ରାଜ୍ୟ ସ୍ପେଶାଲ ରିପୋର୍ଟ

ଏଥର ହଜିଯିବ ବସନ୍ତ, ଗରମ ବଢ଼ିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଏଥର ବସନ୍ତରେ ବହିବନି ସୁଲୁସୁଲିଆ ମଳୟ ପବନ। ନାତିଶୀତୋଷ୍ଣ ପରିବେଶ ରହିବ ନାହିଁ। ବସନ୍ତର ସାବଳୀଳତା ଉପଭୋଗରୁ ଓଡ଼ିଶାବାସୀ ଏଥର ବଞ୍ଚିତ ରହିବେ। କାରଣ ଏଥରର ବସନ୍ତ ଉଷ୍ମ ରହିବ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କଲେଣି। ଚଳିତ ବର୍ଷ ଶୀତରେ ଶୀତ କମ୍‌ ଓ ଉଷ୍ମତା ଅଧିକ ରହିଥିବା ବେଳେ ଆଗକୁ ଧୀରେଧୀରେ ଶୀତ କମିବ ଓ ଗରମ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭା‌ଗ ମଧ୍ୟ ପୂର୍ବରୁ ପ୍ରକାଶ କରିସାରିଛି। ଦେଶରେ ଧୀରେ ଧୀରେ ପାଣିପାଗ ପ୍ରକ୍ରିୟା ଏଲ୍‌-ନିନୋ ସକ୍ରିୟ ହେଉଥିବାରୁ ସାରା ଦେଶରେ ଚଳିତ ବର୍ଷ ଅଧିକ ଉଷ୍ମ ରହିବ। ଏଥିସହ ଫେବ୍ରୁଆରି ମାସଠାରୁ ରାଜ୍ୟର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ। ଯେଉଁଭଳି ଭାବେ ଚଳିତ ଶୀତ ଋତୁରେ ବିଶେଷ ଶୀତ ଅନୁଭୂତ ହେଲା ନାହିଁ ଓ ଅଧିକାଂଶ ସମୟ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଲା, ଠିକ୍‌ ସେହିଭଳି ବସନ୍ତ ଋତୁ ବି ଓଡ଼ିଶାବାସୀ ଅନୁଭବ କରିପାରିବେ ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପଟେ ବସନ୍ତରେ ଗରମ ବଢ଼ିବ ବୋଲି ବି ପୂର୍ବାନୁମାନ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ରାଜ୍ୟରେ ବର୍ତ୍ତମାନ ବିଲ୍‌କୁଲ ଶୀତର ପ୍ରଭାବ ନାହିଁ। ଆସନ୍ତା ୫ ଦିନ ବି ରାଜ୍ୟର ପାରଦ ସ୍ତରରେ ହ୍ରାସ ସମ୍ଭାବନା ନାହିଁ। ଆସନ୍ତାକାଲି କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଧା ଓ ଜଗତସିଂହପୁରରେ ଘନ କୁହୁଡ଼ି ଦେଖିଯିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୩ ତାରିଖଠାରୁ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ରାଜ୍ୟର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୮ ଡିଗ୍ରି ପାଖାପାଖି ରହିଥିବା ବେଳେ ଆଉ ଶୀତ ବଢ଼ିବାର ସମ୍ଭାବନା ନାହିଁ। ଫେବ୍ରୁଆରି ବେଳକୁ ତାପମାତ୍ରା ବଢ଼ିବ। ଗରମ ବି ବଢ଼ିବ ବୋଲି ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଶୀତ କମିବ। ସପ୍ତା‌ହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ଦିନର ତାପମାତ୍ରା ବୃଦ୍ଧି ସହ ପାଗ କୋହଲା ରହିବ। ୨୨ ତାରିଖ ପରେ ରାଜ୍ୟରେ ବିଶେଷ କୁହୁଡ଼ି ପଡ଼ିବ ନାହିଁ ‌ବୋଲି ସେ କହିଛନ୍ତି। ଆକଳନ କରାଯାଉଛି, ଆଜି ରାତି ଓ କାଲି ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଉପକୂଳରେ ୧ ଡିଗ୍ରି ବଢ଼ି ତା’ ପର ୨ଦିନ ଅପରିବର୍ତ୍ତିତ ରହିବ। ଉତ୍ତର ଆଭ୍ୟନ୍ତରରେ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇ ୨୫ ତାରିଖ ସୁଦ୍ଧା ପ୍ରାୟ ୫ଡିଗ୍ରି ବା ଅଧିକ ବୃଦ୍ଧି ହୋଇପାରେ। ଏଣୁ ଶୀତ କମି କମି ଯିବ। ରାଜ୍ୟରେ ଆସନ୍ତା ଫେବ୍ରୁଆରି, ମାର୍ଚ୍ଚ, ଏପ୍ରିଲ ଓ ମେ’ରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବ ବୋଲି ଅନୁମାନ କରାଯାଉଥିବା ଡ. ପଶୁପାଳକ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।