ରାଜ୍ୟ ସ୍ପେଶାଲ ରିପୋର୍ଟ

ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜୟପୁର : ଭୁବନେଶ୍ବରରୁ ଜୟପୁର ଅଭିମୁଖେ ଆଜି ସକାଳେ ଉଡ଼ାଣ ଭରିଥିବା ଇଣ୍ଡିଆ ୱାନ୍‌ ଏୟାର କମ୍ପାନିର ବିମାନ ଆଜି ଅବତରଣ ସମୟରେ ସମସ୍ୟାର ସମ୍ମୁଖୀନ ହୋଇଛି। ଖରାପ ପାଗ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ, କିଛି ମିନିଟ୍‌ ମଧ୍ୟରେ ପାଗ ଅନୁକୂଳ ହେବାରୁ ସୁରକ୍ଷିତ ଭାବେ ଜୟପୁର ଏୟାରପୋର୍ଟରେ ଅବତରଣ କରିଥିବା ସୂଚନା ମିଳିଛି।

ନିର୍ଦ୍ଧାରିତ ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବାହାରିଥିବା ବିମାନ ଜୟପୁର ଏୟାରପୋର୍ଟ ପୂର୍ବରୁ ଲୋ-ଭିଜିବିଲିଟି ଯୋଗୁ ଅବତରଣ କରିପାରି ନଥିଲା। ପ୍ରାୟ ୫ହଜାର ମିଟର ଦୂରରୁ ସ୍ପଷ୍ଟ ଭାବେ କିଛି ଦେଖାଯାଉ ନଥିବାରୁ ପାଇଲଟ୍‌ ଏଟିସି (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ)କୁ ଯୋଗାଯୋଗ କରିଥିଲେ। ଏହାପରେ ପାଗ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ଆକାଶରେ ହିଁ ବିମାନକୁ ୩ରୁ ୪ଥର ବୁଲାଇଥିଲେ। ପରବର୍ତ୍ତୀ ସମୟରେ ପାଗ ଠିକ୍‌ ହେବାରେ ଲାଗିବାରୁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲରୁ ଅନୁମତି ଦିଆଯିବାରୁ ପାଇଲଟ୍‌ ବିମାନକୁ ଜୟପୁର ଏୟାରପୋର୍ଟରେ ଅବତରଣ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ସମୟରେ ପୁଣି ଯାତ୍ରୀଙ୍କୁ ନେଇ ବିମାନ ବିଶାଖାପଟଣା ଉଡ଼ାଣ ଭରିଥିଲା। ବିଶାଖାପାଟଣାରୁ ଯାତ୍ରୀଙ୍କୁ ନେଇ ଫେରିବା ସହ ନିର୍ଦ୍ଧାରିତ ସମୟରେ ଭୁବନେଶ୍ବର ଯାତ୍ରୀଙ୍କୁ ନେଇ ବିମାନ ଉଡ଼ିଥିବା ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।