ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପ୍ରକଳ୍ପ ନିର୍ଦ୍ଦେଶକ ସ୍କୁଲ୍ ପିଲାଙ୍କ ସହିତ ରାସ୍ତା ପାର୍ ହେବେ। ରାସ୍ତା ପାର୍ ବେଳେ ସମସ୍ୟା ହେଉଛି କି ନାହିଁ, ତାହା ନିଜେ ଅନୁଭବ କରିବେ ଏବଂ ଘଟଣାର ଭିଡିଓ ପ୍ରସ୍ତୁତ କରି ସତ୍ୟପାଠ ସହ ଦାଖଲ କରିବେ। ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ନମ୍ବର ୩୧୬(ପୁରୁଣା ନମ୍ବର ୨୦୩)ର ଚନ୍ଦନପୁର ଅଣ୍ଡରପାସ୍ ନିର୍ମାଣ ମାମଲାରେ ହାଇକୋର୍ଟ ଏଭଳି ଏକ ରୋଚକ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ଏନ୍ଏଚ୍ଏଆଇ ପକ୍ଷରୁ ଦାଖଲ ସତ୍ୟପାଠକୁ ନେଇ ହାଇକୋର୍ଟ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସମ୍ପର୍କିତ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଚନ୍ଦନପୁର ନିକଟରେ ଏକ ସ୍କୁଲ୍ ରହିଛି। ଜାତୀୟ ରାଜପଥରେ ଅଣ୍ଡରପାସ୍ ବା ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି ହୋଇଥିଲା। ଯଦି ଏପରି କରା ନ ଯାଏ, ତେବେ ପିଲାମାନେ ବିପଜ୍ଜନକ ସ୍ଥିତିରେ ରାଜପଥ ପାରିହେବାକୁ ବାଧ୍ୟହେବେ ବୋଲି ଦର୍ଶାଯାଇଥିଲା। ଇଣ୍ଡିଅାନ ରୋଡ କଂଗ୍ରେସର ନିୟମାବଳୀ ଅନୁସାରେ, ଜାତୀୟ ରାଜପଥର ୨୦୦ମିଟର ଦୂରତ୍ୱ ମଧ୍ୟରେ ସ୍କୁଲ୍, ହସ୍ପିଟାଲ କିମ୍ବା କୌଣସି ଶିଳ୍ପସଂସ୍ଥା ରହିଥିଲେ ଅଣ୍ଡରପାସ୍ ଅଥବା ଫ୍ଲାଏ ଓଭରବ୍ରିଜ ନିର୍ମାଣ କରାଯିବା କଥା। କିନ୍ତୁ, ଏହି ନିୟମ ପାଳନ କରାଯାଉ ନାହିଁ ବୋଲି ବିମଳନନ୍ଦନ ମହାପାତ୍ରଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।
ଏହି ଆବେଦନର ଶୁଣାଣି କରି ଖଣ୍ଡପୀଠ ଏନ୍ଏଚ୍ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନିଜେ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ନିର୍ଦ୍ଦେଶକ ଯେକୌଣସି ଦିନ ସଂପୃକ୍ତ ସ୍ଥାନକୁ ଯାଇ ଦୁଇଜଣ ସ୍କୁଲ ପିଲାଙ୍କ ସହିତ ଜାତୀୟ ରାଜପଥର ଗୋଟିଏପଟୁ ଅନ୍ୟ ପଟକୁ ରାସ୍ତା ପାରିହେବେ। ବିନା କୌଣସି ଅସୁବିଧାରେ ସ୍କୁଲ ପିଲାମାନେ ରାଜପଥର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ସହଜରେ ଯାଇ ପାରିଥିଲେ କି ନାହିଁ, ସେ ନେଇ ଦାଖଲ କରାଯିବାକୁ ଥିବା ସତ୍ୟପାଠରେ ଉଲ୍ଲେଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍ର କାର୍ଯ୍ୟ କରିବା ସମୟରେ ବା ଆରମ୍ଭ ପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକ ଏଭଳି ଭାବେ ଜାତୀୟ ରାଜପଥ ପାରି ହେବେ। କେଉଁ ଆଧାରରେ ସଂପୃକ୍ତ ସ୍ଥାନରେ ପିୟୁପି (ପାଦରେ ଚାଲି ଚାଲି ଯାଉଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଅଣ୍ଡରପାସ)ର ଅାବଶ୍ୟକତା ନାହିଁ ବୋଲି ଏନ୍ଏଚ୍ଏଆଇ ମତ ଦେଇଥିଲା ତାହା ଜାଣିବା ପାଇଁ ଏପରି ନିର୍ଦ୍ଦେଶ ଦିଆଯାଉଛି ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ଅନୁଭବର ଭିଡିଓ ଉତ୍ତୋଳନ କରାଯାଇ ହାଇକୋର୍ଟରେ ଦାଖଲ କରାଯିବ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଏସ.କେ.ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l