ଅପରାଧ ରାଜ୍ୟ

ଏସ୍‌ସିବିରେ ନର୍ସଙ୍କୁ ପିଟିଲେ ପ୍ରଫେସର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଭାଗରେ ଜଣେ ଷ୍ଟାଫ୍ ନର୍ସଙ୍କ ସମେତ ଦୁଇ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରପ୍ରାପ୍ତ ପ୍ରଫେସର ଏସ୍‌ସିବିର ପୂର୍ବତନ ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନ୍‌ଗୋ ମାଡ଼ମାରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ଆସିଛି। ଓଡ଼ିଶା ନର୍ସିଂ ଆସୋସିଏସନ୍ (ଓନିଆ) ଏଭଳି ଅଭିଯୋଗ ଆଣିଥିବା ବେଳେ ଏସ୍‌ସିବି କର୍ତ୍ତୃପକ୍ଷ ବିବାଦର ସମାଧାନ ବଦଳରେ ସେମାନଙ୍କୁ ଅଣଦେଖା କରୁଥିବା ଘଟଣାକୁ ନେଇ ନର୍ସଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଅଭିଯୋଗ ଅନୁଯାୟୀ, କଟକ ବଡ଼ ଡାକ୍ତରଖାନାର ପ୍ରସୂତୀ ଗୃହରେ ଗୁରୁବାର ଦିନ ପ୍ରାୟ ୧୨ଟା ୩୦ରେ ଷ୍ଟାଫ୍‌ନର୍ସ ଉଷାରାଣୀ ବେହେରା ଡ୍ୟୁଟି କରୁଥିଲେ। ଏହିସମୟରେ ଡାକ୍ତର ପ୍ରଫେସର ଶ୍ୟାମା କାନୁନ୍‌ଗୋ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଥିବା ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବି ତାଙ୍କ ରୋଷର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ଓନିଆର କର୍ମକର୍ତ୍ତା ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ମିଶ୍ରଙ୍କ କାର୍ଯ୍ୟାଳୟକୁ ଦିନ ପ୍ରାୟ ୨ଟା ୩୦ରେ ଯାଇଥିଲେ। ସନ୍ଧ୍ୟା ୬ଟା ୩୦ ଯାଏ ଓନିଆ ପକ୍ଷରୁ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରାଯାଇଥିଲା। କିନ୍ତୁ, ଅଧୀକ୍ଷକ ବିବାଦର ସମାଧାନ ନ କରି ସେଠାରୁ ପଳାଇ ଯାଇଥିଲେ। ଏହାକୁ ନେଇ ଓନିଆର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥି‌ଲା।

କଟକ ବଡ଼ ଡାକ୍ତରଖାନା ନର୍ସିଂ ଅଫିସର ସରୋଜିନୀ ଜେନା ଓ ମାଳତୀ ତ୍ରିପାଠୀଙ୍କ କହିବା ଅନୁଯାୟୀ, ଆସନ୍ତା ମଙ୍ଗଳବାର ସୁଦ୍ଧା ଡାକ୍ତର ଶ୍ୟାମା କାନୁନ୍‌ଗୋଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ଉଭୟ ଅଧୀକ୍ଷକ ଓ ଶ୍ରୀମତୀ କାନୁନ୍‌ଗୋଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।