ରାଜ୍ୟ ସ୍ପେଶାଲ ରିପୋର୍ଟ

ମେସିନରେ ବାଲି ବୋଝେଇକୁ ବିରୋଧ, ଶ୍ରମିକଙ୍କ ଧାରଣା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରସୁଲପୁର: ରସୁଲପୁର ତହସିଲ ଅନ୍ତର୍ଗତ ସିଂହାପୁର ପଞ୍ଚାୟତର ବ୍ରାହ୍ମଣବାଡ଼ ବାଲିଘାଟରୁ ମେସେିନ ଯୋଗେ ବାଲି ବୋଝେଇକୁ ବିରୋଧ କରି ଶ୍ରମିକମାନେ ଧାରଣା ଦେଇଛନ୍ତି। ନୀଳଚକ୍ର ନିର୍ମାଣ ଶ୍ରମିକ ସଂଘ ଡାକରାରେ କଲଣ କୁସ୍ତିରା ସେତୁ ନିକଟରେ ଥିବା ଛକରେ ଏହି ଧାରଣା ଦିଆଯାଇଥିଲା। ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସଂପାଦକ ଧୀରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଦିନ ୧୦ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଧାରଣା ଚାଲିଥିଲା। ଏନେଇ ପୂର୍ବରୁ ରସୁଲପୁର ତହସିଲଦାର ଓ କୁଆଖିଆ ଥାନାରେ ଲିଖିତ ଭାବେ ଜଣାଇ ଦିଆଯାଇଥିଲା। ଧାରଣାସ୍ଥଳକୁ ଆଜି କୌଣସି ସରକାରୀ ଅଧିକାରୀ ଆସିନଥିଲେ। ଦାବି ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ରାଜ୍ୟ ସଂପାଦକ ଧୀରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ରସୁଲପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ନିଜ ଅଞ୍ଚଳରେ ବାଲିଘାଟରେ କାମ ନମିଳିବା ସେମାନଙ୍କ ଅଧିକାର ଛଡ଼ାଇନେବା ସଦୃଶ ହେଉଛି ବୋଲି ଶ୍ରମିକମାନେ ମତ ଦେଇଛନ୍ତି। ଏହାଛଡ଼ା ମେସିନ ଲଗାଇ ବାଲି ଲୋଡିଂ ହେବାଦ୍ବାରା ଲିଜ୍‌ଧାରୀ ଧାର୍ଯ୍ୟଠାରୁ ବହୁ ଅଧିକ ବାଲି ଉଠାଉଥିବା ଅଭିଯୋଗ ହେଉଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ ରସୁଲପୁର ତହସିଲ ଅନ୍ତର୍ଗତ ପ୍ରାୟ ସମସ୍ତ ବାଲିଘାଟରେ ମେସିନ ସାହାଯ୍ୟରେ ବାଲି ଲୋଡିଂ ହେଉଛି।

ଏ ସଂପର୍କରେ ରସୁଲପୁର ତହସିଲଦାର ନିରଞ୍ଜନ ସାହୁ କହିଛନ୍ତି ଯେ ଧାରଣା ସଂପର୍କରେ ତାଙ୍କ ପାଖରେ ସୂଚନା ଅଛି। ଆଗାମୀ ଶ୍ରମିକମାନଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି। ବାଲିଘାଟ ଲିଜ୍ ନେଇଥିବା ଲୋକ କାହାକୁ ଶ୍ରମିକ ଭାବରେ ନିଯୁକ୍ତି ଦେବେ ତାହା ତାଙ୍କର ଇଚ୍ଛାଧୀନ ବିଷୟ। ଏଥିରେ ପ୍ରଶାସନର କିଛି ଭୂମିକା ନାହିଁ। ତେବେ ମେସିନ ବ୍ୟବହାର ହୋଇପାରିବ ନାହିଁ। ପ୍ରଶାସନ ପକ୍ଷରୁ ଚଢ଼ଉ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ନୀଳଚକ୍ର ନିର୍ମାଣ ଶ୍ରମିକ ସଂଘ ରସୁଲପୁର ଶାଖା ସଭାପତି ଜଳଧର ମଲିକ, ରଞ୍ଜନ ମଳିକ, ରଜୁ ମଳିକ, କପିଳ ମଲିକ, ସଞ୍ଜୟ ମଲିକ, ନିମାଇଁ ମଲିକ, ମଟ୍ଟୁ ମଲିକ, ଶ୍ରୀଧର ମଲିକ, ମିଞ୍ଜା ମଲିକ, ଉଦୟ ମଲିକ, ବାବୁଲି ମଲିକ, ସିମେଇ ମଲିକ, ପ୍ରସନ୍ନ ମଲିକ, କୁନା ମଲିକ, ନାଣ୍ତୁ ମଲିକ, ବିଜୟ ଦଳେଇ, ଚନ୍ଦନ ଦଳେଇ ଓ ମୋହନ ମଲିକ ଧାରଣା ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।