ରାଜ୍ୟ ସ୍ପେଶାଲ ରିପୋର୍ଟ

କଟ୍‌ନି ଛଟ୍‌ନିକୁ ନେଇ ଚାଷୀ ଅସନ୍ତୋଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଧାନ ସଂଗ୍ରହରେ କଟ୍‌ନିଛଟ୍‌ନି ରାଜ୍ୟବ୍ୟାପୀ ଚାଷୀଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଚାଷୀର ଆଖି ସାମ୍ନାରେ ତା’ କଷ୍ଟ ଉପାର୍ଜିତ ଧାନ ହରିଲୁଟ୍‌ ହେଉଛି। ଏମ୍‌ଏସ୍‌ପିରେ କାଟି ପାରୁ ନଥିବାରୁ ଧାନରୁ କାଟି ନେଉଛନ୍ତି। ଭଦ୍ରକରେ କ୍ବିଣ୍ଟାଲ ପିଛା ୧୨କେଜି, ଯାଜପୁରରେ ବିଭିନ୍ନ ମଣ୍ଡିରେ ୫ରୁ ୧୦ କେଜି, ମୟୂରଭଞ୍ଜରେ ୧୦ କେଜି, ପୁରୀ, ଖୋର୍ଧା, ନୟାଗଡ଼ରେ ୩ରୁ୯ କେଜି, ଢେଙ୍କାନାଳରେ ୪ରୁ୨୦ କେଜି ପର୍ଯ୍ୟନ୍ତ ଧାନ କଟାଯାଉଛି। କେବଳ ଚଳିତ ଖରିଫ ନୁହେଁ, ପ୍ରତିଥର ଏଭଳି ସ୍ଥିତି ସୃଷ୍ଟି ହେଉଛି। ଏଭଳି ଅଭିଯୋଗ ଆଣି ଆଜି ଏକାସାଙ୍ଗରେ ୧୪ ଜିଲ୍ଲାର ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଧା, ପୁରୀ, ନୟାଗଡ଼, ଢେଙ୍କାନାଳ, ଗଞ୍ଜାମ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଗଜପତି ଜିଲ୍ଲା ଚାଷୀ ଆନ୍ଦୋଳନ କରିଛନ୍ତି।

ଯାଜପୁର ଜିଲ୍ଲାର କଟ୍‌ନିଛଟ୍‌ନି ଆଳରେ ଧାନ କେଳେଙ୍କାରୀ ସହ ସମସ୍ତ ମଣ୍ଡି ନ ଖୋଲିବା ସମେତ ବିଭିନ୍ନ ସମସ୍ୟା ନେଇ ଅତିଷ୍ଠ ଚାଷୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଦେଇଥିଲେ। ଭଦ୍ରକରେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ବସ୍ତା ଧାନ ରଖି ଧାରଣା ଦିଆଯାଇଥିଲା। କଟ୍‌ନିଛଟ୍‌ନି ବନ୍ଦ ନ ହେଲେ, ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାରେ କଟନିଛଟନି ସହିତ ମନ୍ଥର ଗତିରେ ଧାନ ସଂଗ୍ରହକୁ ବିରୋଧ କରାଯାଇଥିଲା। ବାଲେଶ୍ବରରେ କଟନିଛଟନି ବନ୍ଦ ସହିତ ଆବଶ୍ୟକ ସଂଖ୍ୟକ ଧାନ ମଣ୍ଡି ଖୋଲିବା, ଟୋକନ ପ୍ରଦାନରେ ସ୍ବଚ୍ଛତା, ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନେଇ ଚାଷୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଢେଙ୍କାନାଳରେ କଟନିଛଟନି ବନ୍ଦ ସହିତ ଅଖା ଟଙ୍କା ଫେରାଇବା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ପ୍ରତିବାଦ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୮ରୁ୯ କେଜି ଧାନ କାଟିବା ସହିତ ଟୋକନ୍‌ ଅବଧି ବୃଦ୍ଧି ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପୁରୀ, ଖୋର୍ଧା, ନୟାଗଡ଼ରେ ମଧ୍ୟ ଚାଷୀମାନେ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ମିଲର ଶୋଷଣକୁ ବିରୋଧ କରିଥିଲେ। ପୁରୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଦିଆଯାଇଥିଲା। ୩ରୁ୯ କେଜି ଧାନ କାଟି ଦିଆଯିବା ନେଇ ଚାଷୀ ଅସନ୍ତୋଷ ସୀମା ଟପିଥିବା ସେମାନେ ଜଣାଇଛନ୍ତି। ବିନା ପରୀକ୍ଷାରେ ଏଫଏକ୍ୟୁ ମାନର ଧାନ କାଟି ଦିଆଯିବା, ପ୍ରେଷ୍ଟିଜ-ପ୍ରାଇସ୍, ପେନସନ ସମେତ ବିଭିନ୍ନ ଦାବି ନେଇ ସୁନ୍ଦରଗଡ଼ରେ ମଧ୍ୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।