ରାଜନୀତି ରାଜ୍ୟ

ଦେଢ଼ ଲକ୍ଷ କୋଟିର ୯ ବଡ଼ ପ୍ରକଳ୍ପ ମଞ୍ଜୁର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ମେକ୍‌ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ରେ ଓଡ଼ିଶାରେ ନିବେଶ ପାଇଁ ଆସିଥିବା ୯ଟି ଶିଳ୍ପ ପ୍ରକଳ୍ପକୁ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ଆଜି ଅନୁମୋଦନ ପ୍ରଦାନ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କର୍ତ୍ତୃପକ୍ଷର ୩୦ତମ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ମିଳିଛି। ଉକ୍ତ ୯ଟି ପ୍ରକଳ୍ପରେ ମୋଟ ୧,୫୩,୦୭୪.୬୩ କୋଟି ଟଙ୍କା ନିବେଶ ହେବ। ଏହି ନିବେଶ ଫଳରେ ରାଜ୍ୟରେ ୨୭,୦୩୦ରୁ ‌ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଅନୁମୋଦନ ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ଗ୍ରିନ୍‌ ଏନର୍ଜି ଓ ତତ୍‌ସଂକ୍ରାନ୍ତ ଉପକରଣ ଠାରୁ ଆରମ୍ଭ କରି ଧାତବ, ଖଣିଜ, ପେପର ଏବଂ ଆଇଟି ଭିତ୍ତିଭୂମି କ୍ଷେତ୍ରର ରହିଛି। ବା‌ଲେଶ୍ବର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଏବଂ ମୟୂରଭଞ୍ଜ ଜିଲ୍ଲାରେ ଏହି ପ୍ରକଳ୍ପ ଗୁଡ଼ିକ ହେବ। ଗ୍ରିନ ଏନର୍ଜି ଓ ତତ୍‌ସଂକ୍ରାନ୍ତ ଉପକରଣ କ୍ଷେତ୍ରରେ ୪ଟି, ପେପର କ୍ଷେତ୍ରରେ ୨ଟି, ଧାତବ ଓ ଖଣିଜ କ୍ଷେତ୍ରରେ ୨ଟି ଏବଂ ଆଇଟି ଭିତ୍ତିଭୂମି କ୍ଷେତ୍ରରେ ଗୋଟିଏ ପ୍ରକଳ୍ପ ଅଛି। ମଞ୍ଜୁରି ପାଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ର ୫୮,୨୦୯.୧୩ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ଏହି କମ୍ପାନି ବାର୍ଷିକ ୧.୧ ନିୟୁତ ଟନ୍ କ୍ଷମତା ସଂପନ୍ନ ଗ୍ରିନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ଏବଂ ଗ୍ରିନ୍‌ ଆମୋନିଆ ପ୍ଲାଣ୍ଟ ସ୍ଥାପନ କରିବ। ଏଥିସହିତ କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ଉକ୍ତ କମ୍ପାନି ନିଜସ୍ବ ଅକ୍ଷୟ ଶକ୍ତି ୟୁନିଟ (୪୫୦୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ) ସ୍ଥାପନ କରିବ। ଗଞ୍ଜାମ ଜିଲ୍ଲାରେ ଅଭଡ଼ା ଗ୍ରିନ୍‌ ଏଚ୍‌୨ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଗ୍ରିନ୍‌ ହାଇ‌ଡ୍ରୋଜେନ୍‌ ପ୍ଲାଣ୍ଟ ସ୍ଥାପନ ହେବ। ଏଥିରେ ୨୩୫୦୦ କୋଟି ଟଙ୍କା ନିବେଶ ହେବ। ଏହାବ୍ୟତୀତ ରିନ୍ୟୁ ଇଫୁଏଲ୍ସ ପ୍ରାଇଭେଟ ଲିମିଟେଡ (ଆର୍‌ଇଏଫ୍‌ପିଏଲ୍‌) ଏବଂ ଓସିୟର ଏନର୍ଜି ପ୍ରାଇଭେଟ ଲିମିଟେଡର ଦୁଇଟି ଗ୍ରିନ୍‌ ଏନର୍ଜି ଏବଂ ଉପକରଣ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଆର୍‌ଇଏଫ୍‌ପିଏଲ୍‌ ପକ୍ଷରୁ ୧.୦୯ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ଏବଂ ଓସିୟର ଏନର୍ଜି ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧ ନିୟୁତ ଟନ କ୍ଷମତା ବିଶିଷ୍ଟ ଗ୍ରିନ୍‌ ଆମୋନିଆ କାରଖାନା ସ୍ଥାପନ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।

ଭାରତ ସରକାର ଏବଂ ରିଜର୍ଭ ବ୍ୟାଙ୍କର ଯୌଥ ଉଦ୍ୟୋଗ ସଂସ୍ଥା ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ବାଲେଶ୍ବର ରେମୁଣାରେ ଏକ ବ୍ୟାଙ୍କ ନୋଟ୍ କାଗଜ କାରଖାନା ସ୍ଥାପନ କରିବ। ସେହିଭଳି ଦିବ୍ୟଶକ୍ତି ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ ପକ୍ଷରୁ ଢେଙ୍କାନାଳରେ ୧୦୦୦ କୋଟି ଟଙ୍କା ନିବେଶରେ ଇ‌ଣ୍ଟିଗ୍ରେଟେଡ ପଲ୍‌ପ ଆଣ୍ଡ୍ ପେପର ମିଲ୍‌ ପ୍ରତିଷ୍ଠା କରାଯିବ। ଏଥିଯୋଗୁ ପାଖାପାଖି ୩ ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ। ଧାତବ ଏବଂ ଖଣିଜ କ୍ଷେତ୍ରରେ ଏଚ୍‌ଏଲ୍‌ସିଏ ଦୁଇଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛି। ସେଥିରୁ ଗୋଟିଏ ହେଲା ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ୍‌ ଇଣ୍ଡିଆ ଲିମିଟେଡର। ଉକ୍ତ କମ୍ପାନି ଜଗତସିଂହପୁର ଜିଲ୍ଲାରେ ୩୮ ହଜାର କୋଟି ଟଙ୍କା ନିବେଶରେ ବାର୍ଷିକ ୭ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ। ଏଥିସହିତ ରୁଙ୍ଗ୍‌ଟା ମେଟାଲ୍ସ ପ୍ରାଇଭେଟ୍‌ ଲିମିଟେଡର ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁରସ୍ଥିତ ସମନ୍ବିତ ଇସ୍ପାତ କାରଖାନାର ଉତ୍ପାଦନ କ୍ଷମତା ୦.୫ ନିୟୁତ ଟନରୁ ୧ ନିୟୁତ ଟନକୁ ବୃଦ୍ଧି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିରେ ୧୧୪୦ କୋଟି ଟଙ୍କା ନିବେଶ ହେବ।

ଆଇଟି ଏବଂ ଭିତ୍ତିଭୂମି କ୍ଷେତ୍ରରେ ମାଇଁ ହୋମ୍‌ କନଷ୍ଟ୍ରକସନ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଭୁବନେଶ୍ବରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଭିତ୍ତିଭୂମି ପ୍ରକଳ୍ପକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। କମ୍ପାନି ଏଥିପାଇଁ ୧୫୨୫.୫୦ କୋଟି ଟଙ୍କା ନିବେଶ କରିବ। ଏହାଦ୍ବାରା ୨୫୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର