ରାଜ୍ୟ ସ୍ପେଶାଲ ରିପୋର୍ଟ

୭୪ କୋଟି ମଞ୍ଜୁର କଲା କେନ୍ଦ୍ର: ୫୩ ନଂ ଜାତୀୟ ରାଜପଥର ହେବ ପ୍ରଶସ୍ତୀକରଣ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ହେବାସହ ଏହାକୁ ଦୁଇଲେନ୍ ବିଶିଷ୍ଟ କରାଯିବ। ଏଥିପାଇଁ ସରକାର ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ରାସ୍ତା ସମ୍ପ୍ରସାରଣ ହେବାଫଳରେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାବାସୀ ଉପକୃତ ହେବେ।

ଗୁଜୁରାଟର ହାଜିରାଠାରୁ ପାରାଦୀପ ବନ୍ଦରକୁ ସଂଯୋଗ କରୁଛି ୫୩ ନମ୍ବର ଜାତୀୟ ରାଜପଥ। ଏହି ଗୁରୁତ୍ବପୂର୍ଣ୍ଣ ଜାତୀୟ ରାଜପଥରେ ଅନୁଗୁଳ ଜିଲ୍ଲାର ରେଙ୍ଗାଳି, ବଜ୍ରକୋଟ ଓ ଟାକୁଆରେ ୩ଟି ବାଇପାସ୍‌ ନିର୍ମାଣ କରାଯିବ। ଏଥିପାଇଁ ଆବଶ୍ୟକ ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଓ ଖଣି କରିଡରକୁ ସଂଯୋଗ କରୁଛି। ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତୀକରଣ ଦ୍ୱାରା ଲୋକଙ୍କ ଯାତାୟତ ସୁରକ୍ଷିତ ହେବ। ଏହାବ୍ୟତୀତ ଏହି ରାଜପଥ ଭାରିଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନ୍‌ଟିପିସି, ଜିନ୍ଦଲ ଷ୍ଟିଲ୍‌ର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ।

ଏହି ଜାତୀୟ ରାଜପଥର ପ୍ରଶସ୍ତୀକରଣ ପାଇଁ କେନ୍ଦ୍ର ସରକାର ଟଙ୍କା ମଞ୍ଜୁର କରିବାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଜାତୀୟ ରାଜପଥର ପ୍ରଶସ୍ତୀକରଣ ଫଳରେ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଯାତାୟାତ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରର ବିକାଶ ହୋଇପାରିବ। ସେହିପରି, ଉଭୟ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶରେ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।