ରାଜ୍ୟ ସ୍ପେଶାଲ ରିପୋର୍ଟ

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ: ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଛନ୍ତି। ପ୍ରା‌ଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟଗୁଡ଼ିକୁ ଗୋଟିଏ କ୍ୟାମ୍ପସକୁ ଅଣାଯାଇ ଥିବାରୁ ଡ୍ରେସ୍‌‌କୋଡ୍ ପରିବର୍ତ୍ତନ ନେଇ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି।

ଯୋଜନା ଅନୁଯାୟୀ ୨୦୧୦ରେ ଲାଗୁଥିବା ଡ୍ରେସ୍‌କୋଡ୍‌ ନିୟମରେ ସଂଶୋଧନ ଅଣାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା କମ୍ପୋଜିଟ୍‌ ସ୍କୁଲରେ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଲାଗି ଥିବା ଗୋଲାପି ଡ୍ରେସ୍‌କୋଡ୍‌ ଉଠିଯିବ। ତା’ ବଦଳରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷୟିତ୍ରୀ ମଠା ରଙ୍ଗର ଶାଢ଼ି ପିନ୍ଧିବେ, ଯେଉଁଥିରେ ମେରୁନ୍‌ ବର୍ଡର ରହିବ। ଶିକ୍ଷକଙ୍କ ଧଳା ସାର୍ଟକୁ କଳା ପ୍ୟାଣ୍ଟ ହେବ। ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ କଳା ପ୍ୟାଣ୍ଟ ଓ ନୀଳ ସାର୍ଟ ପିନ୍ଧୁଛନ୍ତି। ଶିକ୍ଷୟିତ୍ରୀମାନେ ଗୋଲାପି ଶାଢ଼ି ଓ କଳା ବ୍ଲାଉଜ୍‌ ପରିଧାନ କରୁଛନ୍ତି। ଗୋଟିଏ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭିନ୍ନଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିବାରୁ ପରସ୍ପର ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି। ତେଣୁ କମ୍ପୋଜିଟ୍‌ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏକପ୍ରକାର ପୋଷାକ କରିବାକୁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କେବଳ ଆଲୋଚନା ଚାଲିଛି। ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି। ଏବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଗୋଟିଏ ପ୍ରକାର ଡ୍ରେସ୍‌କୋଡ ହୋଇଥିବା ବେଳେ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ପାଇଁ ଅଲଗା ପ୍ରକାର ରହିଛି। ଏହାଦ୍ବାରା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି। ତାହାକୁ ଦୂର କରିବା ସହ ସବୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ୍‌ ଗୋଟିଏ ପ୍ରକାର କରିବାକୁ ସ୍ଥିର ହୋଇଛି। ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଅଧ୍ୟାପକ ଓ ଅଧ୍ୟାପିକାଙ୍କ କୌଣସି ଡ୍ରେସ୍‌କୋଡ କରାଯାଇନାହିଁ। ଇତିମଧ୍ୟରେ ଯୁକ୍ତ୨ କଲେଜ ଗଣଶିକ୍ଷା ବିଭାଗ ଅଧୀନକୁ ଆସିଥିବାରୁ ସେମାନଙ୍କ କ୍ଷେତ୍ରରେ ବି ଡ୍ରେସ୍‌କୋଡ ଲାଗୁ କରାଯାଇପାରେ। ଏହି ନିଷ୍ପତ୍ତି ୨୦୨୦-୨୧ ଶିକ୍ଷାବର୍ଷରେ ଲାଗୁ କରିବାକୁ ସ୍ଥିର ହୋଇଥିଲା। ଏ ସମ୍ପର୍କିତ ଫାଇଲ୍‌ ପ୍ରସ୍ତୁତ ହୋଇଥିଲେ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ପାଠପଢ଼ା ବନ୍ଦ ହୋଇଥିଲା। କ୍ଲାସ ହୋଇପାରି ନଥିଲା। ତେଣୁ ନିୟମ କାର୍ଯ୍ୟକାରୀ କରାଯାଇପାରିନାହିଁ। ଏବେ ସ୍ଥିତିରେ ସୁଧାର ଆସିଥିବାରୁ ୨୦୨୩-୨୪ ଶିକ୍ଷାବର୍ଷରୁ ନୂଆ ଡ୍ରେସ୍‌କୋଡ ଲାଗୁ କରିବାକୁ ସ୍ଥିର ହୋଇଛି।

୨୦୧୦ ମସିହାରେ ପ୍ରଥମଥର ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଡ୍ରେସ୍‌କୋଡ ଲାଗୁ ହୋଇଥିଲା। ଇତି ମଧ୍ୟରେ ୧୨ବର୍ଷ ବିତିଗଲାଣି। ତେଣୁ ଡ୍ରେସ୍‌କୋଡ୍ରେ ବି ପରିବର୍ତ୍ତନ ଆଣିବାକୁ ୫ବର୍ଷ ହେଲା ଆଲୋଚନା ଚାଲିଛି। ୨୦୧୮-୧୯ ଶିକ୍ଷାବର୍ଷରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ବୟନିକା ଶାଢ଼ି ପିନ୍ଧିବାକୁ ପ୍ରୋତ୍ସାହିତ କରିବାକୁ ସେତେବେଳେ ଆଲୋଚନା ଚାଲିଥିଲା। ଏପରିକି ଲୋକସେବା ଭବନରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ପିଲାଙ୍କ ୟୁନିଫର୍ମ ରଙ୍ଗ ପୂର୍ବଭଳି ରହିବ, ମାତ୍ର କ୍ୱାଲିଟି ବଦଳିବ। ବୁଣାକାରଙ୍କୁ ସ୍ୱଚ୍ଛଳ କରାଯିବା ସହ ବର୍ଷ ସାରା କାମ ଦେବାକୁ ପ୍ରୟାସ କରାଯାଉଥିବା ତତ୍‌କାଳୀନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଥିଲେ। ଶିକ୍ଷୟିତ୍ରୀମାନେ ସମ୍ବଲପୁରୀ ଶାଢ଼ି ପିନ୍ଧିବା ନେଇ ମଧ୍ୟ ବହୁ ସମୟ‌ରେ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।