ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଳାଶୁଣି ଗୁମ୍ଫାମେଳା ଆରମ୍ଭ, ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଚଣ୍ଡିଖୋଲ: ହଜାରହଜାର ଶ୍ରଦ୍ଧାଳୁଙ୍କ ସମାଗମ ସହିତ ଅଗଣିତ ସାଧୁସନ୍ଥଙ୍କ ସମାଗମ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା। ପ୍ରଥମ ଦିବସରେ ପ୍ରାୟ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି। ଆଜି ଭୋର ସମୟରୁ ସନ୍ଥ ଅରକ୍ଷିତ ଦାସଙ୍କ ପବିତ୍ର ସମାଧି ମନ୍ଦିରରେ ଓଳାଶୁଣୀ ମଠ ମହନ୍ତ ଡ. ନାମାନନ୍ଦ ଦାସ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।
ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ରାତ୍ରିଯାପନ କରିଥିବା ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରାତଃସ୍ନାନ ସାରି ପବିତ୍ର ସମାଧି ଦର୍ଶନ କରିଥିଲେ। ପରେପରେ ମନ୍ଦିର ପରିସର ବଡ଼ଦାଣ୍ଡରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଆଜି ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ସାଧୁସନ୍ଥ ସମାଧି ମନ୍ଦିର ପରିସରରେ ଖଞ୍ଜଣି ମାଧ୍ୟମରେ ସନ୍ଥଙ୍କ ରଚିତ ଶରୀର ତତ୍ତ୍ୱଭିତ୍ତିକ ଭଜନ ପରିବେଷଣ କରିଥିଲେ। ଗୁମ୍ଫା ପାହାଡ଼ ଶୀର୍ଷ ସମେତ ପାହାଡ଼ ଉପରୁ ପାଦଦେଶ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵ ଓ ପଶ୍ଚିମ ପଟ ମେଳା ପଡ଼ିଆରେ ହଜାର ସଂଖ୍ୟାର ବିଭିନ୍ନ କିସମର ଅସ୍ଥାୟୀ ଦୋକାନ ଖୋଲିଛି।
ମେଳା ପଡ଼ିଆରେ ପଡ଼ିଥିବା ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳାକୁ ବିଧାୟକ ଅମର ପ୍ରସାଦ ଶତପଥୀ ଉଦ୍‌ଘାଟନ କରିଥିଲେ। ସେହିପରି ସେକ ମତଲୁବ ଅଲି ସ୍ମୃତି ସଂସଦ ପକ୍ଷରୁ ଖୋଲା ଯାଇଥିବା ଶିବିରକୁ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଉଦ୍‌ଘାଟନ କରିଥିଲେ। ଏଥିରେ ସାହିତ୍ୟିକ ଡ. ବିଜୟାନନ୍ଦ ସିଂହ, ପଣ୍ଡିତ ପ୍ରଭାତ କୁମାର କର, ସେକ ମସୁଦ ଅଲି, ପ୍ରଫୁଲ୍ଲ କୁମାର ସାହୁ, ଆଇନଜୀବୀ ଦୀପକ କୁମାର ମହାନ୍ତି ଓ ସୁକାନ୍ତ ନନ୍ଦଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ରାଜ୍ୟସଭା ସାଂସଦ ସୁଲତା ଦେଓ, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ, ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମିନତି ସେନାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ପୀଠ ଦର୍ଶନ କରିଥିଲେ। ଆସନ୍ତାକାଲିଠାରୁ ପ୍ରତିଦିନ ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରି

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।