ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଦିବାସୀ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଅପହଞ୍ଚ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଯାଜପୁର : କୋଭିଡ୍‌ ସମୟରେ ପିତାମାତା ଉଭୟ, କିମ୍ବା ପିତା ଅବା ପରିବାରର ମୁଖ୍ୟ ଆୟକାରୀ ବ୍ୟକ୍ତିଙ୍କୁ ହରାଇଥିବା ଶିଶୁଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଘୋଷଣା କରିଥିଲେ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତି ମାସ ଆର୍ଥିକ ସହାୟତା ପ୍ରଦାନ କରିବାର ନିର୍ଦ୍ଦେଶ ରହିଛି। ଅଥଚ ମାସ ପରେ ମାସ ବିତିଯାଇଥିଲେ ହେଁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନାଥ ଶିଶୁମାନଙ୍କ ନିକଟରେ ଆଶୀର୍ବାଦ ଯୋଜନା ପହଞ୍ଚି ପାରିନାହିଁ। ଅନାଥ ପିଲାମାନେ କିପରି ଦୟନୀୟ ଭାବେ ଜୀବନ ବିତାଉଥିଲେ? ଅନୁସନ୍ଧାନରୁ ଜଣାପଡ଼ିଛି ୫ଟି ପରିବାର ୧୭ଜଣ ଅନାଥ ଶିଶୁଙ୍କୁ ସରକାରୀ ସହାୟତା ମିଳିବ ମିଳିବ ବୋଲି ଅଧିକାରୀ ବହୁଦିନରୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଆଶୀର୍ବାଦ ଯୋଜନାର ସହାୟତା ରାଶି ପ୍ରଦାନ କରାଗଲା ନାହିଁ।

ପ୍ରକ‌ାଶ ଥାଉକି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ୨୦୨୦ ଏପ୍ରିଲ ମାସରୁ ୨୦୨୧ ସେପ୍ଟେମ୍ବର ୧୫ତାରିଖ‌ ମଧ୍ୟ‌ରେ କୋଭିଡ୍‌ରେ କୌଣସି ଶିଶୁ ପିତାମାତା ଅବା ପିତା କିମ୍ବା ପରିବାର ମୁଖ୍ୟ ଆୟକାରୀଙ୍କୁ ହରାଇ ଅନାଥ ‌ହୋଇଥିଲେ ଏହି ଯୋଜନାରେ ସାମିଲ ହୋଇପାରିବେ। ଉଭୟ ପିତାମାତାଙ୍କୁ ହରାଇଥିବା ପ୍ରତି ପିଲାଙ୍କୁ ମାସିକ୨୫୦୦ ଟଙ୍କା ଓ କେବଳ ପିତାଙ୍କୁ ହରାଇଥିବା ପ୍ରତି ଶିଶୁଙ୍କୁ ୧୫୦୦ ଟଙ୍କା ପ୍ରଦାନ କରାଯିବାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ହୋଇଥିଲା। ସରକାରଙ୍କ ଏହି ଘୋଷଣା ମୁତାବକ ଆଦିବାସୀ ଅଧ୍ୟୁଷିତ ଦାନଗଦୀ ଓ ସୁକିନ୍ଦା ବ୍ଲକର ବହୁ ଆଦିବାସୀ ଅନାଥ ଶିଶୁ ସରକାରଙ୍କ ଘୋଷିତ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ହୋଇଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରେ ସୁକିନ୍ଦା ବ୍ଲକର ଗୋବରଘାଟୀ ପଞ୍ଚାୟତ ମିରଗିଚରା ଓ ରାଇସାହିର ପାଞ୍ଚଟି ପରିବାର ୧୮ ଜଣ ଶିଶୁ ଆଶୀର୍ବାଦ ଯୋଜନାରୁ ବଞ୍ଚିତ ହୋଇ ଭୋକ ଉପବାସରେ ଦିନ କାଟୁଛନ୍ତି।

ଗତ ଜୁନ ମାସରେ ସୁକିନ୍ଦା ଅଞ୍ଚଳର ସାମାଜିକ କର୍ମୀଙ୍କ ପ୍ରୟାସରେ ଏହି ଶିଶୁ ଓ ସେମାନଙ୍କ ଅଭିଭାବକଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନେଇ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ସେମାନଙ୍କୁ ଯଥାଶୀଘ୍ର ଆଶୀର୍ବାଦ ଯୋଜନାରେ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ବୋଲି ଆଶ୍ବାସନା ଦେଇଥିଲେ। ଫଟୋ ଉଠାଇ ଏକାଦିନରେ ବହୁ ଶିଶୁ ସୁରକ୍ଷା ବଳୟ ଭିତରକୁ ଆସିଗଲେ ବୋଲି କହିଥିଲେ।

ଏହି ଅନାଥ ଶିଶୁମାନେ ହେଲେ ମିରିଗଚରା ଗ୍ରାମର ମୃତ ମଙ୍ଗତ ପୂର୍ତ୍ତିଙ୍କ ୫ଶିଶୁ, ପଣ୍ଡିତ ଅଙ୍ଗରାଇଙ୍କ ୩ଶିଶୁ, ସାଗର ଗଇଁପାଇଁଙ୍କ ୨ଶିଶୁ, ସୁଶୀଲ ମେଲସାଣ୍ତିଙ୍କ ୨ପିଲା ଓ ପଣ୍ଡୁ ଜାରିକାଙ୍କ ୫ପିଲା ଅନାଥ ହୋଇଥିଲେ ହେଁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସହାୟତା ରାଶି ମିଳିପାରିନାହିଁ। ଏଥି ମଧ୍ୟରେ ୭ମାସ ଧରି ହିତାଧିକାରୀ ସରକାରୀ ଦପ୍ତର ଦୌଡ଼ିଦୌଡ଼ି ନିରାଶ ହୋଇ ଆଶା ଛାଡ଼ିଦେଲେଣି। ବିଭିନ୍ନ ଯୋଜନା ଭଳି ଆର୍ଶୀବାଦ ଯୋଜନା ପ୍ରତି ଅଧିକାରୀଙ୍କର ଆନ୍ତରିକତା ନଥିବାରୁ ଅନାଥ ଶିଶୁମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପିଲାମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଡିସିପିଓ ନିରଞ୍ଜନ କର କହିଛନ୍ତି, ରାଜ୍ୟରେ ଯାଜପୁର ଜିଲ୍ଲା ଆଶୀର୍ବାଦ କାର୍ଯ୍ୟକାରୀ କରିବାରେ ତୃତୀୟ ସ୍ଥାନ ଅଧିକାର କରିଛି। ଏବେ ଅନ୍‌ଲାଇନ୍‌ରେ ଅନାଥ ଶିଶୁଙ୍କୁ ସହାୟତା ରାଶି ପ୍ରଦାନ କରାଯାଉଛି। ବିଡିଓ, ସିଡିପିଓଙ୍କୁ ଏହା ଉପରେ ବାରମ୍ବାର ତାଗିଦ କରାଯାଉଛି। ସହାୟତା ରାଶି ପାଇନଥିବା ଶିଶୁଙ୍କୁ ତୁରନ୍ତ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।