ରାଜ୍ୟ ସ୍ପେଶାଲ ରିପୋର୍ଟ

ବନ୍ଧୁତ୍ବର ଏକ ଜ୍ବଳନ୍ତ ନିଦର୍ଶନ: ବର୍ଷେ ଲାଉକରି ଆଣିଲେ, ଏବେ ସାଇକଲ୍‌ରେ ଠେଲିଠେଲି ସ୍କୁଲ୍‌କୁ ଆଣୁଛନ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କୋଇଡ଼ା : ପାଠ ପଢ଼ିବାକୁ ଭାରି ମନ। ହେଲେ, ଏଥିରେ ପ୍ରତିବନ୍ଧକ ସାଜିଥିଲା ନିଜ ଗୋଡ଼। ଏଥିପାଇଁ ବିଦ୍ୟାଳୟକୁ ଯାଇପାରୁନଥିଲେ ଜେସିକା ବାଡ଼ା। ଜେସିକାଙ୍କ ମନର ଯନ୍ତ୍ରଣାକୁ ବୁଝିପାରିଲେ ସାଙ୍ଗ ମାଙ୍ଗରି ବାଡ଼ା। ଆଉ କାଳବିଳମ୍ୱ ନକରି ନିଜ ପିଠିରେ ଲାଉ କରି ସାଙ୍ଗଙ୍କୁ ବିଦ୍ୟାଳୟକୁ ନେଇଗଲେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ କୁସୁମୁଣ୍ଡି ଗାଁର ଏହି ଖବର ବନ୍ଧୁତ୍ବର ଏକ ଜ୍ବଳନ୍ତ ନିଦର୍ଶନ।

କୋଇଡ଼ା ବ୍ଲକ ଅନ୍ତର୍ଗତ କୁସୁମୁଣ୍ଡି ଗାଁର ଜେସିକା ବାଡ଼ା ଓ ମାଙ୍ଗରି ବାଡ଼ା। ଉଭୟଙ୍କ ବୟସ ପାଖାପାଖି ୮ ରୁ ୯ ବର୍ଷ ହେବ। ହେଲେ, ଦୁର୍ଭାଗ୍ୟକୁ ଜେସିକାଙ୍କ ଗୋଡ଼ ଦୁଇଟି କାମ କରୁନି। ତେଣୁ ସେ ଚାଲି ପାରୁନାହାନ୍ତି। ପାଦରେ ଚାଲି ପାରୁନଥିବାରୁ ସ୍କୁଲ ଯାଇପାରୁନଥିଲେ କି ପାଠ ପଢ଼ିପାରୁନଥିଲେ। ତେଣୁ ନିଜର ଅକ୍ଷମତାକୁ ନେଇ ଜେସିକାଙ୍କ ମନରେ ଭାରି ଦୁଃଖ। କିନ୍ତୁ, ଜେସିକାଙ୍କ ମନରେ ଥିବା କୋହକୁ ମର୍ମେମର୍ମେ ଅନୁଭବ କରୁଥିଲେ ବାଲ୍ୟବନ୍ଧୁ ମାଙ୍ଗରି ବାଡ଼ା। ଦିନେ ମାଙ୍ଗରି ମନେମନେ ସ୍ଥିର କଲେ ଜେସିକାଙ୍କ କୌଣସିମତେ ନିଜ ବିଦ୍ୟାଳୟକୁ ନେଇକି ଯିବେ। ଆଉ ପରବର୍ତ୍ତୀ ସମୟରେ ନିଜ ପିଠିରେ ଲାଉକରି ଜେସିକାଙ୍କୁ ବିଦ୍ୟାଳୟକୁ ନେଇଗଲେ। ବାସ୍‌ ଏଇଠୁ ଆରମ୍ଭ ହେଲା ଜେସିକାଙ୍କ ସ୍କୁଲ୍‌ ଜୀବନ। ପ୍ରତିଦିନ ସ୍କୁଲ୍‌ ସମୟ ହେବା ପୂର୍ବରୁ ୟୁନିଫର୍ମ ପିନ୍ଧି, ବସ୍ତାନୀ ଧରି ଘର ପିଣ୍ଡାରେ ବସି ସାଙ୍ଗକୁ ଅପେକ୍ଷା କରିଥା’ନ୍ତି ଜେସିକା। ଆଉ ମାଙ୍ଗରି ପହଞ୍ଚିବା ପରେ ତାଙ୍କ ପିଠିରେ ଲାଉ ହୋଇ କୁସୁମୁଣ୍ଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଆନ୍ତି। ଜେସିକା ଏବେ ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି, ଆଉ ସାଙ୍ଗ ମାଙ୍ଗରି ପଞ୍ଚମ ଶ୍ରେଣୀରେ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଦୀର୍ଘ ଏକ ବର୍ଷ ମାଙ୍ଗରିଙ୍କ ପିଠିରେ ଲାଉ ହୋଇ ଏମିତି ବିଦ୍ୟାଳୟକୁ ଆସିଲା ପରେ ସରକାରଙ୍କ ତରଫରୁ ଜେସିକାଙ୍କୁ ଗୋଟିଏ ତିନିଚକିଆ ସାଇକଲ୍‌ ମିଳିଛି। ଏହି ସାଇକଲ୍‌ରେ ବି ବସାଇ ସାଙ୍ଗ ଜେସିକାଙ୍କୁ ଠେଲିଠେଲି ସ୍କୁଲ୍‌କୁ ଆଣୁଛନ୍ତି ମାଙ୍ଗରି। ଏହାଠାରୁ ବନ୍ଧୁତ୍ବର ବଡ଼ ଉଦାହରଣ ଆଉ କ’ଣ ହୋଇପାରେ?

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।