ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ
ରାଉରକେଲା: ପରିଣତ ବୟସରେ ହାର୍ ମାନିନାହାନ୍ତି ୬୫ ବର୍ଷର ବୃଦ୍ଧ ଅଭିରାମ ଶତପଥୀ। ଯେଉଁ ବୟସରେ ଘରେ ବିଶ୍ରାମ ନେବା କଥା, ସେହି ସମୟରେ ଘଣ୍ଟା ଘଣ୍ଟା ଦୌଡୁଛନ୍ତି। ବନିଯାଇଛନ୍ତି ଜଣେ ଫିଟ୍ନେସ୍ ମ୍ୟାନ୍। ରାଜ୍ୟ ଓ ଦେଶବାସୀଙ୍କୁ ଫିଟ୍ନେସ୍ ଓ ନିଶାମୁକ୍ତ ଭାରତ ସଚେନତତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି। ଏହି ଲକ୍ଷ୍ୟ ନେଇ ସେ ଦୈନିକ ୩୦ରୁ ୪୦ କି.ମି. ପଦଯାତ୍ରା କରୁଛନ୍ତି। ଲୋକମାନଙ୍କୁ ଦୈନିକ ଶାରିରୀକ ବ୍ୟାୟାମ କରିବାକୁ ଦେଉଛନ୍ତି ପରାମର୍ଶ । ନିଶା ସେବନରୁ ବିରତ ରହିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି। ଏହି ସଚେତନତା ବାର୍ତ୍ତା ନେଇ ଗତ ୧୪ରେ ଝାରସୁଗୁଡାରୁ ପଦଯାତ୍ରାରେ ରାଉରକେଲା ଅଭିମୁଖେ ବାହାରିଥିଲେ ଅଭିରାମ। ୧୪୦ କି.ମି. ଅତିକ୍ରମ କରି ଗତକାଲି ରାଉରକେଲାରେ ପହଞ୍ଚିଥିଲେ।
ହକି ଷ୍ଟାଡିୟମ ପରିସରସ୍ଥ ‘ଓଲି ଲ୍ୟାଣ୍ଡ’କୁ ବୁଲି ଆସୁଥିବା ଶହ ଶହ ଦର୍ଶକଙ୍କୁ ଫିଟ୍ନେସ୍ର ମନ୍ତ୍ର ବାଣ୍ଟୁଛନ୍ତି। କେବଳ ହକି ଷ୍ଟାଡିୟମ ‘ଓଲି ଲ୍ୟାଣ୍ଡ’ ନୁହେଁ ବାସନ୍ତୀକଲୋନି, ଉଦିତନଗର, ସିଭିଭଟାଉନସିପ୍, ବନ୍ଧମୁଣ୍ଡା, ଇସ୍ପାତ ସହରାଞ୍ଚଳରେ ପଦଯାତ୍ରା କରି ଲୋକମାନଙ୍କୁ ଫିଟ୍ନେସ ରହିବାକୁ ଦୈନିକ ଶାରିରୀକ ବ୍ୟାୟାମ କରିବାକୁ ପରାମର୍ଶ ଦେଉଛନ୍ତି। ନିଶା ସେବନ ନ କରିବାକୁ ଅନୁରୋଧ କରୁଛନ୍ତି। ଫିଟ୍ନେସ୍ ଓ ନିଶାମୁକ୍ତ ଭାରତ ଲକ୍ଷ୍ୟ ନେଇ ଆଗାମୀ ଦିନରେ ନେପାଳ ଓ ଭୁଟାନ ପଦଯାତ୍ରାରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଅଭିରାମ ଗତ ୨୦୨୧ ଜୁନ୍ ୧ରେ ଝାରସୁଗୁଡା ଜିଲ୍ଲାର ନିଜ ଗାଁରୁ ପଦଯାତ୍ରାରେ ଦିଲ୍ଲୀ ଯାତ୍ରା କରିଥିଲେ। ଶ୍ରୀକ୍ଷେତ୍ର ପୁରୀ ଦେଇ ପ୍ରାୟ ୨ ହଜାର ୫୪୪ କି.ମି. ପଦଯାତ୍ରାରେ ଯାଇ ୨ ମାସ ୨୦ ଦିନରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଫିଟ୍ନେସ୍ ଓ ନିଶାମୁକ୍ତ ଭାରତ ଗଠନ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଦୈନିକ ଶାରିରୀକ ବ୍ୟାୟାମ କରିବା ପଛରେ ଅଭିରାମଙ୍କର ଛୋଟିଆ ଘଟଣା ରହିଛି। ଅଭିରାମ ରାଉରକେଲା ବିଦ୍ୟୁତ୍ ବିଭାଗର ଛେଣ୍ଡ ଅଫିସ୍ରେ ବରିଷ୍ଠ କିରାଣୀ ଥିଲେ। ୨୦୧୮ରେ ଚାକିରିରୁ ଅବସର ନେବାର ପ୍ରାୟ ୫ ବର୍ଷ ପୂର୍ବରୁ ତାଙ୍କୁ ଶ୍ବାସରୋଗ ହୋଇଥିଲା। ଅଫିସ୍ରେ ଠିକ୍ ଭାବେ କାମ କରିପାରୁ ନଥିଲେ। ରାତିରେ ଘରେ ଶୋଇପାରୁ ନଥିଲେ। ଯେତେ ଔଷଧ ଖାଇଥିଲେ ହେଁ ତାଙ୍କର ଶ୍ବାସରୋଗ ଭଲ ହୋଇନଥିଲା। ସମ୍ପର୍କୀୟଙ୍କ କହିବାନୁଯାୟୀ ଶାରିରୀକ ବ୍ୟାୟାମ ଆରମ୍ଭ କରିଥିଲେ। ନିୟମିତ ବ୍ୟାୟାମ କରିବାର କିଛି ଦିନ ପରେ ତାଙ୍କ ଶ୍ବାସରୋଗ ସମ୍ପୂର୍ଣ୍ଣ ଭଲ ହୋଇଯାଇଥିଲା। ରୋଗରୁ ମୁକ୍ତି ପାଇଁ ଶାରିରୀକ ବ୍ୟାୟାମ କେତେ ଗୁରୁତ୍ବପୂର୍ଣ୍ଣ, ତାହା ସେ ନିଜେ ଉପଲବ୍ଧି କରିଥିଲେ। ଏହି ବାର୍ତ୍ତାକୁ ଦେଶ ଓ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ସେ ଦିନଠୁ ହିଁ ସଂକଳ୍ପ ନେଇଛନ୍ତି ଅଭିରାମ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l