ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାମସେତୁ ଜାତୀୟ ଐତିହ୍ୟ ସ୍ମାରକୀ କି? ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା ସୁପ୍ରିମ୍‌କୋର୍ଟରେ ଜବାବ ରଖିବ କେନ୍ଦ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ରାମସେତୁ ଜାତୀୟ ଐତିହ୍ୟ ସ୍ମାରକୀ କି ନୁହେଁ ଏ ସମ୍ପର୍କରେ ଉତ୍ତର ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କୁ କେନ୍ଦ୍ର ସରକାର ଗୁରୁବାର ଫେବ୍ରୁଆରି ପ୍ରଥମ ସପ୍ତାହ ଯାଏ ସମୟ ମାଗିଛନ୍ତି। କୋର୍ଟ ଏଥିପାଇଁ ଅନୁମତି ଦେବା ସହ ଏ ସମ୍ପର୍କିତ ଆବେଦନର ଶୁଣାଣି ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ହେବ ବୋଲି କହିଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜେ୍ଟିସ୍ ପିଏସ୍ ନରସିଂହ ଏହାର ଶୁଣାଣି କରୁଥିଲେ।

ସୂଚନାଯୋଗ୍ୟ, ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଘୋଷଣା କରିବାକୁ ଦାବି କରି ବିଜେପି ନେତା ସୁବ୍ରମଣ୍ୟମ୍ ସ୍ବାମୀ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ଏହା ଉପରେ ଡିସେମ୍ବର ୧୨, ୨୦୨୨ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଉତ୍ତର ଦେବାକୁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ।
ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ ଯେ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ରକ୍ଷା କରିନାହାନ୍ତି ବୋଲି ସୁବ୍ରମଣ୍ୟମ୍ ସ୍ବାମୀ ଅଭିଯୋଗ କରୁଛନ୍ତି। ମେହେଟ୍ଟା କହିଥିଲେ ଯେ, ପ୍ରସଙ୍ଗ ଏବେ ବିଚାରାଧୀନ ରହିଛି ଏବଂ ତା’ ଉପରେ ଆଲୋଚନା ଚାଲିଛି। ସେଥିରୁ ଯାହା ନିଷ୍କର୍ଷ ବାହାରିବ ତାହା ଫେବ୍ରୁଆରି ପ୍ରଥମ ସପ୍ତାହ ସୁଦ୍ଧା କୋର୍ଟରେ ଅବଗତ କରାଯିବ। ବିଳମ୍ବର କାରଣ ଜଣାଇବା ପାଇଁ କ୍ୟାବିନେଟ୍ ସଚିବ କୋର୍ଟରେ ହାଜର ହୁଅନ୍ତୁ ବୋଲି ସ୍ବାମୀ ଦାବି କରିଥିବା ବେଳେ ସିଜେଆଇ ତାହା ଗ୍ରହଣ କରି ନ ଥିଲେ। ଗତବର୍ଷଠାରୁ ଏହି ମାମଲା ଅନେକ ଥର ମୁଲତବି ରହିଲାଣି।

ସ୍ବାମୀ କହିଥିଲେ ଯେ, ୮ ବର୍ଷ ହେଲାଣି ମାମଲା ପଡ଼ିରହିଛି ଏବଂ ସରକାର କୌଣସି ଉତ୍ତର ଦେଉନାହାନ୍ତି। ସ୍ବାମୀ ଦାବି କରିଥିଲେ ଯେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ କେନ୍ଦ୍ର ସରକାର ରାମସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ବୋଲି ଘୋଷଣା କରନ୍ତୁ। କେନ୍ଦ୍ର ସରକାର ଭୂତାତ୍ତ୍ବିକ ସର୍ଭେ ଓ ପ୍ରତ୍ନତାତ୍ତ୍ବିକ ସର୍ଭେ ସଂସ୍ଥାକୁ ଏହାର ସର୍ଭେ କରିବାର ଦାୟିତ୍ବ ଦିଅନ୍ତୁ। କେନ୍ଦ୍ର ସରକାର ପୂର୍ବରୁ ରାମସେତୁର ଅସ୍ତିତ୍ବକୁ ସ୍ବୀକାର କରିଛନ୍ତି। ତେଣୁ ବାକି କାମ କରିବାକୁ କାହିଁକି କୁଣ୍ଠାବୋଧ ଓ ବିଳମ୍ବ କରୁଛନ୍ତି ବୋଲି ସ୍ବାମୀ ପ୍ରଶ୍ନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ