ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ବନ୍ଦ କରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କୁ ମାଗଣା ଚାଉଳ ଦେବାକୁ ଘୋଷଣା କରିଛନ୍ତି। ଏହା ପରଠାରୁ ଚାଉଳ ଶ୍ରେୟକୁ ନେଇ ବିଜେଡି-ବିଜେପି ମଧ୍ୟରେ କଳି ଦିନକୁ ଦିନ ବଢ଼ିଲାଣି। ଏସବୁ ଭିତରେ ଆଉ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଦେବାକୁ ଥିବା ଚାଉଳ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି କି ନାହିଁ, କେନ୍ଦ୍ର ସରକାର ତାହା ଉପରେ ନଜର ରଖିବେ। ଏକଥା ଆମେ କହୁନାହୁଁ; କେନ୍ଦ୍ର ସରକାରଙ୍କ ଖାଉଟି ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମର ଓଡ଼ିଶା ଶାଖାକୁ ନିର୍ଦେଶ ଆସିଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ମାସକୁ ନିଗମର ଅଧିକାରୀମାନେ ଜିଲ୍ଲାସ୍ତରରେ ଅନ୍ୟୂନ ୩ଟି ବିତରଣ କେନ୍ଦ୍ରକୁ ଯିବେ। ସେଠାରେ ଖାଉଟିଙ୍କ ସହିତ ଆଲୋଚନା କରିବେ। ଏଫ୍ସଆଇ ଓଡ଼ିଶା ଶାଖାର ଜଣେ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ, ଗ୍ରାମାଞ୍ଚଳର ୭୫ପ୍ରତିଶତ ଏବଂ ସହରାଞ୍ଚଳର ୫୦ ପ୍ରତିଶତଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୩୫ କେଜି ଏବଂ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଣର ବ୍ୟବସ୍ଥା ରହିଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ଟଙ୍କାରେ ଚାଉଳ ଏବଂ ୨ ଟଙ୍କାରେ ଗହମ ରାଜ୍ୟକୁ ଦିଆଯାଉଥିଲା। ରାଜ୍ୟ ସରକାର ନିଜ ଆଡ଼ୁ ୨ଟଙ୍କା ଖର୍ଚ୍ଚ କରି ଖାଉଟିଙ୍କୁ ୧ ଟଙ୍କାରେ ବିକ୍ରି କରୁଥିଲେ। ୨୦୧୫ ମସିହା ନଭେମ୍ବର ଏବଂ ଡିସେମ୍ବର ମାସରେ ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହେଲା। ଓଡ଼ିଶାର ୩ କୋଟି ୨୬ ଲକ୍ଷ ଏଥିରେ ଲାଭାନ୍ବିତ ହେଲେ। କିନ୍ତୁ ରାଜ୍ୟର ଆହୁରି ଅନେକ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଓଡ଼ିଶା ସରକାର ୨୦୧୮ ମସିହା ଅକ୍ଟୋବର ମାସରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଛନ୍ତ
ପରିବହନ ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର
୨୦୧୫ରୁ ବଢିନି ଏନଏଫ୍ଏସ୍ଓ ହିତାଧିକାରୀଙ୍କ ସଂଖ୍ୟା
୨୫ ଲକ୍ଷରୁ ୯ ଲକ୍ଷକୁ କମିଲେ ରାଜ୍ୟ ଖାଦ୍ୟ ସୁରକ୍ଷାର ହିତାଧିକାରୀ
କରୋନା ମହାମାରୀ ସମୟରେ ଅର୍ଥାତ ୨୦୨୦ ମସିହା ମାର୍ଚ୍ଚ ମାସରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ଚାଉଳ ବିତରଣ ହେଲା। ଏବେ କିନ୍ତୁ କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ବଦଳାଇବା ସହିତ ଡିସେମ୍ବର ମାସରୁ ଏହି ଚାଉଳ ଦେବା ବନ୍ଦ କରିଦେଇଛନ୍ତି। ଫଳରେ ଓଡ଼ିଶା ବାର୍ଷିକ ୧୫ ଲକ୍ଷ ମେଟ୍ରିକ ଟନର ଚାଉଳ ଏବଂ ୨ ଲକ୍ଷ ମେଟ୍ରିକ ଟନ ଗହମ ହରାଇବ। ଅନ୍ୟପକ୍ଷରେ ନୂଆ ବ୍ୟବସ୍ଥାରେ କେବଳ ଏତିକି ଲାଭ ହେବ ଯେ କେନ୍ଦ୍ର ଓଡ଼ିଶାଠାରୁ କେଜି ପିଛା ୩ ଟଙ୍କା ନେବ ନାହିଁ। ବର୍ତ୍ତମାନର ଖାଦ୍ୟ ସୁରକ୍ଷା କାର୍ଡରେ ହିଁ ହିତାଧିକାରୀ ଚାଉଳ ପାଇବେ। ବିତରଣ ଦାୟିତ୍ବ ପୂର୍ବଭଳି ରାଜ୍ୟ ସରକାରଙ୍କ ପାଖରେ ରହିବ। କିନ୍ତୁ ପରିବହନ ପାଇଁ କେନ୍ଦ୍ର ଖର୍ଚ୍ଚ କରିବ। କେନ୍ଦ୍ର ଚାଉଳ ଦେଉଥିବାରୁ ବିଭିନ୍ନ ସମୟରେ ଏଫସିଆଇ କିମ୍ବା କେନ୍ଦ୍ରୀୟ ଟିମ ଏହାର ଯାଞ୍ଚ କରିବେ।
ଏଠାରେ ସ୍ମରଣ ଥାଉକି, ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (୨୦୧୫)ର ହିତାଧିକାରୀଙ୍କ ସଂଖ୍ୟା ଏବଂ ଚାଉଳର ଆଲୋକେସନ୍ଆଜି ପର୍ଯ୍ୟନ୍ତ ବୃଦ୍ଧି ପାଇନାହିଁ। ଏଣେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ କାର୍ଯ୍ୟକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୨୫ ଲକ୍ଷରୁ ହ୍ରାସ ପାଇ ୨୦୨୩ ଜାନୁଆରିରେ ୯ ଲକ୍ଷ ୭୧ ହଜାରରେ ପହଞ୍ଚିଛି।
ସାମାଜିକ ସଙ୍ଗଠନ ଖାଦ୍ୟ ସୁରକ୍ଷା ଅଭିଯାନର କହିବା କଥା ହେଉଛି, ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଦେଶରେ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ଗତବର୍ଷଠାରୁ ଗହମ ବିତରଣ ମଧ୍ୟ ଓଡ଼ିଶା ସମେତ ଅନେକ ରାଜ୍ୟକୁ ଦିଆଯାଉନାହିଁ। ଏଭଳି ସ୍ଥିତିରେ ମାଗଣାରେ କେନ୍ଦ୍ର ସରକାର ଚାଉଳ ଦେଇ ଶ୍ରେୟ ପାଇବେ ସିନା ଖାଉଟି କିନ୍ତୁ ୫ କେଜି ଚାଉଳ ଏବଂ ଗହମର କ୍ଷତି ସହିଲା। ଦ୍ବିତୀୟତଃ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଜନଗଣନା ଅନୁସାରେ ଆକଳନ କରାଯାଏ। ୨୦୧୧ ପରେ ପରବର୍ତ୍ତୀ ଜନଗଣନା ୨୦୨୧ ମସିହାରେ କରାଯିବାର ଥିଲା କିନ୍ତୁ କରୋନା ଯୋଗୁଁ ଏହାକୁ ସ୍ଥଗିତ କରି ଦିଆଗଲା। ପରବର୍ତ୍ତୀ ଜନଗଣନା କେବେ ହେବ, ସେ ସମ୍ପର୍କରେ ଘୋଷଣା କରାଯାଉନାହିଁ। ଏଣେ କିନ୍ତୁ ଜନସଂଖ୍ୟା ଏବଂ କରୋନା ଯୋଗୁଁ ଦାରିଦ୍ର୍ୟ ବଢ଼ିଛି। ପୂର୍ବରୁ ଯେଉଁ ବ୍ୟକ୍ତି ଗୋଟିଏ ପରିବାରର କୁନି ସନ୍ତାନ ଥିଲା ଆଜି ତାର ସ୍ବତନ୍ତ୍ର ପରିବାର ହେଲାଣି। ଏଭଳି ସ୍ଥିତିରେ ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ଯୋଗ୍ୟ ଥାଇ ମଧ୍ୟ ରାଜ୍ୟ ହିତାଧିକାରୀଙ୍କ କୋଟା ବଢ଼ୁ ନଥିବାରୁ ସେମାନଙ୍କୁ କାର୍ଡ ମିଳୁନାହିଁ। ଓଡ଼ିଶା ସରକାର ମଧ୍ୟ ପ୍ରଥମେ ଶ୍ରେୟ ପାଇଁ ନିଜେ ନିଜର ସ୍ବତନ୍ତ୍ର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କଲେ କିନ୍ତୁ ବର୍ତ୍ତମାନ ସମୟରେ ଯେଉଁଭଳି ହିତାଧିକାରୀଙ୍କ ସଂଖ୍ୟାକୁ କମ କରି ଦିଆଯାଇଛି ନୂତନ ପ୍ରକୃତ ହିତାଧିକାରୀଙ୍କୁ କାର୍ଡ ମିଳିବା ନେଇ ପ୍ରଶ୍ନବାଚୀ ରହିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l