। ‌ରିପୋର୍ଟ ଅନୁସାରେ ଭାରତରେ ହଜାରେ ପୁଅରେ ୯୨୯ ଝିଅ ରହିଥିବା ବେଳେ ଓଡ଼ିଶାରେ ଏହି ହାର ଯଥେଷ୍ଟ କମ୍ ରହିଛି। ଏଠି ପ୍ରତି ହଜାର ପୁଅରେ ୮୯୪ ଝିଅ ଜନ୍ମ ନେଉଚନ୍ତି। ସେହି ଆଧାରରେ ଯାଜପୁର ଜିଲ୍ଲା‌ରେ ଏହି ସଂଖ୍ୟା ୮୯୮। ଏହା ଅତ୍ୟନ୍ତ ଉଦବେଗଜନକ ବୋଲି କୁହାଯାଉଛି। ପୁଅ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୧୦୨ ରହିଛି। ଏପରି ବ୍ୟବଧାନ ଲାଗି ରହିଲେ ଆଉ ୩୦ ବର୍ଷ ପରେ ପୁଅଙ୍କ ତୁଳନାରେ ଝିଅଙ୍କ ଜନ୍ମ ସଂଖ୍ୟା ସାଂଘାତିକ ସ୍ଥିତିକୁ ଖସି ଯିବାର ଆଶଙ୍କା ଦେଖାଦେଇଛି।

୨୦୦୧ ଜନଗଣନା ରିପାର୍ଟ ଅନୁସାରେ ଯାଜପୁର ଜିଲ୍ଲାରେ ହଜାରେ ପୁଅରେ ୯୩୭ ଝିଅ ଜନ୍ମ ହୋଇଥିଲେ। ୨୦୧୧ ବେଳକୁ ଏହି ସଂଖ୍ୟା‌ ୯୨୬ କୁ ଖସି ଆସିଛି। ଏହି ସଂଖ୍ୟା କମିବାର ମୁଖ୍ୟ କାରଣ ବେଆଇନ ଲିଙ୍ଗ ନିରୂପଣ ବୋଲି କୁହାଯାଉଛି। ସରକାରୀ ମୁଖ୍ୟ ଚିକିତ୍ସାଳୟରେ ସୋନୋଗ୍ରାଫି(ଅଲଟ୍ରାସାଉଣ୍ଡ) ମେସିନ ଥାଇ ମଧ୍ୟ ଏହାର ବ୍ୟବହାର କରାଯାଉନାହିଁ। ‌ଗର୍ଭବତୀ ମହିଳାଙ୍କୁ ପରୋକ୍ଷରେ ବେସରକାରୀ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ କରାଯାଉଛି। ଏହିସବୁ ଚିକିତ୍ସାଳୟରେ ବେଆଇନ ଭାବେ ଲୁଚାଛପାରେ ଲିଙ୍ଗ ନିରୂପଣକୁ ପ୍ରୋତ୍ସାହିତ କରାଯାଉଛି। ଜିଲ୍ଲା ସ୍ତରରେ ବେଆଇନ ଲିଙ୍ଗ ନିରୂପଣ ଆଇନ ପରାମର୍ଶଦାତା କମିଟି ରହିଛି।

ନିରାକରଣ ପ୍ରସ୍ତୁତି ବୈଠକ ହେଉଛି। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ସଂସ୍ଥାରେ ଚଢ଼ଉ କରାଯାଉନାହିଁ। ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ସଂପର୍କରେ ଖବର ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ସ୍ବାସ୍ଥ୍ୟ ବିଭାଗ ପାଖରେ ଏସଂପର୍କରେ ଖବର ପହଞ୍ଚି ପାରୁନାହିଁ। ବିଭାଗୀୟ କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ପଦକ୍ଷେପ ବିଫଳ ହୋଇଛି। ସରକାର ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଆଳରେ କନ୍ୟା ଶକ୍ତି, ଅବର୍ଣ୍ଣନୀୟ ଏବଂ ଅଦମ୍ୟର ସ୍ଲୋଗାନ ଦେଉଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।