ରାଜ୍ୟ ସ୍ପେଶାଲ ରିପୋର୍ଟ

ଭୁବନେଶ୍ୱର ଆର୍‌ପିଏଫ୍ କନ୍‌‌ଷ୍ଟେବଲଙ୍କୁ ରେଳ ମନ୍ତ୍ରୀ ରକ୍ଷା ପଦକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ଭୁବନେଶ୍ୱର ରେଳ ଷ୍ଟେସନର ଆର୍‌ପିଏଫ କନ୍‌ଷ୍ଟେବଲ ସୁବ୍ରତ କୁମାର ମହାରଣା ୨୦୨୦ ବର୍ଷ ପାଇଁ ରେଳ ମନ୍ତ୍ରୀଙ୍କ ଜୀବନ ରକ୍ଷା ପଦକ ପାଇବାକୁ ମନୋନୀତ ହୋଇଛନ୍ତି। ଶ୍ରୀ ମହାରଣା ୧୫ ଫେବ୍ରୁଆରି ୨୦୨୦ରେ ପୁରୀ-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଯିଏକି ଚଳନ୍ତା ଟ୍ରେନରୁ ଖସି ପଡ଼ୁଥିଲେ ଏବଂ ତାଙ୍କ ଶରୀର ପ୍ଲାଟଫର୍ମ ଏବଂ ଟ୍ରେନର ଫାଙ୍କ ମଧ୍ୟରେ ରେଳ ଟ୍ରାକରେ ଖସିଯିବାକୁ ଯାଉଥିଲା।
ଶ୍ରୀ ମହାରଣାଙ୍କ ସତର୍କତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେତୁ ରେଳ ଟ୍ରାକରେ ପଡ଼ିବା ପୂର୍ବରୁ ମହିଳା ଯାତ୍ରୀଙ୍କୁ ଉଠାଇ ନେଇଥିଲେ। ୧୫ ଫେବ୍ରୁଆରି, ୨୦୨୦ରେ ଭୁବନେଶ୍ୱର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର-୧ରେ ଏହି ଘଟଣା ଘଟିଥିଲା। ବ୍ୟକ୍ତିଗତ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଶ୍ରୀ ମହାରଣାଙ୍କ ଜାଗ୍ରତ ନିରୀକ୍ଷଣ ଏବଂ ତ୍ୱରିତ କାର୍ଯ୍ୟ ଦ୍ୱାରା ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଥିଲା। ଯାହାକି ଗଣମାଧ୍ୟମ ସମେତ ଅନେକ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହୋଇଥିଲା। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକର ଶ୍ରୀ ମହାରଣାଙ୍କୁ ସମ୍ମାନଜନକ ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସତର୍କତା ଓ ତ୍ୱରିତ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଛନ୍ତି। ଶ୍ରୀ ମହାରଣାଙ୍କୁ ଏହି ପଦକ ସହ ଏକ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।