ରାଜ୍ୟ ସ୍ପେଶାଲ ରିପୋର୍ଟ

କଥାଟିଏ କହିଦେଲେ ଗୃହମନ୍ତ୍ରୀ: ପୀଡ଼ିତା‌ଙ୍କ କ୍ଷତିପୂରଣରେ ବାଟମାରଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଭୁବନେଶ୍ବର : ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସରକାରୀ ସହାୟତା ଟଙ୍କା ବାଟମାରଣା ହେଉଛି। ଏହା ପଛରେ ରହିଛି କିଛି ଅସାଧୁ ପୁଲିସ ଓ ଆଇନ୍‌ଜୀବୀଙ୍କ ହାତ। ସେମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଛି। ସରକାର ‘ସାକାର’ ଯୋଜନା ମାଧ୍ୟମରେ ପୀଡ଼ିତ, ପୀଡ଼ିତାଙ୍କୁ ସହାୟତା ଯୋଗାଉଥିବା ବେଳେ ଏହି ଅସାଧୁମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି। ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛି। ଆଜି ଭୁବନେଶ୍ବର ରୋଟାରି ଭବନରେ ଆଇନ ସେବା ସଂସ୍ଥା ‘କ୍ଲାପ’ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଏଭଳି ବୟାନ ବିଭିନ୍ନ ମହଲରେ ହଟଚମଟ ସୃଷ୍ଟି କରିଛି।

ସେ ଆହୁରି ମଧ୍ୟ କହିଥିଲେ, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି। ବହୁ ଲୋକ କ୍ଷତିପୂରଣ ସହାୟତା ପାଇଁ ଆବେଦନ କରିଛନ୍ତି। ଯାହା ଭିତରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି। ଉଦ୍‌ବେଗର କଥା ଯେ ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା। ଲୋକଙ୍କୁ ମିଛ ମାମଲାରେ ଛନ୍ଦିବା ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ପୁଲିସ ଉପରେ ଚାପ ପକାଇ ଆଟ୍ରୋସିଟି ମାମଲା ରୁଜୁ କରାଯାଇଛି। ଏମିତିକି ତାଙ୍କ ନିଜ ନିର୍ବାଚନମଣ୍ଡଳୀରେ ମଧ୍ୟ ୩ ଟି ବିବାଦୀୟ ଅଭିଯୋଗ ଆସିଥିଲା।

ଆଇନ୍‌ଜୀବୀ ଦେହକୁ ନ ନେବା ପାଇଁ କହି ମନ୍ତ୍ରୀ ଆହୁରି କହିଥିଲେ ଯେ ଅନେକ ଘଟଣାରେ ମାମଲାକୁ ସତ ପ୍ରମାଣିତ କରିବା ପାଇଁ ପୀଡ଼ିତଙ୍କ ନିକଟରୁ ଆଗୁଆ କମିସନ ନିଆଯାଉଛି। କଳେବଳେ କୌଶଳେ ମାମଲା ସତ ପ୍ରମାଣିତ କରି ସରକାରୀ ସହାୟତାର ଅସାଧୁ ଲାଭ ହାସଲ କରୁଛନ୍ତି। ସରକାର କ’ଣ ଦେଉଛନ୍ତି ସେ ବାବଦରେ ପୀଡ଼ିତ ସଚେତନ ନୁହେଁ। ଗାଳି ଖାଇ ମାନହାନି ମାମଲା କରିଥିବା ବ୍ୟକ୍ତିଟି ସରକାର ଦେଉଥିବା ୨ ଲକ୍ଷ ଟଙ୍କାରୁ ଆଇନ୍‌ଜୀବୀଙ୍କ ଜରିଆରେ ୫୦ ହଜାର ଟଙ୍କା ପାଇଲେବି ଖୁସି ହୋଇଯାଉଛି।

ଏହାଦ୍ୱାରା ଗୋଟାଏ ପଟେ ଅନେକ କ୍ଷେତ୍ରରେ ନିର୍ଦ୍ଦୋଷ ଲୋକଟି ମାମଲାରେ ଫସୁଥିବା ବେଳେ ଅନ୍ୟପଟେ ସରକାରୀ ପାଣ୍ଠି ଅଯଥା ଖର୍ଚ୍ଚ ହେଉଛି। ତେଣୁ ଆଇନ ସେବା ସହାୟତା ଦେଉଥିବା ବ୍ୟକ୍ତି ଓ ଅନ୍ୟମାନେ ଏବାବଦରେ ସଚେତନ ହୋଇ କାମ କରିବା ଉଚିତ୍। ହିଟ୍ ଆଣ୍ଡ ରନ୍, ସାପ କାମୁଡ଼ା, ଦୁର୍ଘଟଣା ଭଳି ମାମଲାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ କ୍ଷତିପୂରଣ ସହାୟତା ମିଳୁଛି। ତେଣୁ ପୀଡ଼ିତ ବା ପୀଡ଼ିତା ପ୍ରଥମେ ଡାକ୍ତରଖାନାରେ ଚିକିତ୍ସା ବେଳେ ଏ ବାବଦରେ ରିପୋର୍ଟ କରନ୍ତୁ। ଫଳରେ ଏଥିରେ ସ୍ୱଚ୍ଛତା ଆସିପାରିବ ବୋଲି ମନ୍ତ୍ରୀ କହିଛନ୍ତି। ଅନେକ ସମୟରେ ମିଛ ମାମଲା ପଦାକୁ ଆସିବା ପରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଇନ୍‌ରେ ଶୃଙ୍ଖଳା ଆସିଛି। ଜଣେ ଏସ୍‌ଡିପିଓ ରୢାଙ୍କର ଅଫିସ୍‌ର କିମ୍ବା ତହସିଲଦାର ସ୍ତରର ଜୁଡିସିଆଲ ମାଜିଷ୍ଟ୍ରେଟ୍ ତଦନ୍ତ କରି ରିପୋର୍ଟ ଦେବା ପରେ ପୀଡ଼ିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଉଛି।

ମନ୍ତ୍ରୀ କହିଥିଲେ, ବିଭିନ୍ନ ଘଟଣାରେ ପୀଡ଼ିତ ଲୋକେ କ୍ଷତିପୂରଣ ପାଇବାରେ ସହଜ ହେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାକାର ପୋଟାଲ ଖୋଲାଯାଇଛି। ଜିଲ୍ଲା ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଆବେଦନ କରିବା ପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ମିଳିବ। ସାଧାରଣ ଲୋକେ ଏବାବଦରେ ଅଧିକ ସଚେତନ ହେଲେ କ୍ଷତିପୂରଣ ପାଇବାର ଅଧିକ ସୁଯୋଗ ନେଇପାରିବେ। ଥାନାସ୍ତରରେ ଏନେଇ ସଚେତନତା କରାଯାଇଛି। ମାତ୍ର ଥାନା ପକ୍ଷରୁ ଲୋକଙ୍କୁ ଏ ବାବଦରେ ଜଣାଇବାକୁ ସୁଯୋଗ ନଥାଏ। କାରଣ ଥାନାରେ ସର୍ବଦା ବାଦି ଓ ପ୍ରତିବାଦି ଭିତରେ ଲଢ଼େଇ ଚାଲିଥାଏ। ଦୁଷ୍କର୍ମ ହେଉକି ଅପହରଣ ଅବା ନିର୍ଯାତନା, ପୀଡିତ ବ୍ୟକ୍ତି ଏହି କ୍ଷତିପୂରଣ ପାଇପାରିବେ। ଏବାବଦରେ ସ୍ୱୟଂସହାୟକ ଗୋଷ୍ଠୀକୁ ମଧ୍ୟ ସଚେତନ କରାଯାଇଛି। ଏନେଇ ଆଗକୁ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖଙ୍କୁ ସଚେତନ କରାଯିବ।

ସେହିପରି ଏନ୍‌ସିଆରବି ରିପୋର୍ଟକୁ ନେଇ ସରକାରଙ୍କୁ ଆଙ୍ଗୁଳି ଉଠାଇଥିବା ବେଳେ ମନ୍ତ୍ରୀ କହିଥିଲେ ଯେ ଆଗରୁ ପୁଲିସକୁ ଦେଖି ପୀଡ଼ିତ ଡରି ଯାଉଥିଲେ। ପ୍ରତିପକ୍ଷର ଭୟ ମଧ୍ୟ ଥିଲା। ତେଣୁ ବିଭିନ୍ନ ଘଟଣାରେ ଲୋକେ ଅଭିଯୋଗ କରିବାକୁ ଥାନାକୁ ଆସୁ ନ ଥିଲେ। ବର୍ତ୍ତମାନ ସରକାରରେ ଲୋକେ ନିର୍ଭୟ ହୋଇଛନ୍ତି। ଥାନାକୁ ଆସି ସୁବିଧାରେ ଅଭିଯୋଗ ଦାଖଲ କରିପାରୁଛନ୍ତି। ତେଣୁ ଓଡ଼ିଶାରେ ବିଭିନ୍ନ ମାମଲା ସଂଖ୍ୟା ବଢ଼ିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।