ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି କୋଲକତାରୁ ବାହାରିବ ଡାକୋଟା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନ ମଙ୍ଗଳବାର ସଂଧ୍ୟାରେ କୋଲକତା ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ବାହାରିବ। ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଅା ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା ପରେ ଏହାକୁ କାଠ ବାକ୍ସରେ ପ୍ୟାକିଂ କରାଯାଇଛି। ଆଜି ରାତିରେ କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରାଯାଇଛି। କାଠ ବାକ୍ସଗୁଡ଼ିକର ଉଚ୍ଚତା ୧୫ଫୁଟ ହୋଇଥିବାବେଳେ ଓସାର ପ୍ରାୟ ୧୦ଫୁଟ ରହିଛି। ତେଣୁ ଏହାକୁ କେବଳ ରାତିରେ ଆଣିବାକୁ ଯୋଜନା ହୋଇଛି। ଯେପରି ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ହେବନି ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା ପୁଲିସ ସମେତ କମିସନରେଟ୍ ପୁଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ସମ୍ମୁଖରେ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଥିବାବେଳେ ଏଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଡାକୋଟାକୁ ସର୍ବସାଧାରଣଙ୍କ ପାଇଁ ଲୋକାର୍ପିତ କରିବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।