ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପାନ୍ତ ଇଲାକାରେ ଅପହଞ୍ଚ ବିଶ୍ୱକପ୍‌!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବଲାଙ୍ଗୀର : ରାଜ୍ୟର କୋଣଅନୁକୋଣରେ ହକି ଖେଳ ଦେଖାଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ, ଉପ‌ାନ୍ତ ଅଞ୍ଚଳରେ ହକି ଖେଳ ଦେଖାଇବା ପାଇଁ ହୋଇଥିବା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଏ ବାବଦରେ ସରକାରଙ୍କ ପକ୍ଷରୁ ମିଳିଥିବା ଅର୍ଥ ହରିଲୁଟ୍‌ ହେବାନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ଏହାର ଉଦାହରଣ ହେଉଛି, ବଲାଙ୍ଗୀର କେତୋଟି ପଞ୍ଚାୟତରେ କେତେ ଟଙ୍କା ଖର୍ଚ୍ଚ ଏ ପର୍ଯ୍ୟନ୍ତ ହୋଇଛି ଓ ଆଗକୁ କେତେ ହେବ ସେସବୁର ମୋଟ ହିସାବକିତାବ କାହା ପାଖରେ ନାହିଁ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନଂ-୨୫୭୩୦/ତାରିଖ ୨୭.୧୨.୨୦୨୨ରୁ ଜଣାଯାଏ ଯେ, ହକି ବିଶ୍ୱକପ୍‌ରେ ପଞ୍ଚାୟତମାନଙ୍କରେ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଷ୍ଟେଟ୍‌ ଫାଇନାନ୍ସ କମିସନ ଗ୍ରାଣ୍ଟରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ରହିଥିଲା। ଚିଠି ଅନୁସାରେ, ଗ୍ରାମସଭା ଆୟୋଜନ ହେବ। ବିଶ୍ୱକପ୍‌ ହକି ଉଦ୍‌ଘାଟନ କାର୍ଯ୍ୟକ୍ରମ ଦିନ ପଞ୍ଚାୟତ ଅଫିସରେ ଗ୍ରାମସଭା ଆୟୋଜନ କରିବେ। ଚା, ପାଣି, ଟିଫିନ ଆଦିର ବ୍ୟବସ୍ଥା ହେବ। ପ୍ରୋଜେକ୍ଟର କିମ୍ବା ଟେଲିଭିଜନରେ ଉଦ୍‌ଘାଟନ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କୁ ଡାକି ଦେଖାଇବେ। ୫ଫୁଟ୍‌ ଲମ୍ବ ଓ ୩ ଫୁଟ୍‌ ଚଉଡ଼ାର ବ୍ୟାନର ଲାଗିବ। ପଞ୍ଚାୟତ ଅଫିସ ସମ୍ମୁଖରେ ବିଶ୍ୱକପ୍‌ ହକିର ୱାଲ୍‌ପେଣ୍ଟିଂ ହେବା ଭଲି ନିର୍ଦ୍ଦେଶ ରହିଥିଲା। ନିର୍ଦ୍ଦେଶ ମୁତାବକ, ବଲାଙ୍ଗୀର ଜିଲ୍ଲାର କିଛି ପଞ୍ଚାୟତରେ ବହୁ ଭଲରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେତୋଟି ପଞ୍ଚାୟତରେ ୨୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ବି ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ମିଶି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। କିନ୍ତୁ, ଉପାନ୍ତ ଅଞ୍ଚଳର ଏମିତି ଅନେକ ପଞ୍ଚାୟତ ରହିଛି ଯେଉଁଠି ପ୍ରାୟ ୧୦ରୁ ୧୨ ହଜାର ଟଙ୍କା ମାତ୍ର ଖର୍ଚ୍ଚ କରିଛନ୍ତି।

ଜିଲ୍ଲାର ଉପାନ୍ତ ବ୍ଲକ୍‌ ତୁରେକେଲାର ୧୯ଟି ପଞ୍ଚାୟତରେ ହକି ବିଶ୍ୱକପ୍‌ ଉଦ୍‌ଘାଟନ ଦିନ କାର୍ଯ୍ୟକ୍ରମ ହୋଇଥିଲା। କିନ୍ତୁ, ଉପାନ୍ତ ଗାଁର ଅଧିକାଂଶ ଲୋକ ହକି ଟିଭିରେ ଦେଖାଇବା ଭଳି କ’ଣ କାର୍ଯ୍ୟକ୍ରମ ହୋଇଥିଲା ଏବେ ବି ଜାଣିନାହାନ୍ତି। କେତେଜଣ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ। ଚଟୁଅନକା ସରପଞ୍ଚ ଜ୍ଞାନରଞ୍ଜନ ତାଣ୍ଡିଙ୍କ କହିବାନୁସାରେ, ୧୨ ହଜାର ଯାଏଁ ଖର୍ଚ୍ଚ ହୋଇଛି। ବିଲ୍‌ ହୋଇନି ଓ ଇଓମାନେ ସବୁ କରିଛନ୍ତି ବୋଲି କହିଥିଲେ। ସେହିପରି, ମହୁଲପାଟି ଓ ତୁରେକେଲା ପଂଚାୟତ ନିର୍ବାହୀ ଅଧିକାରୀ ବିଲ୍‌ ହିସାବକିତାବ ହୋଇନି। ସରପଞ୍ଚମାନେ ହାତରୁ ଖର୍ଚ୍ଚ କରିଛନ୍ତି ବୋଲି କହିଥିଲେ। ମହଖଣ୍ଡ ଓ ଧାମନଡଙ୍ଗାରେ ହାତଗଣତି ଲୋକ ଉପସ୍ଥିତଥିବା ମିଳିଥିବା ଫଟୋରୁ ଜଣାପଡ଼ିଛି। ଖପ୍ରାଖୋଲ ବ୍ଲକ ଅଞ୍ଚଳର ଉପାନ୍ତ ପଞ୍ଚାୟତର କାର୍ଯ୍ୟକ୍ରମଗୁଡିକର ବି ସେହି ଅବସ୍ଥା।

ଫଳରେ, ହକି ବାବଦରେ ସରକାର ଦେଇଥିବା ଅର୍ଥ ବାଟମାରଣା ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ପଞ୍ଚାୟତ ଡିପିଓଙ୍କୁ ପଚାରିବାରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ସମସ୍ତଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବେ ତାହା କେବଳ ଆମ ପଟରୁ ଅବଗତ କରାଯାଇଥିଲା ବୋଲି କହିଛନ୍ତି। ଅନ୍ୟପକ୍ଷରେ, ପାଟଣାଗଡ଼ ବିଡିଓଙ୍କ କହିବାନୁସାରେ, ବ୍ଲକର ସବୁ ପଞ୍ଚାୟତରେ କାର୍ଯ୍ୟକ୍ରମ ହୋଇଥିଲା। ଫଟୋ ସବୁ ମଗାଯାଇଛି। କିଛି ଆସିଛି ଓ କିଛି ଆସିନି ବୋଲି କହିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ