ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଗାଁ : ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ନୂଆଗାଁ ବ୍ଲକର ଅନେକ ଗ୍ରାମର ଗ୍ରାମବାସୀ। ଅସହାୟ ଗରିବଗୁରୁବା ଲୋକଙ୍କ କୋହକୁ ନା ଶୁଣି ପାରୁଛି ପ୍ରଶାସନ ନା ଶୁଣି ପାରୁଛନ୍ତି ଲୋକପ୍ରତିନିଧି। ପ୍ରତିବର୍ଷ ନୂଆଗାଁ ବ୍ଲକ୍ ପାନୀୟ ଜଳ ଯୋଗାଣ ବିଭାଗର ଅସଲ ମୁଖା ଖୋଲୁଥିବା ସହ ଲୋକପ୍ରତିନିଧିମାନେ ନିଜ ପଞ୍ଚାୟତବାସୀଙ୍କ ପାଇଁ କେତେ ସମସ୍ୟା ଦୂର କରି ପାରୁଛନ୍ତି ତାହାର ପ୍ରତିଛବି ଆପେ ଆପେ ବାରି ହୋଇ ପଡୁଥିବା ବେଳେ ଚଳିତ ବର୍ଷ ମଧ୍ୟ ନିଜର ଅପାରଗତାକୁ ଲୁଚାଇ ପାରିନାହାନ୍ତି।
ପାନୀୟ ଜଳ ସଂକଟକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଲାଣି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ପାରାଢିପି ପଞ୍ଚାୟତ ଅନ୍ତର୍ଗତ ଗୌଡ଼ଥୁଆବାରୀ ଗ୍ରାମରେ। ଏହି ଗ୍ରାମରେ ଦୁଇ ଦୁଇଟି ନଳକୂପ ଅଛି, କିନ୍ତୁ ସେଥିରୁ ବାହାରୁଥିବା ଖାର ପାଣି ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥିବା ବେଳେ ଭାତ ରୋଷେଇ କଲେ ତାହାର ବର୍ଣ୍ଣ ହଳଦିଆ ପଡ଼ିଯାଉଥିବା ଗ୍ରାମବାସୀମାନେ କହିଛନ୍ତି। ଖାଦ୍ୟ ପ୍ରସ୍ତୁତି, ପାନୀୟ ଏବଂ ଗାଧୋଇବା ପାଇଁ ଗ୍ରାମର ପଛ ପାଖରେ ଥିବା ଡାହୁକା ନଦୀ ହିଁ ଏକମାତ୍ର ଭରସା ପାଲଟିଛି। ଯେଉଁଠି ଗାଧୋଉଛନ୍ତି, ସେଇଠୁ ଟିକେ ଦୂର ବାଲିରୁ ଚୁଆ ଖୋଳି ପାଣି ଆଣି ପିଇବା ସହ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।
ପ୍ରତିଦିନ ଗ୍ରାମର ମହିଳାମାନେ ସକାଳୁ ସକାଳୁ ଘରକାମ ସାରିଦେଇ ପିଲାମାନଙ୍କୁ ଧରି ଗାଧୋଇବାକୁ ଯାଆନ୍ତି ଏବଂ ଗାଧୋଇ ସାରି ହାଣ୍ତି ଓ ଗରା ସବୁରେ ପାଣି ଆଣି ରୋଷେଇ କରୁଥିବାର ଦୃଶ୍ୟ ବର୍ଷସାରା ଗ୍ରାମରେ ଦେଖିବାକୁ ମିଳୁଛି। ଏହି ଗ୍ରାମରେ ୨୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ପିଇବା ପାଣି ପାଇଁ ଏମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ଜଣାପଡ଼ିଛି। ଅତୀତରେ ଏହି ଗ୍ରାମର ଅନେକ ଲୋକ ଦେଶକୁ ସ୍ବାଧୀନ କରାଇବାରେ ନିଜ ଜୀବନକୁ ବାଜି ଲଗାଇ ସହିଦ ହୋଇଥିଲେ ମଧ୍ୟ ସେମାନଙ୍କ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ଡହଳବିକଳ ହେବା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇବା ସହ ସହିଦଙ୍କ ଗ୍ରାମ ପ୍ରତି ଘୋର ଅସମ୍ମାନ ହୋଇଛି। ସହିଦ ଦିବସକୁ ପାଳନ କରିବା ପାଇଁ ନେତାମାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଏଠାରେ ଉପସ୍ଥିତ ରହି ଏହି ଗ୍ରାମର ସହିଦମାନଙ୍କର ଗୁଣଗାନ କରୁଥିବା ବେଳେ ଗ୍ରାମରେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ଦୂର କରିପାରୁନାହାନ୍ତି।
ଗ୍ରାମବାସୀମାନେ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ଆଜି ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। ଏନେଇ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ, ଏ ବିଷୟରେ ସେ ଅଭିଯୋଗ ପାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରକ୍ରିୟାକରଣ ଆରମ୍ଭ ହୋଇନଥିବା ବେଳେ ଜିଲ୍ଲାପାଳ କହିଛନ୍ତି ମାନେ ପାଣି ନିଶ୍ଚିତ ଯୋଗାଇ ଦିଆଯିବ ବୋଲି କହିଛନ୍ତି। କିନ୍ତୁ ତାହା କେବେ ଦିଆଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ସହିଦଙ୍କ ଗ୍ରାମରେ ପିଇବା ପାଣି ମୁନ୍ଦାଏ ପାଇଁ ଯେଭଳି କାହାର ଜୀବନ ଚାଲିନଯାଏ ସେଥିପ୍ରତି ଜିଲ୍ଲା ପ୍ରଶାସନ ବିଶେଷ ଭାବେ ଦୃଷ୍ଟି ଦେବା ନିହାତି ଆବଶ୍ୟକ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ସାପ୍ତାହିକ,ମାସିକ,ରାଶିଫଳ ରାଶିଫଳ,ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l