ବାରିପଦା: ଜନସଂଖ୍ୟା ଦୃଷ୍ଟିରୁ ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ନାହାନ୍ତି ଆବଶ୍ୟକ ଡାକ୍ତର। ଯାହାଫଳରେ ପଛରେ ପଡିଛି ସ୍ବାସ୍ଥ୍ୟସେବା। ଡାକ୍ତର ପଦବି ପୂରଣ ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସେଭଳି କୌଣସି ତତ୍ପରତା ଦେଖିବାକୁ ମିଳୁନାହିଁ। ତେବେ ଏହାମଧ୍ୟରେ
ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜିଲ୍ଲାର ୫ଟି ଡାକ୍ତରଖାନାକୁ ୫-ଟିରେ ସାମିଲ କରାଯାଇଛି। ନୂତନ କୋଠାବାଡି, ଯନ୍ତ୍ରପାତି, ଷ୍ଟାଫ୍ କ୍ବାର୍ଟର୍ସ ଆଦି ଏହି ଯୋଜନାରେ ନିର୍ମାଣ ହେବ। ତେବେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ ଦିଗରେ ଏହି ଯୋଜନାରେ କୌଣସି ବ୍ୟବସ୍ଥା ନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଉଦଳା, କରଞ୍ଜିଆ, ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଓ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୫-ଟିରେ ସାମିଲ କରାଯାଇଛି। ଏ ନେଇ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩ ଉପଖଣ୍ଡ ଡାକ୍ତରଖାନା ଓ ୨୬ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏହି ସବୁ ଚିକିତ୍ସାଳୟଗୁଡ଼ିକରେ ମୋଟ୍ ୫୪୯ ଜଣ ଡାକ୍ତର ରହିବା କଥା। ହେଲେ ଅଛନ୍ତି ମାତ୍ର ୨୭୭ ଜଣ। ଏବେ ବି ୨୭୨ ଡାକ୍ତର ପଦବି ଖାଲି ପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୟନୀୟ ଅବସ୍ଥା। ୭୩ ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୪୦ ଜଣ। ୩୩ଟି ପଦବି ଖାଲି ପଡ଼ିଛି।
ନୂତନ ଭାବେ ୭୦ ଜଣ ନୂଆ ଡାକ୍ତରଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚଶିକ୍ଷା ପାଇଁ ଓ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରେ ଯୋଗ ଦେଉନାହାନ୍ତି। ଉଦଳା ଉପଖଣ୍ଡ ଡାକ୍ତରଖାନାରେ ୭, କରଞ୍ଜିଆରେ ୮ ଓ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ୯ ଡାକ୍ତର ପଦବି ଖାଲି ପଡ଼ିଛି। ବିଭିନ୍ନ ବ୍ଲକରେ ବି ସମାନ ଅବସ୍ଥା। ରୋଗୀ ହାଉଯାଉ, ନାହାନ୍ତି ଡାକ୍ତର। ଅଧିକାଂଶ ସ୍ଥାନରେ ଫାର୍ମାସିଷ୍ଟ, ନର୍ସ, ଆଟେଣ୍ଡାଣ୍ଟ କାମ ଚଳାଇ ନେଉଛନ୍ତି। ତେବେ ସବୁଠାରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ବିଶୋଇ ଓ ଶୁକ୍ରୁଳି ବ୍ଲକରେ ଦେଖିବାକୁ ମିଳିଛି। ଜିଲ୍ଲାରେ ୮୨୦ କର୍ମଚାରୀ ପଦବି ଖାଲି ପଡ଼ିଛି। ସେଥିରେ ନର୍ସ, ସ୍ବାସ୍ଥ୍ୟକର୍ମୀ, ଟେକ୍ନିସିଆନଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ରୋଗୀସେବାରେ ଉନ୍ନତି ଆସିବା ନିମନ୍ତେ ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦବି ପୂରଣ ହେବାର ଆବଶ୍ୟକତା ରହିଛି। ୫-ଟି ଯୋଜନାରେ ଜିଲ୍ଲାର ୫ଟି ଡାକ୍ତରଖାନା ସାମିଲ ହେବା ସ୍ବାଗତଯୋଗ୍ୟ। ତେବେ କୋଠା ଚକାଚକ୍ କରି ଡାକ୍ତର ନିଯୁକ୍ତି କରାନଗଲେ ଏହି ଫଳପ୍ରସୂ ଯୋଜନା ବାସ୍ତବତାଠାରୁ ଦୂରେଇ ଯିବ ବୋଲି ମୟୂରଭଞ୍ଜର ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l