ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଫେବ୍ରୁଆରି ପହିଲାରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଜାରି ହୋଇଛି। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ଶିକ୍ଷାରେ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅନୁଯାୟୀ ସାମ୍ସ ଇ-ସ୍ପେସ୍ରେ ଉପଲବ୍ଧ କରାଯାଇଛି। ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ନାମ, ବାପାଙ୍କ ନାମ, ମା’ଙ୍କ ନାମ, କେଉଁ ବିଷୟର ପରୀକ୍ଷା ଦେବେ ଆଦି ରହିଛି। କଲେଜ କର୍ତ୍ତୃପକ୍ଷ ତାହାକୁ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ହସ୍ତାନ୍ତର ପୂର୍ବରୁ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ଦସ୍ତଖତ କରିବା ନିତ୍ୟାନ୍ତ ଆବଶ୍ୟକ। ଆଡମିଟ୍ କାର୍ଡ ଓ ସିଏନ୍ଆରରେ କୌଣସି ପ୍ରକାର ତ୍ରୁଟି ଉପଲବ୍ଧ ହୋଇଥିଲେ କଲେଜ ଅଧ୍ୟକ୍ଷମାନେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ୍ coechseodisha@gmail.com ମାଧ୍ୟମରେ ଅବଗତ କରିବାକୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
ଯୁକ୍ତ୨ ପରୀକ୍ଷା: ଆଡମିଟ୍ କାର୍ଡ ଜାରି