ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂରା ବିଶ୍ବ ଆମ ସହ ଅଛି: ମୁଖ୍ୟମନ୍ତ୍ରୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ଦ୍ବିତୀୟଥର ପାଇଁ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରୁଛି ଓଡ଼ିଶା। ଏହା ଆମ ପାଇଁ ଆନନ୍ଦର ବିଷୟ। ୧୬ ‌ଦେଶକୁ ସ୍ବାଗତ କରିବା ଆମ ପାଇଁ ଗୌରବର କଥା। ସମଗ୍ର ଭାରତ ଆମ ସାଥୀରେ ଅଛି। ସମଗ୍ର ବିଶ୍ବ ଆମ ସାଙ୍ଗରେ ଅଛି। ଆସନ୍ତୁ ସ୍ନେହ ଓ ପ୍ରେମ ସହକାରେ ଅତିଥିଙ୍କୁ ସ୍ବାଗତ କରିବା। ଡଟ୍‌ ଫେଷ୍ଟ ଜରିଆରେ ଓଡ଼ିଶା ତଥା ଭାରତର ସଂସ୍କୃତିକୁ ବିଶ୍ବ ଦରବାରରେ ଉପସ୍ଥାପନ କରିବା। ସମସ୍ତେ ମିଶି ଏହି ୯ ଦିନର ଆନନ୍ଦର ମୁହୂର୍ତ୍ତକୁ ଉପଭୋଗ କରିବା। ପ୍ରଦର୍ଶନୀ ପଡ଼ିଆରେ ଭୁବନେଶ୍ବର ସିଟି ଫେଷ୍ଟିଭାଲ୍‌ ‘ଡଟ୍‌ ଫେଷ୍ଟ’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ କଳା ଓ ସଂସ୍କୃତି ପ୍ରତି ରହିଥିବା ଭଲ ପାଇବା କହିଲେ ସରିବନି। କଳାକାରଙ୍କୁ ଭତ୍ତା ପ୍ରଦାନ ହେଉ କି ହେରିଟେଜ୍‌ କ୍ୟାବିନେଟ୍‌ ହେଉ; ଏ ସବୁରେ ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି। ବ୍ୟାସକବି ଫକୀର ମୋହନ, ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତି ଥିବା ସମ୍ମାନ ଇତିହାସରେ ଲିପିବଦ୍ଧ ହୋଇ ରହିବ। ଆଜି ଉଦ୍‌ଘାଟିତ ହୋଇଥିବା ଡଟ୍‌ଫେଷ୍ଟ ମଧ୍ୟ ଅଭୁଲା ହୋଇ ରହିବ ବୋଲି ସେ କହିଛନ୍ତି।
ମନ୍ତ୍ରୀ ଉଷା ଦେବୀ କହିଥିଲେ, ଓଡ଼ିଶାକୁ ବିଶ୍ବସ୍ତରରେ ପହଞ୍ଚାଇବା ପାଇଁ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ଗୌରବ ଅର୍ଜନ କରିଛନ୍ତି। ସେହି ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତଙ୍କର ପ୍ରୟାସ ଅନିବାର୍ଯ୍ୟ। ମନ୍ତ୍ରୀ ତୁଷାରକାନ୍ତୀ ବେହେରା କହିଥିଲେ, ବିନ୍ଦୁରୁ ସିନ୍ଧୁର ସୃଷ୍ଟି। ଆଜିର ଡଟ୍‌ଫେଷ୍ଟ ଆଗକୁ ମହୋତ୍ସବର ରୂପ ନେଉ। ଓଡ଼ିଶା ଭାରତବର୍ଷର କଳାର ରାଜଧାନୀ ହେଉ।

ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଓଡ଼ିଶାରେ କଳା ଓ ସଂସ୍କୃତିର ବିକାଶ ହୋଇଛି ବୋଲି କହିଥିଲେ। ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଭୁବନେଶ୍ବରର ମହୋତ୍ସବର ମାହୋଲ୍‌ ସମ୍ପର୍କରେ ଉପସ୍ଥାପନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ। ମେୟର ସୁଲୋଚନା ଦାସ ସ୍ବାଗତ ଭାଷଣ ଓ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌, ଉନ୍ନୟନ କମିସନର ପ୍ରଦୀପ ଜେନା, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ମଞ୍ଚାସୀନ ଥିଲେ। କୁନା ତ୍ରିପାଠୀ ଓ ଦୀକ୍ଷା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।