ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି ଚାର୍ଜସିଟ୍‌ରେ ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲ୍‌ କାହାଣୀ: ମାମଲା ରଫାଦଫା ପାଇଁ ନେଇଥିଲେ ୩୩ ଲକ୍ଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଗୁମର ଖୋଲିଛି ଇଡି। ଯୌନ ନିର୍ଯାତନା ମାମଲା ରଫାଦଫା କରିବାକୁ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ବ୍ଲାକମେଲ୍‌ କରି ଅର୍ଚ୍ଚନା କେମିତି ୩୩ ଲକ୍ଷ ଟଙ୍କା ହାତେଇଥିଲେ, ସେ ସଂପର୍କରେ ଇଡି ଚା‌ର୍ଜସିଟ୍‌‌ରେ ଉଲ୍ଲେଖ କରିଛି। ସୂଚନାନୁଯାୟୀ, ୫ ବର୍ଷ ତଳେ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୬ ତାରିଖରେ ଅର୍ଚ୍ଚନା ମହିଳା ଥାନାରେ ପ୍ରମୋଦଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଅଭିଯୋଗର ଗୋଟିଏ ଦିନ ପରେ ମହିଳା ଥାନାରେ ମାମଲା ରଫାଦଫା ହୋଇଥିଲା। ଏଥିପାଇଁ ନାଗ ଦମ୍ପତିଙ୍କ ଆକାଉଣ୍ଟରେ ପ୍ରମୋଦ ୩୩ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ଲକ୍ଷ, ଦ୍ୱିତୀୟରେ ୨୦ ଲକ୍ଷ ଏବଂ ତୃତୀୟ ପର୍ଯ୍ୟାୟରେ ୩ ଲକ୍ଷ ଟଙ୍କା ଜମା କରାଯାଇଥିଲା। ଏସବୁ ତଥ୍ୟ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି ଇଡି।

ପ୍ରଥମେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ ଲକ୍ଷ ଏବଂ ଜଗବନ୍ଧୁଙ୍କ ଆକାଉଣ୍ଟରେ ୮ଲକ୍ଷ ଟଙ୍କା ଜମା ହୋଇଥିଲା। ଟଙ୍କା ଜମା ହେବାର ୨୪ ଘଣ୍ଟା ମଧ୍ୟରେ ହଠାତ୍ ପ୍ରମୋଦଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହୋଇଯାଇଥିଲା। ଏହା ପରେ ଡିସେମ୍ବର ୫ ତାରିଖରେ ଜଗବନ୍ଧୁଙ୍କ ଆକାଉଣ୍ଟରେ ୩ ଲକ୍ଷ, ୮ ତାରିଖରେ ୫ ଲକ୍ଷ ଓ ୨୨ ତାରିଖରେ ୧ ଲକ୍ଷ ୭୦ ହଜାର ଟଙ୍କା ଜମା ହୋଇଥିଲା। ୮ ତାରିଖରେ ଅର୍ଚ୍ଚନାଙ୍କ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଜମା ହୋଇଥିଲା। ଏହି ୩ଟି ତାରିଖରେ ମୋଟ୍‌ ୨୧ ଲକ୍ଷ ୭୦ ହଜାର ଟଙ୍କା ଜମା ହୋଇଥିଲା। ସେହିପରି ଡିସେମ୍ବର ୮ ତାରିଖରେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଅଭିଯୁକ୍ତ ଖଗେଶ୍ୱରର ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ଯାଇଥିଲା। ଅର୍ଚ୍ଚନାଙ୍କୁ ୩୩ ଲକ୍ଷ ଟଙ୍କା ଦେଇଥିବା ନେଇ ପ୍ରମୋଦ ବୟାନ ଦେଇଥିବା ବେଳେ ତଦନ୍ତରେ ଇଡିକୁ ବି ମିଳିଥିବା ଟଙ୍କାର ହିସାବ ପ୍ରାୟ ସମାନ ରହୁଛି। ତେଣୁ ୩୩ ଲକ୍ଷ ଟଙ୍କାରେ ମାମଲା ରଫଦଫା ହୋଇଥିବା ଇଡି ତଦନ୍ତ କରି ଚାର୍ଜସିଟ୍‌ରେ ସ୍ପଷ୍ଟ କରିଛି।

କିନ୍ତୁ ଜେରା ବେଳେ ନାଗ ଦମ୍ପତି ଏ ବାବଦରେ କୌଣସି ସୂଚନା ଦେଇନଥିଲେ। ଅର୍ଚ୍ଚନା କହିଥିଲେ, ପ୍ରମୋଦଙ୍କ ଉପରେ ରାଗି ସେ ଏପରି ଅଭିଯୋଗ ଆଣିଥିଲେ ଓ ପରେ ମାମଲା ପ୍ରତ୍ୟାହାର କରିବାକୁ ଜଗବନ୍ଧୁ ତାଙ୍କ ଉପରେ ଚାପ ପକାଇଥିଲେ। କିନ୍ତୁ ଜଗବନ୍ଧୁ ଏ ସଂପର୍କରେ କିଛି ଜାଣିନଥିବା କିମ୍ବା ଅର୍ଚ୍ଚନାଙ୍କ ଉପରେ ସେ ଚାପ ପକାଇ ନଥିବା କହିଥିଲେ।

ଏହାବ୍ୟତୀତ, ଭୁବନେଶ୍ୱରର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଦାଖଲ ହୋଇଥିବା ଏହି ଚାର୍ଜସିଟ୍‌ରେ ଆହୁରି ଅନେକ ସାଂଘାତିକ ତଥ୍ୟ ରହିଛି। ସହଯୋଗୀ ଶ୍ରଦ୍ଧାଞ୍ଜଳିକୁ ବ୍ୟବହାର ଅର୍ଚ୍ଚନା ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରୁଥିଲା। ସେହିପରି ଅର୍ଚ୍ଚନାଙ୍କ ମାୟାଜାଲରେ ନୟାଗଡ଼ର ଜଣେ ରାଜନେତା ମଧ୍ୟ ପଡ଼ିଥିବା ଉଲ୍ଲେଖ ଥିବା କୁହାଯାଉଛି। ସେହି ବ୍ୟକ୍ତିଜଣକ ନୟାଗଡ଼ର ଜଣେ ନେତା ଓ ବ୍ୟବସାୟୀ ବୋଲି ଚାର୍ଜସିଟ୍‌ରେ ଲେଖା ହୋଇଛି। ପ୍ରଶ୍ନ ଉଠୁଛି, କିଏ ସେ ନୟାଗଡ଼ର ନେତା, ଯାହାଙ୍କୁ ଅର୍ଚ୍ଚନା ବ୍ଲାକମେଲ୍‌ କରୁଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।