ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗଡ଼କରୀଙ୍କୁ ୧୦୦ କୋଟି ମାଗି ହତ୍ୟା ଧମକ, କର୍ଣ୍ଣାଟକ ଜେଲରେ ଗ୍ୟାଙ୍ଗଷ୍ଟର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନାଗପୁର : ନିଜକୁ ଦାଉଦ ଇବ୍ରାହିମ୍‌ର ଲୋକ କହି କେ‌ନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ୧୦୦ କୋଟି ଟଙ୍କା ମାଗିବା ସହ ନ ଦେଲେ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିକୁ ଧମକର କିଛି ଘଣ୍ଟା ପରେ ନାଗପୁର ପୁଲିସ ଠାବ କରିବାରେ ସଫଳ ହୋଇଛି। ସେ ଆଉ କେହି ନୁହେଁ, କର୍ଣ୍ଣାଟକର ବେଲଗାବି ଜେଲରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜୟେଶ କାନ୍ଥା। ସେ ଜେଲ ଭିତରେ ଥାଇ ବେଆଇନ ଭାବେ ଫୋନ୍ ବ୍ୟବହାର କରି ମନ୍ତ୍ରୀଙ୍କୁ ଧମକ ଦେଇଥିଲା।

ନାଗପୁର ପୁଲିସ କମିସନର ଅମିତେଶ କୁମାର ରବିବାର କହିଛନ୍ତି ଯେ ମନ୍ତ୍ରୀଙ୍କୁ ଫୋନ କରି ୧୦୦ କୋଟି ଟଙ୍କା ମାଗିବା ଏବଂ ହତ୍ୟା ଧମକ ଦେବା ଖବର ସତ। ବେଲଗାବି ଜେଲରେ ରହୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଓ ହତ୍ୟା ଅଭିଯୁକ୍ତ ଜୟେଶ କାନ୍ଥା ଏହି ଧମକ ଦେଇଥିଲା। ସେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଲ୍ୟାଣ୍ଡ ଫୋନ୍‌କୁ ତିନି ଥର ଫୋନ କରିଥିଲା। ଜେଲ କର୍ତ୍ତୃପକ୍ଷ ତା’ଠାରୁ ଏକ ଡାଇରି ପାଇଛନ୍ତି, ଯେଉଁଥିରେ ଅନେକ ଫୋନ୍ ନମ୍ବର ଲେଖା ହୋଇଛି। ଏହି ଡାଇରି ଅଧିକ ତଦନ୍ତରେ ସାହାଯ୍ୟ କରିବ। ଜେଲରେ ଥିବା ଅଭିଯୁକ୍ତ କାନ୍ଥାକୁ ରିମାଣ୍ଡରେ ଆଣିବା ପାଇଁ ନାଗପୁର ପୁଲିସ ବେଲଗାବି ଯାଇଛି। କାନ୍ଥା ମନ୍ତ୍ରୀଙ୍କ ଅଫିସର ଲ୍ୟାଣ୍ଡ ଫୋନ୍‌କୁ କଲ୍ କରି କହିଥିଲା- ମୁଁ ହେଉଛି ଦାଉଦ ଗ୍ୟାଙ୍ଗର ସଦସ୍ୟ। ମନ୍ତ୍ରୀଙ୍କୁ କହିଦବ ୧୦୦ କୋଟି ଦେବେ। ନ ଦେଲେ ବୋମା ପକେଇ ମନ୍ତ୍ରୀଙ୍କୁ ଉଡ଼େଇଦେବି। ସେ କର୍ଣ୍ଣାଟକର ଏକ ଠିକଣା ଓ ଫୋନ୍ ନମ୍ବର ବି ଦେଇଥିଲା, ଯେଉଁଠିକି ଟଙ୍କା ପଠେଇବାକୁ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ