ଅପରାଧ ରାଜ୍ୟ

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା: ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର, ଅଭିଯୁକ୍ତ ଫେରାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ତେବେ, ନିଷ୍ପାପ ଶିଶୁକୁ ଏଭଳି ହତ୍ୟା ପଛରେ କାରଣ କ’ଣ ଜଣା ପଡ଼ିନାହିଁ।

ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା ଗୋବିନ୍ଦ ପାତ୍ରଙ୍କ ପୁଅ ନି‌ତେଶ ପାତ୍ର। ସୂଚନା ଅନୁସାରେ, ସନ୍ଧ୍ୟା ୫ଟାରେ ନିତେଶ ଟିଉସନ ଯିବାର ଥିଲା। କିନ୍ତୁ, ସେ ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପଡ଼ୋଶୀ ଘର ଛାତ ଉପରେ ଶିଶୁଟିକୁ ଠାବ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଧରା କୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଘଟ ହେବା କ୍ଷଣି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରିବାର ଲୋକଙ୍କ ସହ ସାହିରେ କାହାର ଶତ୍ରୁତା ନଥିବା ବେଳେ କାହିଁକି ଶିଶୁଟିକୁ କିଏ ହତ୍ୟା କରିଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି। ତେବେ,ପଡ଼ୋଶୀ ଘର ଯୁବକ ଜଣକ ଘରେ ନଥିବାରୁ ପୁଲିସ ତା’ ଉପରେ ସନ୍ଦେହ ନିବଦ୍ଧ କରିଛି। ଫେରାର ଯୁବକ ଧରାପଡ଼ିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।