ଅପରାଧ ରାଜ୍ୟ

ଆବାସ ହିତାଧିକାରୀ ଚୟନରେ ଦୁର୍ନୀତି ଅଭିଯୋଗ, କଂଗ୍ରେସର ଧାରଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପିପିଲି: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନରେ ପିପିଲି ବ୍ଲକ୍‌ରେ ବ୍ୟାପକ ଅନିୟମିତତା ଓ ପୂର୍ବ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇତିବା ଅଭିଯୋଗ କରି ପିପିଲି କଂଗ୍ରେସ ପକ୍ଷରୁ ଆଜି ବ୍ଲକ୍‌ ଅଫିସ ସମ୍ମୁଖରେ ଆନ୍ଦୋଳନ ସହ ଧାରଣା ଦିଆଯାଇଛି। ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ଆଜି ଶତାଧିକ କଂଗ୍ରେସ କର୍ମୀ ପିପିଲି ହାଟଛକରୁ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ୍‌ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେଠାରେ ଧାରଣାରେ ବସିରହିଥିଲେ। ଅଯୋଗ୍ୟ ବ୍ୟକ୍ତିଙ୍କ ଆବାସ ତାଲିକାରୁ ବାଦ ଦେବା ସହ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାଭୁକ୍ତ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଆପତ୍ତି ଅଭିଯୋଗ ତାରିଖକୁ ୨୪ ତାରିଖ ପରିବର୍ତ୍ତେ ଫେବ୍ରୁଆରି ୭ତାରିଖ ବଢ଼ାଇବାକୁ ଦଳ ପକ୍ଷରୁ ଦାବି କରାଯାଇଛି। ଶାସକ ଦଳର ନେତା ଓ ଅସାଧୁ ଅଧିକାରୀ ଏହି ଆବାସ ଯୋଜନା ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି ବୋଲି କଂଗ୍ରେସ ଯୁବନେତା ଜିନେଶ ଦାଶ ଅଭିଯୋଗ କରିଥିଲେ। ତେବେ ଯୋଗ୍ୟ ବ୍ୟକ୍ତିଙ୍କୁ ଘର ନମିଳିଲେ କଂଗ୍ରେସ ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ତିନି ଘଣ୍ଟା ଧରି ଏହି ଧାରଣା ଚାଲିଥିବା ବେଳେ ପିପିଲି ବିଡିଓ ଧାରଣାସ୍ଥଳକୁ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକପତ୍ର ଗ୍ରହଣ କରିଥିଲେ। କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ଶେଖ୍‌ ମେହବୁବ୍‌, ବିଜୟ ଦାସ, ସଂଜୟ ଶତପଥୀ, ମହେନ୍ଦ୍ର ନାୟକ, ମାନସ ଦାଶ, ରଂଜିତ ମହାପାତ୍ର, ଟୁଟୁ ପରିଡ଼ା, ସେକ୍‌ ସବୀର, ରୂପାଲି ସେଠୀ, ସୁରେନ୍ଦ୍ର ସେଠୀ, ଜୟମନୁ ସାମନ୍ତରାୟ, ପ୍ରମୋଦ ପଲେଇ, ରମେଶ ବେହେରା ଓ କାବୁଲା ପ୍ରଧାନ ପ୍ରମୁଖ କଂଗ୍ରେସ ନେତା ଏହି ଆନ୍ଦୋଳନରେ ସାମିଲ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।