ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ‘ପତ୍ନୀ ଶ୍ରେୟାଙ୍କ ସହିତ ପୁଣି ଥରେ ସଂସାର କରି ଚଳିବି ବୋଲି ପୁଲିସକୁ କହିଥିଲି। କିନ୍ତୁ ଶ୍ରେୟା ତାଙ୍କ ନିଷ୍ପତ୍ତି ଜଣାଇବାକୁ ଦୁଇ ଦିନ ସମୟ ନେଇଥିଲେ। ହେଲେ ପୁଲିସକୁ ସେ ତାଙ୍କ ନିଷ୍ପତ୍ତି ଜଣାଇବା ପୂର୍ବରୁ ଆଜି ପ୍ରେସ୍ମିଟ୍ କରି ପୁଣି ଥରେ ମୋ ଉପରେ ଓ ମୋ ପରିବାର ଉପରେ ଆରୋପ ଲଗାଇଛନ୍ତି। ଏହା ଠିକ୍ ନୁହେଁ। ଆମେ ଯେଉଁ ଆପୋସ ବୁଝାମଣା କଥା କହୁଛେ ସେଥିରେ ଏଭଳି ପ୍ରେସ୍ମିଟ୍ ନକାରାତ୍ମକ ପରିସ୍ଥିତି ସୃଷ୍ଟି କରୁଛି। ଏଭଳି କହିଛନ୍ତି ଓଲିଉଡ୍ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର।
ହ୍ୟୁମାନ୍ ଓ ପତ୍ନୀ ଶ୍ରେୟାଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗିରହିଥିବା ବେଳେ ଶ୍ରେୟା ପୁରୀରେ ସାମ୍ବାଦିକ ସମ୍ମିଳନୀ କରି ସ୍ୱାମୀ ହ୍ୟୁମାନ୍ ସାଗର ଓ ତାଙ୍କ ମାଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହ୍ୟୁମାନ୍ ପାଲଟା ଅଭିଯୋଗରେ କହିଛନ୍ତି ଯେ ବାହାଘରର ଆଠ ବର୍ଷ ଭିତରେ ଶ୍ରେୟା କେବେ ଏଭଳି ଅଭିଯୋଗ ଆଣି ନଥିଲେ। ତା ମାନେ ସେ ଏତେ ଦିନ ନିର୍ଯାତନା ସହିଥିଲେ ବୋଲି ହ୍ୟୁମାନ୍ ପ୍ରଶ୍ନ କରିଛନ୍ତି। ହ୍ୟୁମାନ୍ ଆହୁରି କହିଛନ୍ତି ଯେ ଶ୍ରେୟା ଯେଉଁ ତୃତୀୟ ବ୍ୟକ୍ତି କଥା କହୁଛନ୍ତି, ସେଭଳି କେହି ନାହାନ୍ତି। ଶ୍ରେୟା, ଝିଅ ଓ ମା ଠାରୁ ଆଉ କେହି ବଡ଼ ନୁହେଁ। ଅନ୍ୟପାଇଁ ମୋ ପରିବାର କେବେ ବି ଭାଙ୍ଗିପାରିବିନି। ମୋ ଶାଶୂ ମୋ ମାଆ ଭଳି। ତାଙ୍କୁ କୌଣସି ଅପମାନଜନକ ଶବ୍ଦ କହିପାରିବି ନାହିଁ ବୋଲି କହିଛନ୍ତି ହ୍ୟୁମାନ୍।
ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l