ରାଜ୍ୟ ସ୍ପେଶାଲ ରିପୋର୍ଟ

ନବରଙ୍ଗପୁର: ଆବଶ୍ୟକ ଭିତ୍ତିଭୂମି ନଥିବାରୁ କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବବର୍ଗ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ତେନ୍ତୁଳିଖୁଣ୍ଟି : କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ବିକାଶ ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ମହକୁମାରେ ଖେଳ ପଡ଼ିଆ ନଥିବାରୁ କ୍ରୀଡ଼ାବିତ୍‌ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କ୍ରୀଡ଼ା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ନଥିବାରୁ କ୍ରୀଡ଼ାବିତ୍‌ ନିଜ ପ୍ରତିଭା ପ୍ରଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ଏପରିକି ବହୁ ପ୍ରତିଭାବାନ କ୍ରୀଡ଼ାବିତ୍‌ କ୍ରୀଡ଼ାରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି।

ଦିନ ଥିଲା ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ତେନ୍ତୁଳିଖୁଣ୍ଟି ବ୍ଲକ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଏହି ବ୍ଲକରେ ପ୍ରତିଭାବାନ କ୍ରୀଡ଼ାବିତ୍‌ଙ୍କ ଅଭାବ ନଥିଲା। ଆବଶ୍ୟକ ଭିତ୍ତିଭୂମି ଓ ଖେଳ ପଡ଼ିଆ ଅଭାବରୁ ବ୍ଲକରେ ଥିବା ବହୁ କ୍ରୀଡ଼ାବିତ୍‌ ନିଜର ଲୁକ୍କାୟିତ ପ୍ରତିଭା ଜିଲ୍ଲା, ରାଜ୍ୟ ତଥା ଜାତୀୟସ୍ତରରେ ପ୍ରଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି। ଅଞ୍ଚଳର ଅନେକ ପ୍ରତିଭାବାନ ଯୁବକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିଲେ ମଧ୍ୟ୍ୟ ଆବଶ୍ୟକ ଭିତ୍ତିଭୂମି ଏମାନଙ୍କୁ ନିରାଶ କରିଛି। ପ୍ରଶାସନିକ ଓ ରାଜନୈତିକ ଉଦାସୀନତା ଯୋଗୁଁ ଯୁବ କ୍ରୀଡ଼ାବିତ୍‌ଙ୍କ ଏହି ଆଶା ପୂରଣ ହୋଇପାରୁନି। ବହୁ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇ ଯାଉଛି। କ୍ରୀଡ଼ାବିତ୍‌ଙ୍କ ନିମନ୍ତେ ସରକାରୀସ୍ତରରେ ନା ମିଳୁଛି ପ୍ରୋତ୍ସାହନ ନା ଅଛି ଆବଶ୍ୟକୀୟ ଭିତ୍ତିଭୂମି। ପଡ଼ୋଶୀ ବ୍ଲକ କିମ୍ବା ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିକୁ ତୁଳନା କଲେ ତେନ୍ତୁଳିଖୁଣ୍ଟି ସଦର ମହକୁମା ବହୁ ପଛରେ ପଡ଼ିଛି। ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ତେନ୍ତୁଳିଖୁଣ୍ଟିରେ ଏକ ଉନ୍ନତମାନର ଖେଳ ପଡ଼ିଆ ନିର୍ମାଣ ହୋଇନପାରିବା ଅଞ୍ଚଳର କ୍ରୀଡ଼ାବିତ୍‌ଙ୍କୁ ବ୍ୟଥିତ କରିଛି।

ପ୍ରତ୍ୟେକ ପଞ୍ଚାୟତରେ ଖେଳ ପଡ଼ିଆ ନିର୍ମାଣ ପାଇଁ ସରକାରୀ ନିର୍ଦେଶ ଥିବା ବେଳେ ତେନ୍ତୁଳିଖୁଣ୍ଟି ପଞ୍ଚାୟତ କିମ୍ୱା ବ୍ଲକ ସଦର ମହାକୁମାରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ତେନ୍ତୁଳିଖୁଣ୍ଟି ଅଞ୍ଚଳର କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଖେଳ ପଡ଼ିଆ କହିଲେ ସ୍ଥାନୀୟ ସରକାରୀ ନୋଡାଲ ବାପୁଜୀ ହାଇସ୍କୁଲ ପରିସରରେ ଥିବା ଖେଳ ପଡ଼ିଆ ବୁଝାଏ। ବର୍ତ୍ତମାନ ଏହି ଖେଳ ପଡ଼ିଆ ପାର୍ଶ୍ୱରେ ୨୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ ହୋଇଛି। ସେହିପରି ୫-ଟି ଅଧୀନରେ ବାପୁଜୀ ଉଚ୍ଛବିଦ୍ୟାଳୟର ରୂପାନ୍ତରୀକରଣ କାର୍ଯ୍ୟ ସହ ପଡ଼ିଆ ଚାରିପାଖେ ପାଚେରି ନିର୍ମାଣ କରାଯାଇଛି। ସ୍କୁଲ ଛାତ୍ରଛାତ୍ରୀ ଓ ଛାତ୍ରୀନିବାସର ସୁରକ୍ଷା ତଥା ଅଧ୍ୟୟନକୁ ଦୃଷ୍ଟିରେ ରଖି ବାହାର ଖେଳାଳିଙ୍କୁ ଉକ୍ତ ପଡ଼ିଆରେ ଖେଳିବା ପାଇଁ ଆଗାମୀ ଦିନରେ ବାରଣ କାରାଯିବ ବୋଲି ଅନୁମାନ କରାଯାଉଛି। ଏଭଳି ସ୍ଥିତିରେ ତେନ୍ତୁଳିଖୁଣ୍ଟି ସଦରର ଯୁବ କ୍ରୀଡ଼ାବିତ୍‌ଙ୍କ କେଉଁଠି କ୍ରୀଡ଼ା ଅଭ୍ୟାସ କରିବେ ସେନେି ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜିଲ୍ଲା ତଥା ବ୍ଲକ ପ୍ରଶାସନର ପ୍ରୟାସରେ ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତର ଏକ ଖେଳ ପଡ଼ିଆ ନିର୍ମାଣ କରାଗଲେ ବହୁ ଯୁବ କ୍ରୀଡ଼ାବିତ୍‌ ଉପକୃତ ହୋଇପାରିଥାନ୍ତେ ବୋଲି ବରିଷ୍ଠ ଖେଳାଳି ଗୋପାଳ କୃଷ୍ଣ ନାୟକ, ପ୍ରବୀଣ ଟାକ୍ରି, ପ୍ରଦ୍ୟୁମ୍ନ ଦାସ, ପ୍ରଦୀପ ଦାସ, ତୁଳାରାମ କର୍କରା, ସୁଶାନ୍ତ କୁମାର ଶତପଥୀ, ପ୍ରଶାନ୍ତ କୁମାର ଶତପଥୀ, ହାନେଶ ପାତ୍ର ବାଘ, ଅଜୟ ହିଆଲ, ବସନ୍ତ ପାଣିଗ୍ରାହୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ପଚାରିବାରୁ ଖେଳ ପଡ଼ିଆ ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କ ସହିତ ଜମି ଚିହ୍ନ ପାଇଁ ଆଲୋଚନା ଚାଲିଛି। ଜମି ଚି଼ହ୍ନଟ ହେବା ପରେ ତେନ୍ତୁଳିଖୁଣ୍ଟିରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।