ଅପରାଧ ଦେଶ ବିଦେଶ

ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ରେ ଆପାର୍ଟମେଣ୍ଟ ଧ୍ବସ୍ତ, ୨୫ ମୃତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କିବ୍‌ : ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସପ୍ତାହେ ହେଲା ମନ୍ଥର ହୋଇଯାଇଥିବା ବେଳେ ଗତରାତିରୁ ଏହା ପୁଣି ଭୟାନକ ରୂପ ନେଇଛି। ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ୟୁକ୍ରେନ୍‌କୁ ଯୁଦ୍ଧାସ୍ତ୍ର ସହାୟତା ବଢ଼ିବା ପରେ ରୁଷ୍‌ ତା’ର ରଣନୀତି ବଦଳାଇ ପୁଣି ଥରେ ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛି। ଡିନିପ୍ରୋ ସହରରେ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ସହରର ବିଦ୍ୟୁତ ଓ ଜଳଯୋଗାଣ ଭିତ୍ତିଭୂମି ନଷ୍ଟ ହୋଇଯାଇଥିବା ବେଳେ ଏକ ବିଶାଳ ଆପାର୍ଟମେଣ୍ଟ ଧ୍ବସ୍ତ ହୋଇଯାଇଛି। ଏଥିରେ ୨୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। ୟୁକ୍ରେନର କ୍ଷୁଦ୍ର ସହର ସୋଲେଦାର ଦୁଇ ଦିନ ତଳେ ସଂପୂର୍ଣ୍ଣ ଭାବେ ରୁଷ୍‌ ଦଖଲକୁ ଯାଇଛି । ଏହି ସହର ରଣନୀତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏବଂ ରୁଷ୍‌ ସେନା ସଠିକ୍‌ ଯୋଜନାରେ ଅଗ୍ରସର ହେଉଛି ବୋଲି ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ୟୁକ୍ରେନ୍‌ର ଆବାସିକ ଅଞ୍ଚଳରେ ରୁଷ୍‌ କ୍ଷେପଣାସ୍ତ୍ର ମାଡ଼ ଆତଙ୍କ ବଢ଼ାଇ ଦେଇଛି ।

ଡୋନେସ୍କ ଅଞ୍ଚଳରେ ହଜାର ହଜାର ଜନତା ଘର ଛାଡ଼ି ସୁରକ୍ଷିତ ଆଶ୍ରୟସ୍ଥଳକୁ ଯାଇଛନ୍ତି। ଡିନିପ୍ରୋ ୟୁକ୍ରେନ୍‌ର ଅନ୍ୟତମ ସର୍ବାଧିକ ଜନବହୁଳ ସହର ହୋଇଥିବା ବେଳେ ଏଠାରେ ସେନାର କେତେକ ବୃହତ୍‌ ଶିବିର ରହିଛି ଏବଂ ପଶ୍ଚିମ ରାଷ୍ଟ୍ରରୁ ଆସୁଥିବା ବିପୁଳ ଯୁଦ୍ଧାସ୍ତ୍ର ମଧ୍ୟ ଏହି ଅଞ୍ଚଳରେ ଠୁଳ ହେଉଥିବାରୁ ଏବେ ଏହା ରୁଷ୍‌ ଟାର୍ଗେଟ୍‌ରେ ରହିଛି। ଗତ ବର୍ଷ ଅକ୍ଟୋବରରୁ ରୁଷ୍‌ ଏହି ସହର ଉପରେ ଆକ୍ରମଣ ଆରମ୍ଭ କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ତେବେ ଯୁଦ୍ଧର ମୋଡ଼ ବଦଳିବା ସହ ଏହି ସହର ଉପରେ ଆକ୍ରମଣ ବନ୍ଦ ହୋଇଯାଇଥିଲା। ଗତରାତିରୁ ରୁଷ୍‌ ପୁଣି ଡିନିପ୍ରୋ ଉପରେ ଭୀଷଣ ଆକ୍ରମଣ ଆରମ୍ଭ କରିଥିବାରୁ ୟୁକ୍ରେନ୍‌ର ଚିନ୍ତା ବଢ଼ିଯାଇଛି। ବ୍ରିଟେନ୍‌ ସପ୍ତାହକ ମଧ୍ୟରେ ଭାରୀ ଯୁଦ୍ଧାସ୍ତ୍ର ୟୁକ୍ରେନ୍‌କୁ ଯୋଗାଇବା ପରେ ରୁଷ୍‌ ତା’ର ଆଭିମୁଖ୍ୟକୁ ଆହୁରି ଉଗ୍ର କରିଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନ୍‌କୁ ଅଧିକ ସାମରିକ ସହାୟତା ପାଇଁ ଘୋଷଣା କରିଥିବାରୁ ରୁଷ୍‌ ଏହାର ଜୋରଦାର ବିରୋଧ କରିଛି।
ୟୁକ୍ରେନ୍‌ର ବିଦ୍ୟୁତ ଭିତ୍ତିଭୂମିକୁ ରୁଷ୍‌ ବରବାଦ କରିଦେଇଥିବା ବେଳେ ପ୍ରମୁଖ ଉଦ୍ୟୋଗଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ ଦେଇଛି। ଏହାର ବନ୍ଦର ସହର ମାରିୟୁପୋଲ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି ଏବଂ ଦେଶବ୍ୟାପୀ ଶତାଧିକ ଭାରୀ ଶିଳ୍ପ ସଂସ୍ଥା ଠପ୍‌ ହୋଇଯାଇଛି। ମୋଟ୍‌ ୨୫ଟି ସହର ଭୟାନକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ