ଅପରାଧ ରାଜ୍ୟ

ବୋଲେରୋ ଜଳି ଜଣେ ଜୀବନ୍ତ ଦଗ୍ଧ ଘଟଣା: ଗାଡ଼ି ମାଲିକଙ୍କୁ ପଚରାଉଚରା, ତିନି ଗୁରୁତର ଆରଜିଏଚରେ ଭର୍ତ୍ତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଜଳି ଜଣେ ଜୀବନ୍ତ ଦଗ୍ଧ ହବୋ ଘଟଣାରେ ପୁଲିସ୍ ତନାଘନା କରିଛି।ଦୁର୍ଘଟଣା ପରେ ଚାଳକ ଫେରାର ମାରିଥିବା ହେତୁ ପୁଲିସ୍ ଗାଡ଼ି ମାଲିକଙ୍କୁ ପଚରାଉଚରା କରିଛି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାଳକ ତାଙ୍କୁ ମିଛ କହି ଗାଡ଼ି ନେଇଥିଲା ଏବଂ ଦୁର୍ଘଟଣା ପରେ ସେ ଚିନ୍ତିତ ଅଛନ୍ତି। ତେଣେ ପୁଲିସ ଚାଳକକୁ ଖୋଜୁଛି।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ଅନ୍ତର୍ଗତ କରଲାଖମନ ବୁଲାଣିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିଲେ। ସୂଚନା ଅନୁସାରେ, ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସିମଡେଗାରୁ ସୋମବାର ରାତି ପ୍ରାୟ ୯ ଟାରେ ପିଣ୍ଡାପଥର ପଞ୍ଚାୟତ ପରମାଣପୁର ଢେଟୋପଡ଼ାକୁ ଏକ ବୋଲେରୋ ଯୋଗେ ଫେରୁଥିବା ସମୟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗାଡ଼ିଟି ସଂପୂର୍ଣ୍ଣ ପୋଡ଼ି ଯାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଚାଳକଙ୍କ ସମେତ ଚାରିଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗିଯିବାରୁ ପଛପଟେ ବସିଥିବା ସୁରେଶ ଲୁଗୁନ୍ ବାହାରି ପାରି ନଥିଲେ।
ତାଙ୍କୁ ବାହାର କରିବାକୁ ତାଙ୍କ ଦୁଇ ଭାଇ ସୁଲେ ଲୁଗୁନ, ନବୀନ ଲୁଗୁନ ଓ ପ୍ରମୋଦ ଏକ୍କା ଉଦ୍ୟମ କରିଥିଲେ। ସେମାନେ ଗୁରୁତର ଆହତ ହୋଇଥିବା ସତ୍ତ୍ବେ ଭାଇକୁ ବଞ୍ଚାଇବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ। ମାତ୍ର ନିଆଁ ତୀବ୍ର ହେବାରୁ ସେମାନେ ବିଫଳ ହୋଇଥିଲେ। ସୁରେଶ ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିଲେ। ଖବର ପାଇ ଗଡ଼ପୋଷ ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ଗୁରୁତର ଆହତ ତିନିଜଣଙ୍କୁ ଗଡ଼ପୋଷ ମେଡିକାଲକୁ ନେଇଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ତିନି ଜଣଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଆରଜିଏଚ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କୁତ୍ରା ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେମାନେ ଜଣେ ସଂପର୍କୀୟ ଯୁବତୀଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ(ବଡ଼କୁଟୁମ୍ବ)ରେ ଯୋଗଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଗୋବିନ୍ଦପୁର ଥାନାଧିକାରୀ ବିଧୁ ଭୂଷଣ ମିଶ୍ର ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ଦୁର୍ଘଟଣା ପରେ ବୋଲେରୋ ଚାଳକ ଫେରାର୍ ହୋଇଯାଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।