ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚୀନ ସୀମାରେ ସ୍ଥିତି ସ୍ଥିର, କିନ୍ତୁ ଅପ୍ରତ୍ୟାଶିତ: ସେନାମୁଖ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଚୀନ ସୀମାରେ ପରିସ୍ଥିତି ସ୍ଥିର ରହିଛି। କିନ୍ତୁ ଏ ନେଇ କିଛି ଆକଳନ କରାଯାଇ ପାରିବ ନାହିଁ। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଆଜି ଏହା କହିଛନ୍ତି। ତେବେ ଏହା ପ୍ରତିଶ୍ରୁତି ଦେଇଛନ୍ତି ଯେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ପର୍ଯ୍ୟାପ୍ତ ସଂଖ୍ୟକ ସୈନିକ ମୁତୟନ କରାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି। ସେନା ଦିବସ ଆସନ୍ତା ୧୫ ତାରିଖରେ ପାଳନ ହେବ। ଏହା ପୂର୍ବରୁ ଆଜି ବାର୍ଷିକ ପ୍ରାକ-ସେନା ଦିବସ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ପାଣ୍ଡେ ଏହା କହିଛନ୍ତି।

ସୀମା ସମସ୍ୟା ସମାଧାନ ପାଇଁ ଭାରତ ଏବଂ ଚୀନ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି। ସମାଧାନ ପାଇଁ ରଖାଯାଇଥିବା ୭ଟି ପ୍ରସଙ୍ଗ ମଧ୍ୟରୁ ୫ଟିର ସମାଧାନ ହୋଇଛି। ଉକ୍ତ ଦୁଇଟି ଉପାୟରେ ଆମର କଥାବାର୍ତ୍ତା ଜାରି ରହିଛି। ଯେକୌଣସି ପ୍ରକାର ଜରୁରୀ ସ୍ଥିତି ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରହିଛି। ଏଲଏସିରେ ସ୍ଥିତାବସ୍ଥାରେ ପରିବର୍ତ୍ତନ ପାଇଁ ହୋଇଥିବା ସମସ୍ତ ଉଦ୍ୟମକୁ ପଣ୍ଡ କରାଯାଇଛି ବୋଲି ସେ କହିଥିଲେ ମଧ୍ୟ ଚୀନର ନାମ ନେଇନାହାନ୍ତି।

ସେହିଭଳି ଡୋକଲାମ ପ୍ରସଙ୍ଗରେ ସେ କହିଛନ୍ତି, ଉକ୍ତ ସ୍ଥିତି ଉପରେ ଅତି ନିକଟରୁ ନଜର ରଖାଯାଇଛି। ଚୀନ ସୀମାରେ ଲଦାଖରେ ଭିତ୍ତିଭୂମି ଓ ଜନବସତିର ଆବଶ୍ୟକତା ପୂରଣ ପାଇଁ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୩୦୦ କୋଟି ଟଙ୍କା ବ୍ୟୟ ହୋଇଛି। ସେହିଭଳି ପାକିସ୍ତାନ ସହିତ ୨୦୨୧ ଫେବ୍ରୁଆରିରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ମଧ୍ୟ ଭଲଭାବେ କାର୍ଯ୍ୟ କରୁଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ଶାନ୍ତି ଫେରିଛି। ଏଥିଯୋଗୁ ଏସବୁ ଅଞ୍ଚଳରେ ଆର୍ଥିକ ବିକାଶ ସମ୍ଭବ ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ