ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୀଳଗିରି: ନୀଳଗିରି ବ୍ଲକ୍ ବାବନ୍ଧ ଗ୍ରାମ ନିକଟ ବ୍ରାହ୍ମଣୀ ପାହାଡ଼ ପାଦଦେଶରେ ମା’ ବ୍ରାହ୍ମଣୀ ଦେବୀ ଏବଂ ବାବା ପାହାଡ଼େଶ୍ୱର ପୂଜା ପାଉଛନ୍ତି। ପ୍ରକୃତି ଠାକୁର ଭାବେ ମା’ ଓ ବାବାଙ୍କୁ ପୂଜା କରାଯାଏ। ଏଠାରେ ପ୍ରତିବର୍ଷ ଜାନୁଆରି ମାସ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ବଡ଼ ପୂଜା ହୋଇଥାଏ। ଏହି ପୂଜାରେ ସ୍ଥାନୀୟ ଲୋକ ତଥା ଅନ୍ୟ ଜିଲ୍ଲା ଓ ରାଜ୍ୟରୁ ମଧ୍ୟ ଲୋକମାନେ ଯୋଗଦେଇ ଥାଆନ୍ତି। ହେଲେ ଦୁଃଖର ବିଷୟ ମା’ ବ୍ରାହ୍ମଣୀ ଦେବୀ ଓ ବାବା ପାହାଡ଼େଶ୍ୱରଙ୍କ ପୀଠକୁ ଯିବା ପାଇଁ ସ୍ବତନ୍ତ୍ର ରାସ୍ତା ନାହିଁ।
ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ। ତେବେ ଆଗକୁ ବଡ଼ ପୂଜା ଥିବାରୁ ବାଧ୍ୟହୋଇ ଗ୍ରାମବାସୀ ଏବଂ ମା’ ବ୍ରାହ୍ମଣୀ ଓ ବାବା ପାହାଡ଼େଶ୍ବର କମିଟିର ସଦସ୍ୟମାନେ ଏକତ୍ରିତ ହୋଇଥିଲେ। ସେମାନେ ପାହାଡ଼ କାଟି ଉଭୟ ପୀଠକୁ ରାସ୍ତା ନିର୍ମାଣ କରିଛନ୍ତି। ସନାତନ ବେହେରା, ରବୀନ୍ଦ୍ର ବେହେରା, ସୁଦର୍ଶନ ବେହେରା, ଶୁକୁରା ବେହେରା, ବାସୁଦେବ ବେହେରା, ଶତ୍ରୁଘ୍ନ ବେହେରା, ଦୁର୍ଯ୍ୟୋଧନ ବେହେରା, କାଶୀନାଥ ବେହେରା, ଗୋବିନ୍ଦ ବେହେରା, ମଦନ ବେହେରା, ଗୌରହରି ବେହେରା ପ୍ରମୁଖଙ୍କ ନେତୃତ୍ବରେ ସ୍ଥାନୀୟ ଲୋକ ଏହି ରାସ୍ତା ନିର୍ମାଣ କାମରେ ଲାଗିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l