ଅପରାଧ ରାଜ୍ୟ

ମୁଣ୍ଡ ନେଲା ଗୁଡ଼ି : ନାଳରେ ପଡ଼ି ଛାତ୍ର ମୃତ, ନର୍ସରି ମାଲିକଙ୍କ ନାକ କଟିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ମାଞ୍ଜା ସୂତା ପାଇଁ କଟକ ସହରରେ ଦୁଇଟି ଅଘଟଣ ଘଟିଛି। ଗୁଡ଼ି ଉଡ଼ାଉଥିବା ବେଳେ ବିଡ଼ାନାସୀ ଅଞ୍ଚଳରେ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ର ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ଅନ୍ୟ ଏକ ଘଟଣାରେ ଖାନନଗରର ଜଣେ ନର୍ସରି ମାଲିକଙ୍କ ମୁହଁ ମାଞ୍ଜା ସୂତାରେ କଟିଯିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋଟିଏ ଦିନରେ ଦୁଇଟି ଅଘଟଣକୁ ନେଇ ସହରରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି।

କିଶନନଗର ଥାନା ବାଲିସୁକ୍ରି ଅଞ୍ଚଳର ନର୍ସରି ମାଲିକ ପ୍ରଦୀପ କୁମାର ସାହୁ(୩୫) ରବିବାର ସକାଳ ପ୍ରାୟ ୯ଟା ବେଳେ ବାଇକ୍‌ରେ ଭୁବନେଶ୍ବର ଯାଉଥିଲେ। ଖାନନଗରରୁ ତ୍ରିଶୂଳିଆ ବ୍ରିଜ୍‌ ଦେଇ ଯାଉଥିଲା ବେଳେ ଏକ ମାଞ୍ଜା ସୂତା ଲାଗିଯିବାରୁ ତାଙ୍କ ନାକ, ବାମହାତର ଆଙ୍ଗୁଳି କଟିଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ମଙ୍ଗଳାବାଗରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ସେହିଭଳି ବିଡାନାସୀ ବନ୍ଧଛକ ନିକଟରେ ରହୁଥିବା କିଶୋର ସାହାଣୀଙ୍କ ୯ବର୍ଷର ପୁଅ ଯୋଶେଫ୍ ସାହାଣୀ ରବିବାର ଅପରାହ୍ନରେ ଗୁଡ଼ି ଉଡ଼ାଉଥିଲେ। ଏହିସମୟରେ ସେ ନିକଟରେ ଥିବା ଏକ ୧୦ ଫୁଟ୍ ଗଭୀର ନାଳରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଏକ ଅଟୋରେ ପରିବାର ଲୋକେ ଶିଶୁଭବନରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଶିଶୁଭବନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଲାଲବାଗ ଥାନା ପୁଲିସ ପହଞ୍ଚିଥିବା ବେଳେ ଏ ସଂକ୍ରାନ୍ତରେ ବିଡ଼ାନାସୀ ଥାନାରେ ଅଭିଯୋଗ ହୋଇଥିବା ଆଇଆଇସି ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ନାବାଳକଜଣକ ଚହଟାନଗରରେ ଏକ ଘରୋଇ ସ୍କୁଲ୍‌ରେ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିଲେ। ଅନ୍ୟପଟେ ଯୋବ୍ରା ପାରେଶ୍ବର ସାହିରେ ଏକ ପାରା ବି ମାଞ୍ଜା ସୂତାରେ କଟି ତଳେ ରକ୍ତ ଜୁଡ଼ୁବୁଡ଼ୁ ପଡ଼ିଥିବା ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୨ ଡିସେମ୍ବର ୨୭ ତାରିଖରୁ ଆଜି ସୁଦ୍ଧା ମୋଟ ୮ ଜଣ ମାଞ୍ଜା ସୂତାରେ ଫସିଲେଣି। ଏଥିରୁ ଜଣେ ଶିଶୁଙ୍କ ଜୀବନ ଯାଇଥିବା ବେଳେ ଅନ୍ୟମାନଙ୍କ ନାକ, ଆଙ୍ଗୁଳି, ବେକ କଟିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।