ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଲାତିର ଅଭାବୀ ବିକ୍ରି; କିଲୋ ୪ ଟଙ୍କା,ଭାଙ୍ଗିଗଲାଣି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ୍‌ ଅଞ୍ଚଳରେ ଚାଷୀମାନେ ଏକର ଏକର ବିଲାତି ଚାଷ କରିଥିଲେ। ସଂରକ୍ଷଣ ସୁବିଧା ନଥିବାରୁ ଏବେ କିଲୋ ୩ରୁ ୪ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହିଲିବାରେ ଲାଗିଛି।

ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡାର ଚାଷୀ ବସନ୍ତ କୁମାର ବେହେରାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ପ୍ରବଳ ମାତ୍ରାରେ ବିଲାତି ଉତ୍ପାଦନ ହେଉଛି। ସେହି ହିସାବରେ ବେପାରୀ ଆସୁ ନାହାନ୍ତି। ବହୁ କଷ୍ଟରେ ଫଳାଇଥିବା ବିଲାତିକୁ କମ୍‌ ମୂଲ୍ୟରେ ବିକ୍ରି କରିବାକୁ ପଡୁଛି। ଆଉ ଯେଉଁ ଦାମରେ ବିଲାତି ବିକ୍ରି ହେଉଛି, ସେଥିରେ ତୋଳା ମଜୁରି ମଧ୍ୟ ଉଠୁ ନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ୨୫ କିଲୋର ଗୋଟିଏ ଟ୍ରେକୁ ମାତ୍ର ୧୦୦ ଟଙ୍କାରେ ବିକ୍ରି ହେଉଛି ।ଯଦି କିଲୋ ପ୍ରତି ୭ ଟଙ୍କାରେ ବିକ୍ରି ହୁଏ ତେବେ ମୂଳ ଉଠିବ, ଅନ୍ୟଥା କ୍ଷତି।

ଟିକରପଡ଼ା, ଦାନାପୁର, ଧାତିକା ଓ କାଦଗଡ଼ ଅଞ୍ଚରୁ ପ୍ରତିଦିନ ୮ ଶହରୁ ଅଧିକ ଟ୍ରେ ବିଲାତି ଉତ୍ପାଦନ ହେଉଛି । ଏତେ ବିଲାତିକୁ ବିକ୍ରି କରିବାକୁ କେନ୍ଦୁଝରରେ ବଜାର ନାହିଁ । କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ବାରିପଦା, ବ୍ରହ୍ମପୁର, ରାଞ୍ଚି ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା ବେପୋରୀମାନେ ଅଧିକ ଉତ୍ପାଦନର ଫାଇଦା ଉଠାଉଛନ୍ତି। କମ୍‌ ଦାମରେ ବିକ୍ରି ନକଲେ ନଷ୍ଟ ହୋଇଯିବ। ପାଖରେ ଶୀତଳ ଭଣ୍ଡାର ମଧ୍ୟ ନାହିଁ। କଟକ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ ଅଞ୍ଚଳରୁ ଆସୁଥିବା ବେପାରୀମାନେ ଆନନ୍ଦପୁରରୁ ‌ଟ୍ରେ ପ୍ରତି ୧୨୦ରୁ ୧୩୦ ଟଙ୍କାରେ ବିଲାତି କିଣି ନେଉଛନ୍ତି। କେନ୍ଦୁଝରକୁ ଆସିଲେ ତାଙ୍କୁ ଅଧିକ ଗାଡି ଭଡ଼ା ଲାଗିବ। ସେ ଗତ ୩୦ରୁ ୨ ତାରିଖ ମଧ୍ୟରେ ପିକଅପ୍ ଭ୍ୟାନରେ ୩ ଟ୍ରିପ ବିଲାତି ରାଞ୍ଚି ବେପାରୀଙ୍କୁ କିଲୋ ୩ ଟଙ୍କା ହିସାବରେ ବିକ୍ରି କରିଥିଲେ। ଏଥିରେ ତାଙ୍କର ବହୁ କ୍ଷତି ହୋଇଥିଲା। ସରକାର ଏସବୁ ଦେଖୁଥିଲେ ମଧ୍ୟ ଏହାର ସମାଧାନ ରାସ୍ତା କରୁ ନାହାନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି।
ଆମ ପେଜକୁ ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।