ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟର ୩୦୦ ଆକାଂକ୍ଷୀ ସ୍କୁଲ ଚିହ୍ନଟ କରାଯାଇଛି। ସେଠାକାର ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩୦ଟି ସ୍କୁଲ ସାମିଲ ହୋଇଥିବା ବେଳେ ଏବେ ରାଜ୍ୟର ବଳକା ୨୭୦ ସ୍କୁଲର ୫୪୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦିଆଯିବ। ଆଜିଠାରୁ ଏହି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହାକି ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। କେଉଁ ଦିନ କେଉଁ ଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ହେବ ତାହାର ତାଲିକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ହେବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କ୍ଲାସରୁମ୍ ଶିକ୍ଷାକୁ କିଭଳି ଅଧିକ ଚିତ୍ତାକର୍ଷକ କରାଯାଇପାରିବ ସେନେଇ ଶିକ୍ଷକଙ୍କୁ ତାଲିମ ଦିଆଯିବା ସହ ପିଲାମାନେ କିଭଳି ନିଜକୁ ନିଜେ ପଢ଼ିପାରିବେ ସେଦିଗରେ ବି ପଦକ୍ଷେପ ନିଆଯାଇଛି। ଚୟନ ହୋଇଥିବା ଶିକ୍ଷକମାନଙ୍କୁ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବାକୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ କୁହାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l
୫୪୦ ଶିକ୍ଷକଙ୍କୁ ମିଳିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ