ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ହକି ବିଶ୍ବକପ୍‌ରେ ଭାରତ-ଇଂଲଣ୍ଡ ଡ୍ର’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଉରକେଲା : ହକି ବିଶ୍ବକପ୍‌ରେ ରବିବାର ଭାରତ-ଇଂଲଣ୍ଡ ମ୍ୟାଚ୍‌ ୦-୦ରେ ଡ୍ର’ ରହିଛି। ଫଳରେ ଭାରତର ସିଧାସଳଖ କ୍ବାର୍ଟରଫାଇନାଲ୍‌ ଯୋଗ୍ୟତା ପଥରେ ଲଗାମ୍‌ ଲାଗିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌କୁ ଜିତିଥିଲେ ହର୍ମନପ୍ରୀତ୍‌ଙ୍କ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଯିବା ସମ୍ଭାବନା ଥିଲା। ଏବେ ଏହି ଲକ୍ଷ୍ୟ ହାସଲ କରିବାକୁ ଭାରତକୁ ପରବର୍ତ୍ତୀ ମ୍ୟାଚ୍‌ରେ ବୃହତ୍‌ ବିଜୟ ଲାଭ କରିବାକୁ ହେବ। ରବିବାର ଗୋଲ୍‌ଶୂନ୍ୟ ଡ୍ର’ ପରେ ଉଭୟ ଭାରତ ଓ ଇଂଲଣ୍ଡ ଦଳ ପୁଲ୍‌ ‘ଡି’ ପଏଣ୍ଟ ସ୍ଥିତିରେ ସମାନ ୪ ପଏଣ୍ଟ୍‌ରେ ଅଛନ୍ତି। ଗୋଲ୍‌ ବ୍ୟବଧାନରେ ଇଂଲଣ୍ଡ ଆଗୁଆ ରହିଛି। ଇଂଲଣ୍ଡ ତା’ର ୱେଲ୍‌ସ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ୫-୦ ଗୋଲ୍‌ରେ ଜିତିଥିଲା।

ଅପରପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା। ପୁଲ୍‌ ପର୍ଯ୍ୟାୟର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ଭେଟିବ ସ୍ପେନ୍‌କୁ ଏବଂ ଭାରତ ତା’ର ଶେଷ ମ୍ୟାଚ୍‌ରେ ୱେଲ୍‌ସ ସହ ଖେଳିବ। ୱେଲ୍ସକୁ ବଡ଼ ବ୍ୟବଧାନରେ ହରାଇ ପାରିଲେ ଭାରତ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିପାରିବ। ଅନ୍ୟଥା ସମାନ ପଏଣ୍ଟ୍‌ ସତ୍ତ୍ବେ ଗ୍ରୁପ୍‌ର ଶୀର୍ଷ ସ୍ଥାନରୁ ବଞ୍ଚିତ ରହି କ୍ରସ୍‌ଓଭର୍‌ ଖେଳି କ୍ବାର୍ଟରଫାଇନାଲକୁ ଉନ୍ନୀତ ହେବାକୁ ପଡ଼ିବ। ଇଂଲଣ୍ଡ ଯଦି ଶେଷ ଲିଗ୍‌ରେ ସ୍ପେନଠୁ ହାରିଯିବ ତେବେ ଭାରତକୁ ସାଧାରଣ ବିଜୟ ବି କ୍ବାର୍ଟରଫାଇନାଲ୍ ନେଇପାରିବ। ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ ଜିତି କ୍ବାର୍ଟରଫାଇନାଲ୍‌ ଅଶାକୁ ଉଜ୍ଜୀବିତ ରଖିଛି। ଏହି ଦଳଠୁ ୧-୫ ଗୋଲ୍‌ରେ ହାରିଥିବା ‌ୱେଲ୍ସ ଦୁଇଟି ପରାଜୟ ବରଣ କରିଛି। ଫଳରେ ଏହି ଦଳର ନକ୍‌ଆଉଟ୍‌ ଖେଳିବା ଆଶା ପ୍ରାୟ ନାହିଁ। ସୂଚନାଯୋଗ୍ୟ, ପ୍ରତି ୪ ଗ୍ରୁପ୍‌ର ଶୀର୍ଷ ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବେ। ଗ୍ରୁପ୍‌ର ଶେଷ ଦଳ ବିଦାୟ ନେଇଯିବେ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ଅନ୍ୟ ଗ୍ରୁପ୍‌ ସହ କ୍ରସ୍ ଓଭର ଖେଳି କ୍ବାର୍ଟରଫାଇନାଲ୍ ଯିବାର ସୁଯୋଗ ପାଇବେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ