ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଗତ ୧୭ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ୍ କରି କୋରାପୁଟରେ ଏକ ବିଶ୍ୱସ୍ତରୀୟ ଜନଜାତି ପାଠାଗାର, ସଂଗ୍ରହାଳୟ ଓ ଗବେଷଣା ପ୍ରତିଷ୍ଠାନ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଛି। ଜନଜାତି ସମ୍ପ୍ରଦାୟର ଉନ୍ନତି ପାଇଁ କୁଳପତିଙ୍କ ପଦକ୍ଷେପକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଅଧିକାଂଶ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀଙ୍କ ପଦବି ପୂରଣ ହୋଇପାରି ନାହିଁ। ବରିଷ୍ଠ ଶିକ୍ଷକଙ୍କ ଅଭାବ ଯୋଗୁ ଶିକ୍ଷାଦାନ ପ୍ରଭାବିତ ହୋଇଛି। ତେଣୁ ବିଭିନ୍ନ ବିଭାଗରେ ଅଭିଜ୍ଞ ବରିଷ୍ଠ ଅତିଥି ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଥିସହ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ଓ କର୍ମଚାରୀ ପଦବି ପୂରଣ ପାଇଁ ଖୁବ୍ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ। ଖେଳକୁଦର ବିକାଶ ନିମନ୍ତେ ଜଣେ ସ୍ଥାୟୀ କ୍ରୀଡ଼ା ପ୍ରଫେସରଙ୍କୁ ନିଯୁକ୍ତି ସହ କ୍ରୀଡା କ୍ଷେତ୍ରରେ ବିଶ୍ବବିଦ୍ୟାଳୟକୁ ଅନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱର୍ଣ୍ଣିମ ଗୁଜରାଟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଯତୀନ କୁମାର ହର ଜୀବନଦାସ ସୋନିଙ୍କୁ ଅତିଥି ପ୍ରଫେସର ଭାବେ ବିଶ୍ବବିଦ୍ୟାଳୟ ନିଯୁକ୍ତି କରିଛି। ତାଙ୍କ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ସଂକୁଳ (କମ୍ପ୍ଲେକ୍ସ) ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିସହ ବେଦରେ ବର୍ଣ୍ଣିତ ଦେଶୀ ଗାଈ କ୍ଷୀରର ବିଭିନ୍ନ ଉପକାରିତା ବିଷୟରେ ଜାଣିବା ପାଇଁ ବିଶ୍ୱବିଦ୍ୟାଳୟ ସ୍ୱଦେଶୀ ଗାଈ କ୍ଷୀର ଉପରେ ଗବେଷଣା କରିବା ପାଇଁ ଅନ୍ତର୍ଜାତୀୟ ଗବେଷକମାନଙ୍କୁ ନିୟୋଜିତ କରିବାକୁ ଉଦ୍ୟମ କରୁଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l