ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବିଂଝାରପୁର: ବରୁଣେଶ୍ବର ପୀଠର ମହିମା ଅନେକ। ବାବା ବରୁଣେଶ୍ବରଙ୍କ କିମ୍ବଦନ୍ତି, ସଂସ୍କୃତି ମଧ୍ୟ ଅନନ୍ୟ। ଏହାକୁ ନେଇ ଆଜି ବରୁଣେଶ୍ବର କ୍ଷେତ୍ର ସ୍ବତନ୍ତ୍ର ପରିଚୟ ପାଇଛି। ଆଗାମୀ ଦିନରେ ଏହାର ଆହୁରି ପ୍ରଚାରପ୍ରସାର ସହ ବିକାଶର ସ୍ରୋତରେ ଏହି ପୀଠ ଯୋଡ଼ିହେବ ବୋଲି ଉଦ୍ଘାଟକ ବିଂଝାରପୁର ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।
ବରୁଣେଶ୍ବର ମହୋତ୍ସବର ଦ୍ବିତୀୟ ସଂଧ୍ୟାରେ ୨୬ ନଂ ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ବରେ ପରିଚାଳିତ ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, ବରୁଣେଶ୍ବର ପୀଠର ଅନେକ ମହାତ୍ମ୍ୟ ରହିଛି। ଏହା ଓଡିଶାର ଏକ ପ୍ରମୁଖ ମେଳା। ଏଠାରେ ସଂସ୍କୃତି ଓ ବିଶ୍ବାସର ନିଆରା ନିଦର୍ଶନ ମିଳେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ବରୁଣେଶ୍ୱର ମେଳର ସର୍ବାଙ୍ଗୀଣ ଉନ୍ନତି ହେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଅତିଥି ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ ବଳ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ସାମିଲ ହୋଇ ବରୁଣେଶ୍ବର ମେଳାର ଗୁରୁତ୍ବ ସାରା ଓଡ଼ିଶାରେ ରହିଛି ବୋଲି କହିଥିଲେ। ଏହା ଏକ ପ୍ରମୁଖ ମକର ମେଳା ଭାବେ ଖ୍ୟାତି ଅର୍ଜନ କରିଥିବା ବେଳେ ଦିନକୁ ଦିନ ମେଳା ସୁଦୂରପ୍ରସାରୀ ହେଉଛି। ବରୁଣେଶ୍ବର ପୀଠ ପାଇଁ ଏହା ଏକ ନୂତନ ସୁଯୋଗ ସୃଷ୍ଟି କରିବାକୁ ଯାଉଛି ବୋଲି କହିଥିଲେ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭାପତି ଇଂ ସୁଶାନ୍ତ କୁମାର ମିଶ୍ର, ବିଂଝାରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଂଜିତା କୁମାରୀ ଦାସ, ଉପାଧ୍ୟକ୍ଷ ସେକ ଏରସାଦ୍, ଅରେଇ ସରପଞ୍ଚ ସ୍ମୃତିସମୀକ୍ଷା ମଲ୍ଲିକ, ବରୁଣେଶ୍ବର କଲେଜର ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର, ବରୁଣେଶ୍ବର ଉନ୍ନୟନ କମିଟିର ସଭାପତି ହେମେନ୍ଦ୍ର ସାମଲ, ସଂପାଦକ ବଟକୃଷ୍ଣ ନାୟକ ସାମିଲ ହୋଇଥିଲେ। ସମାଜସେବୀ ରବୀନ୍ଦ୍ର କୁମାର ପରିଡ଼ା ଅତିଥି ପରିଚୟ ଦେଇଥିଲେ।
ଏ ଅବସରରେ ‘ବରୁଣ’ନାମକ ଏକ ପତ୍ରିକା ଉନ୍ମୋଚି ହୋଇଛି। ସାହିତ୍ୟିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର, ଶିକ୍ଷାବିତ୍ ବାଟକୃଷ୍ଣ ମହାପାତ୍ର, ନାଟ୍ୟକାର ଦୀପକ କୁମାର ଜେନା ଓ ଯୁବଉଦ୍ୟୋଗୀ ଭାବେ ସୁବ୍ରତ କୁମାର କରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l