ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦ୍‌ଘାଟିତ: ‘୩୦ ବର୍ଷ ସ୍ଥିତିର ସମୀକ୍ଷା ଜରୁରୀ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଅନୁଗୁଳ : ‘ଢେଙ୍କାନାଳଠୁ ଅଲଗା ହେବାରେ ଆମକୁ ତିନି ଦଶନ୍ଧି ବିତିଗଲା। ବିଜୁ ପଟ୍ଟନାୟକଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଅନୁଗୁଳ ଜିଲ୍ଲାକୁ ମିଳିଲା ଏକ ନୂଆ ପରିଚୟ। ୧୯୯୩ମସିହା ଏପ୍ରିଲ୍ ମାସରେ କେନ୍ଦ୍ର ଓଡ଼ିଶାର ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ପରିଗଣିତ ହେଲା ଅନୁଗୁଳ। କିନ୍ତୁ, ଗଲା ତିରିଶି ବର୍ଷ ମଧ୍ୟରେ ଆମର ଅବସ୍ଥା କ’ଣ ହୋଇଛି? ଦାରିଦ୍ର୍ୟ ହେଉ ଅବା ସାକ୍ଷରତା ହାର, ଗଲା ତିରିଶ ବର୍ଷ ଭିତରେ ଆମେ କେତେ ଆଗେଇଛେ? ୧୯୯୩ ମସିହାରେ ଆମର ସ୍ଥିତି କ’ଣ ଥିଲା, ଆଜି ୨୦୨୩ ମସିହାରେ ଆମେ କେଉଁଠି ଅଛେ? ଏହାର ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି।’ ଅନୁଗୁଳ ଷ୍ଟାଡିୟମ୍‌ ପଡ଼ିଆରେ ଅନୁଷ୍ଠିତ ପାଞ୍ଚ ଦିନିଆ ଦଶମ ଅନୁଗୁଳ ଜିଲ୍ଲା ମହୋତ୍ସବର ଉଦ୍‌ଘାଟନୀ ସଭାରେ ଆଜି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପବାଚସ୍ପତି ରଜନୀକାନ୍ତ ସିଂହ ଏକଥା କହିଛନ୍ତି।

ଉପବାଚସ୍ପତି ଶ୍ରୀ ସିଂହ ଜିଲ୍ଲା ପ୍ରଶାସନକୁ ଆହ୍ବାନ ଦେଇ କହିଥିଲେ , ୩୦ ବର୍ଷର ସମୟ କିଛି କମ୍‌ ନୁହେଁ। ଏହାଭିତରେ ବହୁତ କିଛି ପରିବର୍ତ୍ତନ ଆସିଛି। କିନ୍ତୁ, କ’ଣ ସବୁ ପରିବର୍ତ୍ତନ ଆସିଛି, ତାହା ଲୋକଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ତେଣୁ, ମୌଳିକ ମାନଦଣ୍ଡରେ ଅନୁଗୁଳ ଜିଲ୍ଲା କେତେ ଆଗେଇଛି, ଜିଲ୍ଲା ମହୋତ୍ସବର ଅନ୍ତିମ ଦିବସରେ ଜିଲ୍ଲା ପ୍ରଶାସନ ଲିଫ୍‌ଲେଟ୍‌ ବାଣ୍ଟି ଜଣାଇବାକୁ ଅନୁରୋଧ କରିଛନ୍ତି। ସେହିପରି ଏପ୍ରକାର ବୃହତ୍‌ ମହୋତ୍ସବ ଆୟୋଜନକୁ ନେଇ ଉପବାଚସ୍ପତି ଶ୍ରୀ ସିଂହ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ, ଏତେ ବଡ଼ ମହୋତ୍ସବରେ ଚୌକି ଖାଲି ପଡ଼ିଥିବା ନେଇ ମନ ଊଣା କରିଥିଲେ।

ସେ କହିଥିଲେ, ଏ ମହୋତ୍ସବ ଅନୁଗୁଳବାସୀଙ୍କ ପାଇଁ ଆୟୋଜନ ହୋଇଛି। କିନ୍ତୁ, ଜିଲ୍ଲାବାସୀ ଯଦି ଏହାକୁ ଉପ‌ଭୋଗ କରିବାକୁ ନ ଆସିବେ, ତେବେ କାହା ପାଇଁ ଏ ଆୟୋଜନ ବୋଲି ମଞ୍ଚରେ ପ୍ରଶ୍ନ କରିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତୀ ବେହେରା, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଆଠମଲ୍ଲିକ ବିଧାୟକ ରମେଶ ସାଏ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଓଡ଼ିଶା ଯୁବ ମଙ୍ଗଳ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ କୁନା ବିହାରୀ ଦାଶ, ତାମ୍‌ଡ଼ା ଅଧ୍ୟକ୍ଷ ଅବନୀ କୁମାର ସାହୁ, ଏୟୁସିସି ବ୍ୟାଙ୍କ୍‌ ସଭାପତି ସନ୍ତୋଷ ପ୍ରଧାନ, ସମ୍ବଲପୁର ମହାଡାକପାଳ ରିଜୁ ଗାଙ୍ଗୁଲି, ବସୁଧା ଯୋଜନାର ପରାମର୍ଶଦାତା ଦିନେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ‌ ଦେଇଥିଲେ।

ଏହି ଅବସରରେ ମହୋତ୍ସବର ସ୍ମରଣିକା ଏବଂ ଡାକ ବିଭାଗ ପକ୍ଷରୁ ପିକ୍‌ଚର ପୋଷ୍ଟ କାର୍ଡ ଉନ୍ମୋଚିତ ହୋଇଥିଲା। ଶେଷରେ ପାଳଲହଡ଼ା ବିଧାୟକ ଶ୍ରୀ ପାଳ ଧନ୍ୟବାଦ ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।