ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲୁକା କଳାରେ ସୁଦର୍ଶନଙ୍କ ବିଶ୍ବ ରେକର୍ଡ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପୁରୀ: ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହକି ବିଶ୍ବକପ୍‌ ଉପଲକ୍ଷେ କଟକ ମହନଦୀ କୂଳରେ କରିଥିବା ୧୦୫ ଫୁଟର ଲମ୍ବର ହକି ଷ୍ଟିକ୍‌ର ବାଲୁକା କଳା ବିଶ୍ବ ରେକର୍ଡ କରିଛି। ସବୁଠୁ ବଡ଼ ଲମ୍ବା ହକିଷ୍ଟିକ୍‌ ଭାବେ ଏହା ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆରେ ସ୍ଥାନ ପାଇଛି। ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆର ପ୍ରତିଷ୍ଠାତା ପାଭନ୍‌ ସୋଲାଙ୍କି, ବିଭାଗୀୟ ମୁଖ୍ୟ ସୁଷମା ନର୍ଭେକର ଓ ବରିଷ୍ଠ ବିଚାରପତି ସଂଜୟ ନର୍ଭେକର ଶ୍ରୀ ପଟ୍ଟନାୟକଙ୍କ ଏହି ହକି ଷ୍ଟିକ୍‌ର ବାଲୁକା କଳାକୁ ସବୁଠୁ ଲମ୍ବା ହକି ଷ୍ଟିକ୍‌ର ବାଲୁକା କଳା ମାନ୍ୟତା ଦେଇଛନ୍ତି। ଆଜି ଶ୍ରୀ ପଟ୍ଟନାୟକଙ୍କୁ ୱାର୍ଲଡ ରେକର୍ଡ ଅଫ୍‌ ଇଣ୍ଡିଆ ପ୍ରମାଣପତ୍ର ବି ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ, ଶ୍ରୀ ପଟ୍ଟନାୟକ ବାଲିରେ ତିଆରି କରିଥିବା ୧୦୫ ଫୁଟ ଲମ୍ବର ଏହି ହକି ଷ୍ଟିକ୍‌ ପାଇଁ ୫ହଜାର ହକି ବଲ୍‌ ବ୍ୟବହାର କରିଥିଲେ। ୧୫ଜଣ ଛାତ୍ରଙ୍କ ସହଯୋଗରେ ସେ ଏହି କଳାକୁ ପୂର୍ଣ୍ଣରୂପ ଦେଇଥିଲେ। ଆଜିର ଏହି ମାନ୍ୟତା ପରେ ଶ୍ରୀ ପଟ୍ଟନାୟକଙ୍କ ଖୁସିବ୍ୟକ୍ତ କରିବା ସହ ସମସ୍ତ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।